ପୂର୍ବ ବର୍ଷ ମାନଙ୍କରେ ୧୮ ଲକ୍ଷ ମେଟ୍ରିକ ଟନ ଚାଉଳ ସଂଗ୍ରହ କରାଯାଉଥିବା ବେଳେ ଚଳିତ ବର୍ଷ ମାତ୍ର ୪ ଲକ୍ଷ ମେଟ୍ରିକ ଟନ ଚାଉଳ ସଂଗ୍ରହ କରିବାକୁ ଧାର୍ଯ୍ୟ କରିଛନ୍ତି । ଧାନର ଏମଏସପି ମୂଲ୍ୟ ୨୯୩୦ ଟଙ୍କା କରିବାକୁ ବିଧାନସଭାରେ ପ୍ରସ୍ତାବ ପାରିତ ହୋଇ ବାରମ୍ବାର ଦାବି କରାଯାଉଥିବା ବେଳେ କେନ୍ଦ୍ର ସରକାର ଆଦୌ କର୍ଣ୍ଣପାତ କରୁନାହାନ୍ତି ବୋଲି ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ମତବ୍ୟକ୍ତ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ପୂର୍ବତନ ବ୍ଲକ ଅଧ୍ୟକ୍ଷ ଧର୍ମାନନ୍ଦ ବରାଳ , ଭୁବନ ଏନଏସି ନଗରପାଳ ଶୁଭେନ୍ଦୁ କୁମାର ସାହୁ ,
କୃଷି ଉପଦେଷ୍ଟା କମିଟି ଅଧ୍ୟକ୍ଷ ତଥା ବରିଷ୍ଠ ବିଜେଡି ନେତା ସୁଧାକର ସାହୁ , ଭୁବନ ନଗର ସଭାପତି ନରେନ୍ଦ୍ର କୁମାର ସାହୁ , ଜିଲ୍ଲା ବିଜେଡି ସାଧାରଣ ସଂପାଦକ ଅଜୟ କୁମାର ସେଠୀ ,ଅମୂଲ୍ୟ ଦ୍ୱିବେଦୀ ,ରାକେଶ ଆଏଚ ,କାଉନସିଲର ନରେନ୍ଦ୍ର ବେହେରା , ପପୁ କୁମାର ସାହୁ ପ୍ରମୁଖ ବକ୍ତବ୍ୟ ରଖିଥିଲେ । ଶେଷରେ ବିଡିଓ କଲ୍ୟାଣ ସୌରଭ ଦାଶ ଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା । ପ୍ରାରମ୍ଭରେ ଭୁବନ ଡାକବଙ୍ଗଳା ପରିସରରୁ ନଗରପାଳ ଶୁଭେନ୍ଦୁ କୁମାର ସାହୁ ଙ୍କ ନେତୃତ୍ୱରେ ଶତାଧକ ଦଳୀୟ କାର୍ଯ୍ୟକର୍ତା ଏକ ର୍ୟାଲିରେ ଯାଇ ବିକ୍ଷୋଭ ସ୍ଥଳରେ ପହଁଚିଥିଲେ ଓ ପରେ ଏନଏସି ନିର୍ବାହୀ ଅଧିକାରୀଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ ।

© 2023 Odisha Taza News.