ଗୁଣପୁର ସେପାଳୀ ପାହାଡରେ ମହାଶିବରାତ୍ରୀ ଦର୍ଶକଙ୍କ ଭୀଡ

୧୮ ଫେବୃଆରୀ,ଶନିବାର (ଓଡ଼ିଶା ତାଜାନ୍ୟୁଜ ) ରାୟଗଡା ଜିଲ୍ଲା :- ରାୟଗଡା ଜିଲ୍ଲା ଗୁଣପୁର ବ୍ଲକ୍ ସଦରମହକୁମାରେ ବନ ଦୁର୍ଘମ ପଥ ସହର ଚତୁଃପାର୍ଶ୍ବରେ ଏକ ପ୍ରସିଦ୍ଧ ଐତିହାସିକ ଶିଖରରେ ସେଫାଳି ପାହାଡ ମନ୍ଦିର ଜାଗର ଶିବ ଚତୁଃର୍ଦ୍ଧଶୀ,ଶନି ତ୍ରୟୋଦଶୀ ମହାଶିବ ରାତ୍ରୀ ହୋଇଛି । ଏଥି ପ୍ବର୍ବରୁ କରୋନା କଟକଣା ମହାମାରୀ ଯୋଗୁଁ ଦୁଇ ବର୍ଷ ମହାଶିବ ରାତ୍ରୀ ହୋଇ ନ ଥିବା ବେଳେ ଆଜି ବହୁ ସଂଖ୍ୟକ ଭକ୍ତଙ୍କ ସମାଗମ ହେବ ବୋଲି ପ୍ରଶାସନ ଓ କମିଟି ପକ୍ଷରୁ ଲୋକଙ୍କ ଭୀଳ ଦେଖିବାକୁ ପାଇ ପାରୁଛୁ । ଜାଗର ଶିବରାତ୍ରୀ ଦୋଳ ଦୋଳ ଯାତ୍ରୀ ଯାତ୍ରାରେ ଲକ୍ଷାଧିକ ଲୋକଙ୍କ ଭୀଡ ପାହାଚ ଶୀଳି ଦେଇ ଅତିକ୍ରମ ଶିଖର ଠାରେ ଅବସ୍ଥିତ ସେପାଳି ପାହାଡ ଶିବ ମନ୍ଦିର । ଲୋକେ ପାହାଡର ଚଲା ପଥ ଦେଇ ପାହାଚର ଶୀଳି ଚଳି ଥକି ଥକି ପ୍ରଭୂ ମହାଶିବଙ୍କୁ ଦର୍ଶନ କରିବା ଲୋକ ଭୀଳରେ ଯାଉଥିଲେ । ଭକ୍ତ ଦର୍ଶକ ଭୀଳ ସମାଗମ ଆଇନ ଶୃଙ୍ଖଳା ପରିସ୍ଥିତିକୁ ଆକ୍ଷ୍ୟେପରେ ରଖି ପୁରୁଷ,ମହିଳାମାନଙ୍କୁ ଅଲଗା ଅଲଗା ଧାଳିରେ ରଖି ଲମ୍ବା ଲାଇନ୍ ପ୍ରଭୂ ଶ୍ରୀମନ୍ଦିରରେ ପ୍ରବେଶ କରାଇ ଜି ଆଇ ଇଟି ଛାତ୍ରମାନଙ୍କୁ ନେଇ ବଲ୍ୟୁଣ୍ଟର ରହିଥିବା ଜଣାପଡିଛି ।ଆଜି ଏହି ଦୃଶ୍ୟ ଆରଡି ରାସ୍ତା ଠାରୁ ଆରମ୍ଭ କରି ସେପାଳୀ ପାହାଡରେ ଥିବା ରାସ୍ତା ପାଖରେ ଲୋକଙ୍କ ଭୀଡ ଦୋକାନ,ବଜାର ରହିଥିବା ଦେଖାଦେଇଛି । ତଥ୍ ସହିତ ଆରକ୍ଷୀ ବିଭାଗ ପକ୍ଷରୁ ଗାଡି ପାର୍କିଙ୍ଗ୍ ରହିବା ଏବଂ ପ୍ରଭୂ ମହାଶିବ ଦର୍ଶନକରିବା ନେଇ ପୋଲିସ୍ ପ୍ରଶାସନ ପକ୍ଷରୁ ଲୋକମାନଙ୍କୁ ଲମ୍ବା ଧାଳିରେ ପୁରୁଷ ଏବଂ ମହିଳାମାନଙ୍କୁ ଅଲଗା ଅଲଗା ରହିବା ପାଇଁ ଧାଳି କହୁଥିଲେ । ପରିବାର ବର୍ଗଙ୍କ ମଙ୍ଗଳ ଆର୍ଶିବାଦ ପାଇବା ପାଇଁ ଏବଂ ମନ୍ଦିରର ମରାମତି ଉର୍ଣ୍ଣତି ନିମନ୍ତେ ଲୋକେ ସ୍ବ-ଇଚ୍ଛାରେ ଏହି ଶିବରାତ୍ରୀ ଉପଲକ୍ଷ୍ୟେ ମୁକ୍ତ ହସ୍ତରେ ଦାନ ଦେଇଥିଲେ ।କିଏ କାହାର ମନସ୍କାମନା ପୂରଣ କରିବା ନେଇ ଆସୁଥିବା ଦର୍ଶକ ବନ୍ଧୁମାନେ ଅଧିକ ରୁ ଅଧିକ ମନ୍ଦିର ନିମନ୍ତେ ଦାନ ହସ୍ତ ଦେଇଥିଲେ । ମନ୍ଦିର ଚତୁଃପାର୍ଶ୍ବରେ ପାନୀୟ ଜଳର ବ୍ୟବସ୍ଥା ମଧ୍ୟ କରାଯାଇଥିବା ବେଳେ କମିଟି ପକ୍ଷରୁ ଭକ୍ତଙ୍କ ଠାରୁ ଶିବଲିଙ୍ଗ ଦର୍ଶନ,ଦର୍ଶକମାନେ ପ୍ରସାଦ,ପାନୀୟ ଜଳର ମୂଲ୍ୟ-20ଟଙ୍କା ଦେଇ ପ୍ରସାଦ କିଚିଡି ଫୋଲଓ ସେବନ କରୁଥିଲେ ।