ବୈରୀ ପୋଲିସ୍ ର ଆଉ ଏକ ସଫଳତା ଆତଙ୍କ ଖେଳେଇ ଥିବା : ସାତ ଲୃଟେରା ଗିରଫ

୧୭ ଫେବୃଆରୀ ,ଶୁକ୍ରବାର,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଛତିଆ :- ଯାଜପୁର ଜିଲ୍ଲା ବଡଚଣା ବ୍ଲକ ବୈରୀ ଥାନା ଅଧୀନସ୍ଥ ବନ୍ତଳା ଗ୍ରାମ ରୁ ଗତ ୧୫ତାରିଖ ରେ ସାତ ଜଣ ଡକାୟତ କୁ ଗିରଫ କରିଛି ବୈରି ପୋଲିସ। ଗତ କିଛି ଦିନ ତଳେ ମନ୍ଦିର, ଦୋକାନ ଓ ପାଖ ଅଂଚଳ ରୁ ଚୋରି କରି ଆତଙ୍କ ଖେଳାଇ ଥିବା ଏହି ଚୋର ମାନଙ୍କୁ ଧରିବାରେ ସଫଳ ହୋଇଛି ବୈରୀ ପୋଲିସ୍। କେସ୍ ନଂ 34 U/S 457/380 IPC ଧାରା ରୁଜୁ କରି କୋର୍ଟ ଚାଲାଣ କରାଯାଇଛି। ସୂଚନା ମୁତାବକ କିଛି ଦିନ ତଳେ ଏମାନେ ଆଖ ପାଖ ଗ୍ରାମ ଭିତର ପଶି ଭିକ ମାଗିବା ବାହାନା ରେ ଚୋରି କରିବା ସ୍ଥାନ କୁ ଦିନରେ ରେ ଟାରଗେଟ୍ କରନ୍ତି ଓ ରାତି ରେ ଅତି ଚତୁରତା ର ସହ ଡକାୟତି କରନ୍ତି। ବୈରୀ ପୋଲିସ୍ ଷ୍ଟେସନ ଅଧିକାରୀ ପ୍ରଦୀପ କାନୁନଗୋ, ଓ ତାଙ୍କ ଟିମ୍ ବିଶେଷ ସୂତ୍ର ରୁ ଖବର ପାଇ ଏହି ସାତ ଜଣ ଜଟିଆ ପ୍ରଧାନ, ବଚନ ପ୍ରଧାନ, ରାଜୁ ପ୍ରଧାନ, ଚନ୍ଦନ ପ୍ରଧାନ, ଅଭି ଦାସ୍, କୁମ୍ପା ପ୍ରଧାନ, ଝରିଆ ପ୍ରଧାନ ଏହି ସାତ ଜଣ ଙ୍କୁ ଗିରଫ କରିଛି। ଏମାନଙ୍କ ପାଖରୁ 89 ଗ୍ରାମର ତିନି ପିସ୍ ତରଳ ସିଲ୍ଭର, ଦୁଇଟି ପିତଳ ମୃତି,ଦୁଇ ହଳ ସିଲଭର ପାଉଁଜି, ଦଶଟି ସିଲଭର ମୁଦି, ଗୋଟେ ପିତଳ ଥାଳି, ଦୁଇଟି ଲୁହା ର ତ୍ରିଶୂଳ, ପାଞ୍ଚ ଗୋଟି ଘଣ୍ଟି,ପାଞ୍ଚଟି ମୋବାଇଲ୍ ଫୋନ, ପାଞ୍ଚଟି ଇଅର୍ ଫୋନ ସହ ନଗଦ 25,700 ଟଙ୍କା ଜବତ ମଧ୍ୟ କରାଯାଇଛି। ଏହାକୁ ନେଇ ଯାଜପୁର ଏସ. ଡି. ପି. ଓ ସଂଜୟ କୁମାର ପଟ୍ଟନାୟକ ଆଜି ଏକ ପ୍ରେସ ମିଟ୍ ମାଧ୍ୟମରେ ପ୍ରକାଶ କରିଚନ୍ତି। ଅଭିଯୁକ୍ତ ମାନଙ୍କୁ ଗିରଫ କୋଟଚାଲାଣ କରାଯାଇଛି। ସାଧାରଣତଃ ରେ ପୋଲିସ୍ ର ସଫଳତାର ଚର୍ଚା ଯୋର ଧରିଛି। ଏକ ମାସ ଭିତରେ ଦୁଇ ଦୁଇଟି ଡକାୟତି ଗ୍ୟାଙ୍ଗ ଗିରଫ କରିଛି। ପୋଲିସ ଏବଂ ତାଙ୍କର ଟିମ କୁ ସାଧୁବାଦ୍ ଜଣାଇଛନ୍ତି ।