ସଂନ୍ଧ୍ୟାଠାରୁ ଭଜନ ପରିବେଷଣ କରାଯାଉଛି । ମଧ୍ୟରାତ୍ରିରେ ମୁଖ୍ୟ ପୁରୋହିତଙ୍କ ତତ୍ୱାବଧାନରେ ରାତ୍ର ୩ ଘଟିକା ସମୟରେ ମହାଦୀପ ପ୍ରଜ୍ୱଳନ ନିମନ୍ତେ ସମସ୍ତ ପ୍ରସ୍ତୁତି ହୋଇଥିବା ମନ୍ଦିର କମିଟି ତରଫରୁ ଜଣାପଡିଛି । ମନ୍ଦିର ପରିଚାଳନା କମିଟି ସଭାପତି ସନାତନ ସାହୁ ଙ୍କ ସମେତ ସମସ୍ତ ସଭ୍ୟ ସହଯୋଗ କରିଥିଲେ । ଜ୍ୟୋତିଷ କୁମାର ସାହୁ ଙ୍କ ଦ୍ୱାରା ମୁରୁଜରେ ନିର୍ମିତ ଶିବ ପାର୍ବତୀ ଙ୍କ ଜୀବନ୍ତ ପ୍ରତିମା ବେଶ ଆକର୍ଷଣ ହୋଇଥିଲା । ସେହିପରି ଛତାମଠର କାଶୀ ବିଶ୍ୱନାଥ ମନ୍ଦିର, ନୁଆଭୁବନ ଶିବ ମନ୍ଦିର,
ଧଳପଡ଼ାର ମଝିପାଳସ୍ଥ ବରାଳ ବାଲୁଙ୍କେଶ୍ୱର , କେନ୍ଦୁପଡା ଶିବ ମନ୍ଦିର ,ଦେଉଳସାହି ଶିବ ମନ୍ଦିର , ନୁଆଗଡ ଶିବ ମନ୍ଦିର ,ଲହଡା ,ଗୋଡା,ମନ୍ଦାର , ଶିବ ମନ୍ଦିର , ନିଳକଣ୍ଠପୁର ସ୍ୱପ୍ନେଶ୍ୱର ,ଯମୁନାକୋଟର ଯମୁନେଶ୍ୱର, ଓଡିଶର ଝରଣେଶ୍ୱର, ବ୍ରହ୍ମକୁଣ୍ଡ, ଚର୍ଚ୍ଚିକା ପୀଠ , ଜିରାଳର ଜଳେଶ୍ୱର ମହାଦେବ, ମାର୍ଥାପୁର ଶିବ ମନ୍ଦିର, ପାହାଚ ପୋଖରୀ ଶିବ ମନ୍ଦିର, ବ୍ରହ୍ମେଶ୍ୱର ଶିବ ମନ୍ଦିର, ଅଷ୍ଟଶମ୍ଭୁ, ନିମେଇପୁର ଶିବ ମନ୍ଦିର, ମହୁଳପାଳ ଶିବ ମନ୍ଦିର, ଭୁଷଳ ଶିବମନ୍ଦିର, ମଠକରଗୋଳା, କିର୍ତନପୁର ଶିବ ମନ୍ଦିର, ଗଡଗଁପୁର ଶିବ ମନ୍ଦିର, ବାଉଁଶକଣ ଶିବମନ୍ଦିର, ଅନନ୍ତପୁର ଶିବ ମନ୍ଦିରରେ ଭଜନ କୀର୍ତନ ସହ ଜାଗର ପାଳନ ହୋଇଥିଲା । ଶାନ୍ତି ଶୃଙ୍ଖଳା ରକ୍ଷାପାଇଁ ଭୁବନ ପୋଲିସ୍ ତରଫରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା ।

© 2023 Odisha Taza News.