୧୫ ଫେବୃଆରୀ ,ବୁଧବାର ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ରଣପୁର :- ଆଜି ବ୍ଲକ ସଭା ଗୃହ ମଧ୍ୟରେ ଦ୍ୱିତୀୟ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି । ସଭା ଆରମ୍ବରୁ କେତେକ ବିବାଦିୟ କ୍ଷେତ୍ରରେ ହାଇକୋର୍ଟରେ ମାମଲା ହୋଇଥିବାରୁ ସଭାରେ ଏଥିନେଇ ପ୍ରବଳ ହଟଗୋଳ ହୋଇଥିଲା । କିଛି ପଞ୍ଚାୟତକୁ ଅନୁକମ୍ପା ଦେଖାଯାଇ ପ୍ରୋଜେକ୍ଟ ପ୍ରପୋଜାଲ ଗମେଣ୍ଟ କୁ ପଠାଇ ଅର୍ଡର ହୋଇ ଆସିଥିବା ଅର୍ଡର ବିରୋଧରେ ଉଚ୍ଚ ନ୍ୟାୟାଳୟ ର ଦ୍ବାରସ୍ଥ ହେଇଥିଲେ ରଣପୁର ବ୍ଲକ୍ ଅଧକ୍ଷ ନିର୍ମଳା ବେହେରା ।
କିନ୍ତୁ ଏଥିରେ ଅସନ୍ତୋଷ ପ୍ରକାଶ କରି ପଂଚାୟତ ସମିତି ଅଧକ୍ଷା ହାଇକୋଟରେ ଦ୍ୱାରାସ୍ତ ହୋଇଥିଲେ । ପରେ ହାଇକୋଟ ତରଫରୁ ଏହି କାର୍ଯ୍ୟ ଉପରେ ରହିତାଦେଶ କରାଯାଇଥିଲା । ଆଜି ସମିତି ବୈାଠକ ହେବାକ୍ଷଣି ଅନେକ ସରପଂତ ଓ ସମିତି ସଭ୍ୟ ହାଇକୋଟରେ କଣ ପାଇଁ ମାମଲା ଦାୟର ହେଲା ବୋଲି ଅସନ୍ତୋଷ ପ୍ରକାଶ କରି ହଟଗୋଳ କରିଥିଲେ ।
ଏହି ପ୍ରତିବାଦ କୁ ସମତି ଅଧକ୍ଷା ଙ୍କୁ ସମର୍ଥନ କରି ଅନେକ ସମର୍ଥୀତ ସରପଂଚ ଓ ସମିତି ସଭ୍ୟମାନେ ପ୍ରତିବାଦ କରିଥିଲେ । କେତେକ ସମତି ସଭ୍ୟ ଓ ସରପଂଚ ହାଇକୋଟରେ ମାମଲା ପୁର୍ବରୁ ସମିତିରେ ଏକ ସ୍ୱତନ୍ତ୍ର ବୈଠକ ଡାକି କାହିଁକି ଆଲୋଚନା କରାଗଲା ନାହିଁ ବୋଲି ପ୍ରଶ୍ନ କରିଥିଲେ । ପରେ ନୟାଗଡ ଜିଲ୍ଲାପରିଷଦ ଅଧକ୍ଷ ଦେବାଶିଷ୍ ପଟନାୟକ ହସ୍ତଖେପ କିରି ସରପଂଚ ଓ ସମିତି ସଭ୍ୟ କୁ ବୁଝାସୁଝା କରିଥିଲେ ।
ପରେ ଗୃହରେ ସ୍ୱାସ୍ଥ୍ୟ,ଜଳ ଯୋଗାଣ ,ଶିକ୍ଷା ,ଗମନାଗମନ ଉପରେ ଆଲୋଚନା ହୋଇଥିଲା । ଏହି ବୈଠକରେ ବିଡିଓ ପ୍ରତିନିଧୀ ମାନଙ୍କର ଅଧିକାର ଉପରେ ମତାମତ ଦେଇଥିଲେ । ଆଜିର ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ସ୍ଥାନୀୟ ବିଧାୟକ ସତ୍ୟନାରାୟଣ ପ୍ରଧାନ,ନୟାଗଡ ଜିଜ୍ଲାପରିଷଦ ଅଧକ୍ଷ ଦେବାଶିଷ୍ ପଟନାୟକ, ପଚାଂୟତ ସମିତି ଅଧକ୍ଷା ନିର୍ମଳା ବେହେରା,ବିଡିଓ ଜୈାତିପ୍ରକାଶ ସେଠୀ ,
ପଚାଂୟତ ସମିତି ଉପାଧକ୍ଷା ପ୍ରଭାତ ଦଳବେହେରା, ଜିଲ୍ଲା ପରିଷଦ ରଜନୀ ରାଣୀ ପଟନାୟକ ,ଲକ୍ଷ୍ମୀପ୍ରିୟା ତରେଇ , ନର୍ମଦା ରାୟ ସହ ୩୭ ପଚଂୟତର ସରପଚଂତ ଓ ସମତିସଭ୍ୟ ମାନେ ଯୋଗ ଦେଇଥିଲେ । ଏଠାରେ ସୂଚନା ଯୋଗ୍ୟ ଆଜି ସମିତି ବୈଠକ ହଟଗୋଳ ସୂଚନା ପାଇଁ ବ୍ଲକ ପରିଷର ରେ ଏକଜିଟିଭ୍ ମାଜିଷ୍ଟେଟ ଙ୍କ ସହ ପୁଲିସ ଫୋର୍ସ ଉପସ୍ଥିତ ଥିଲେ । ସହଯୋଗୀ ବିଭାଗର ଅଧିକାରୀ ମାନେ ଅନୁପସ୍ଥିତ ଥିବାରୁ ବିରକ୍ତି ପ୍ରକାଶ କଲେ ଅଧକ୍ଷା ଘଣ୍ଟ ଘୋଡାଇଲେ ବ୍ଲକ୍ ଉପଧକ୍ଷ ।

© 2023 Odisha Taza News.