କେରେବା ବାଳିକା ବିଦ୍ୟାଳୟ ବାର୍ଷିକ ଉତ୍ସବ 2022-223

୧୫ ଫେବୃଆରୀ ,ବୁଧବାର ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ରାୟଗଡା :- ରାୟଗଡା ଜିଲ୍ଲା ଗୁଣପୁର ବ୍ଲକ୍ ଅନ୍ତର୍ଗତଃ ଶଗଡା ଗ୍ରାମ ପଞ୍ଚାୟତର ସରକାରୀ ଏସ୍ ଏସ୍ ଡି ଛାତ୍ରୀ ବାଳିକା ବିଦ୍ୟାଳୟ କେରେବା ସ୍କୁଲ୍ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଛି । ଏହି ସଭାର ସଭାପତି ଭାବେ ପରିଚାଳନା ପ୍ରଧାନ ଶିକ୍ଷକ ଶ୍ରୀ-ଯିରିମିୟ ଶବର କରୁଥିଲେ । ଉକ୍ତ ମତ୍ସବ ସଭାରେ ଅତିଥିମାନଙ୍କୁ ସମ୍ବର୍ଦ୍ଦନା ଫୁଲ ତୁଳା ସ୍ବାଗତ ନାଚ,ଗୀତ,ବାଧ୍ୟ ନେଇ ଆନନ୍ଦରେ ଗ୍ରହଣ କରୁଥିଲେ । ତଥ୍ ସହିତ ଶ୍ରୀ ଜଗନ୍ନାଥ ପୁଷ୍ପ ଦ୍ବୀପ ଜ୍ଜାଳୀ ଅତୀଥିମାନଙ୍କ ଦେଇ ଶୁଭ ପ୍ରାର୍ଥନା ସହ ଦେଶରେ ଥିବା ସହୀଦ୍ ହେଉଥିବା ଯବାନ୍ ମାନଙ୍କୁ ସ୍ମରଣ କରୁଥିଲେ । ସରପଞ୍ଚ ଶ୍ରୀମତୀ-ଇରାମଣୀ ଶବର ସ୍କୁଲର ବିଷୟ ନେଇ ସ୍କୁଲ ଶିକ୍ଷକ,ଗୃହ ଆବଶ୍ୟକବୋଲି ସରକାରଙ୍କୁ ଜଗନ୍ନାଥ ସାରକାଙ୍କୁ ମାଗୁ ଥିଲେ । ମୂଖ୍ୟ ଅତିଥିମାନେ ସବୁ ବେଳେ ସକରାତ୍ମକ ଚିନ୍ତାଧାରା ଭାବନା ସହିତ ଦୃଳାତ୍ମକ ବିଶ୍ବାସ ଓ ନିଜ ଉପରେ ଭରସା ରଖିଲେ ସଫଳତା ନିଶ୍ଚୟ ମିଳିବ ବୋଲି ମନ୍ତବ୍ୟ ଦେଇଥିଲେ । ବିଦ୍ୟାଳୟର ପ୍ରତ୍ୟେକ ଛାତ୍ରୀ ଭବିଷ୍ୟତରେ ଜଣେ ଜଣେ ଆଦର୍ଶ ଛାତ୍ରୀ ହେବା ନେଇ କିଛି ଉଦ୍ଭଦନ ଦେଇଥିଲେ । ଶେଷରେ ଅଞ୍ଚଳ ବାସୀଙ୍କ ପ୍ରଚେଷ୍ଟାରେ ତଥା ଶିକ୍ଷାନୁଷ୍ଠାନ କମିଟିର ପ୍ରଚେଷ୍ଠାରେ,ତଥା ସରକାରଙ୍କ ପ୍ରଚେଷ୍ଠାରେ ଏ ଭଳି ଶିକ୍ଷାନୁଷ୍ଠାନ ହୋଇ ଥିବା ଯୋଗୁଁ ସମସ୍ତ ମହଲରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇ ଜଣାଇଥିଲେ ।
ବିଭିନ୍ନ ବିଭାଗର କୃତକାର୍ଯ୍ୟ ଅର୍ଜନ କରିଥିବା ଛାତ୍ରୀମାନଙ୍କୁ ଅତିଥିଙ୍କ ଦ୍ବାରା ପୁରଷ୍କୃତ କରାଯାଇ ଥିଲା । ଶେଷରେ ସାସ୍କୃତିକ କାର୍ଯ୍ୟକ୍ରମ ହୋଇଛି । ମୂଖ୍ୟ ଅତିଥି ଭାବେ ଆଦିବାସୀ ମନ୍ତ୍ରୀ-ଜଗନ୍ନାଥ ସାରକା, ବିଦାୟକ ଶ୍ରୀ-ରଘୁନାଥ ଗମାଙ୍ଗ,ଜିଲ୍ଲା ମଙ୍ଗଳ ଅଧିକାରୀ ଶ୍ରୀ-ସ୍ୟାମଗନ ଭୂୟାଁ ଗୋଷ୍ଟି ଉନ୍ନୟନ ଅଧିକାରୀ ଶ୍ରୀମତୀ-ପ୍ରତିଭା ଇକାକା, ପିଏ ଶ୍ରୀମତୀ-ଶାନ୍ତି ପ୍ରଭା ପ୍ରଧାନ, ଏସିଡିସି-ଜୁନାମ ଶବର, ଫୁଟ୍ଟାସିଂଙ୍ଗ୍ ଆଇସ୍କୁଲ ପ୍ରଧାନ ଶିକ୍ଷକ ଶ୍ରୀ-ମନୋଜ ପାଡୀ, ଫୁଟ୍ଟାସିଂଙ୍ଗ୍ ସରପଞ୍ଚ ଶ୍ରୀ-ଏସିୟ ଶବର, ତଥା ସ୍ଥାନୀୟ ସରପଞ୍ଚ ଇରାମଣୀ ଶବର,ସ୍କୁଲ୍ କମିଟି ଗଣ,ବହୁ ମାନ୍ୟ ଗଣ୍ୟ ବ୍ୟକ୍ତି,ପ୍ରଧାନ ଶିକ୍ଷକ-ଯିରିମିୟ ଶବର ସ୍ଥାନୀୟ ଶିକ୍ଷାନୁଷ୍ଠାନର ଶିକ୍ଷକ, ଶିକ୍ଷୟିତ୍ରୀ,ଡିସନ୍ ଗମାଙ୍ଗ, ପିଙ୍କୁ ପଣ୍ଡା,ଗୌରୀ ଶଙ୍କର,ନରସିଂ ସତପଥୀ,ରମେଶ ଚନ୍ଦ୍ର ଦାସ,ଅନନ୍ତ ତ୍ରୀପାଠୀ,ସେମ ଗମାଙ୍ଗ,ମନୋଜ ଗମାଙ୍ଗ,ଦାମଧର ଶବର ଉପସ୍ଥିତ ଥିଲେ ।