No Result
View All Result
୧୬ ଫେବୃଆରୀ ,ଗୁରୁବାର,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ପାଟଣାଗଡ଼ :- କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ରାଜ୍ୟର ଗରିବ ପରିବାରଙ୍କ ମୁଣ୍ଡ ପିଛା ୫ କେଜି ଚାଉଳ ଯୋଗାଣରୁ ବଞ୍ଚିତ କରିବା, ପେଟ୍ରୋଲ, ଡିଜେଲ ଓ ରନ୍ଧନ ଗ୍ୟାସର ଅହେତୁକ ଦରବୃଦ୍ଧି ବିରୁଦ୍ଧରେ ବିଜେଡି ତରଫରୁ ଉପଜିଲ୍ଲାପାଳ କାର୍ଯ୍ୟାଳୟ ଘେରାଉ ସହ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଏନ୍ ଏସି ଉପାଧ୍ୟକ୍ଷ ପ୍ରଫୁଲ୍ଲ କୁମାର ମେହେରଙ୍କ ନେତୃତ୍ୱରେ ।
ସ୍ଥାନୀୟ ବିଜୁଜନତା ଦଳ କାର୍ଯ୍ୟାଳୟ ରୁ ଶତାଧିକ ବିଜେଡି କର୍ମୀ ଏକ ଶୋଭାଯାତ୍ରାରେ ବାହାରି ଉପଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । କେନ୍ଦ୍ର ସରକାର କୋଭିଡ ସମୟରେ ପ୍ରଦାନ କରାଯାଇଥିବା ଅତିରିକ୍ତ ମୁଣ୍ଡପିଛା ୫ କେଜି ଚାଉଳ କାଟି ଥିବା ନେଇ ବିଜେଡି କର୍ମୀ ମାନେ କେନ୍ଦ୍ର ସରକାର ଙ୍କୁ ସମାଲୋଚନା କରିଥିଲେ । ରାଷ୍ଟ୍ରପତି ଙ୍କ ଉଦ୍ଧେଶ୍ୟରେ ଏକ ଦାବି ପତ୍ର ଉପଜିଲ୍ଲାପାଳ ଡ଼ ବିଜୟା ନନ୍ଦ ସେଠି ଙ୍କ ପ୍ରଦାନ କରିଥିଲେ । ଏଥିରେ ଏନ୍ ଏସି ଅଧ୍ୟକ୍ଷା ମାନସୀ ବିଶ୍ୱାଳ, ବ୍ଳକ ଅଧ୍ୟକ୍ଷ ନୀଳକାନ୍ତ ବାଗ, ବ୍ଳକ ଉପାଧ୍ୟକ୍ଷା ଗୀତା ବିଶି, ଜୋନ ନଂ ୧୪ ଜିଲ୍ଲା ପରିଷଦ ସଦସ୍ୟା ବିଶ୍ଵେଶ୍ଵରୀ ବରିହା ,
ଜୋନ ନଂ ୧୫ ଜିଲ୍ଲା ପରିଷଦ ସଭ୍ୟା କସ୍ତୁରୀ ସେଠ , ଜୋନ ନଂ ୧୬ ବାଳିକା ମାଝୀ , ନଗର ବିଜେଡି ସଭାନେତ୍ରୀ ବିଦୁସ୍ମିତା ମେହେର , ଯୁବ ବିଜେଡି ସଭାପତି ପରେଶ ସାହୁ, ଜୋନ ନଂ ୧୬ ସଭାପତି ପ୍ରେମାନନ୍ଦ ବଢେଇ , ମଦନ କୁମାର ପୃଷ୍ଟି, ସୁକୁମାର ବାରିକ, ଯୁବରାଜ ମେହେର, ଗଣ୍ଡାରାମ ବେହେରା, ମିଡିଆ ସେଲ ଆବାହକ ପ୍ରଦୀପ ମେହେର, ପ୍ରମୋଦ ମେହେର , କାଉନସିଲର ସୁଜିତ ପାଢ଼ୀ , ପବିତ୍ର ସେଠ, ସମିତି ସଭ୍ୟ ଶଙ୍କର ବର୍ଗର୍ତ୍ତି , ଜୟରାମ ପୁଟେଲ ,ସହ ଦେବ ପୁଟେଲ , ଗଣେଶ ପ୍ରମୁଖ ଙ୍କ ସହ ଶତାଧିକ ବିଜେଡି କର୍ମୀ ମାନେ ଉପସ୍ଥିତ ଥିଲେ ।

No Result
View All Result