ଓଡିଶା ତାଜା ନ୍ୟୁଜ୍ (୧୩ ଜୁନ୍ ଶନିବାର ) ଭୁବନେଶ୍ୱର : – ଭୁବନେଶ୍ୱର,ସ୍ୱାମୀ ବିବେକାନନ୍ଦ ଆଂଗ୍ଳୋ ବୈଦିକ ବିଦ୍ୟାଳୟ ଓ ନିଶିଗନ୍ଧା ଭାଷା ପ୍ରତିଷ୍ଠାନ, ଚାରିଟେବୁଲ୍ ଟ୍ରଷ୍ଟର ମିଳିତ ଆନୁକୂଲ୍ୟରେ ରାଜସ୍ତରୀୟ କବିତା ଆସର, ସାରସ୍ୱତ ସମାରୋହ, ବନ୍ଧୁମିଳନ ଓ କରୋନା ସଚେତନତା କାର୍ଯ୍ୟକ୍ରମ ସରକାରଙ୍କ ସମସ୍ତ ନିୟମ ଅନୁଯାୟୀ ସାମାଜିକ ଦୂରତା ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଉଦ୍ଘାଟକ ଭାବେ ପୂର୍ବତନ ସାଂସଦ ତଥା ବିଶିଷ୍ଟ କବି ଡ. ପ୍ରସନ୍ନ ପାଟ୍ଟଶାଣୀ ଯୋଗଦେଇ ଉଦ୍ଘାଟନ କରିଥିଲେ ।
ମୁଖ୍ୟ ଅତିଥି ଭାବେ ପ୍ରାକ୍ତନ ବିଧାୟକ ତଥା କବି ଦିଲ୍ଲୀପ ଶ୍ରୀଚନ୍ଦନ, ବରେଣ୍ୟ ଅତିଥି ଭାବେ ପ୍ରାକ୍ତନ ଶିକ୍ଷା ଅଧିକାରୀ ତଥା ସଂଗୀତକାର ଜୟନ୍ତ କୁମାର ପାଣିଗ୍ରାହୀ, ମୁଖ୍ୟ ବକ୍ତାଭାବେ ବିଶିଷ୍ଟ କବି ଉମାକାନ୍ତ ରାଉତ, ସମ୍ମାନୀତ ଅତିଥି ଭାବେ ଓଡିଶା ଯୁବ ଲେଖକ ସମ୍ମିଳନୀର ସଭାପତି ତଥା ରାଜନେତା ଶଙ୍କର୍ଷଣ ପରିଡା, ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଭଗବାନ ଦାସ, ପ୍ରଧାନ ଶିକ୍ଷକ ପଦ୍ମନାଭ ତ୍ରିପାଠୀ, ବାଳକୃଷ୍ଣ ମହାପାତ୍ର ଓ ବିଦ୍ୟାଳୟର ସଭାପତି ଗଦାଧର ନାୟକ ପ୍ରମୁଖ ଯୋଗଦେଇ କରୋନା ଜନିତ ବିଭିନ୍ନ ସମସ୍ୟା ଉପରେ ଆଲୋକପାତ କରିବା ସହିତ ସାହିତ୍ୟ ସମାଜନୁରାଗୀ ହେବାକୁ ଆହ୍ୱାନ ଦେଇଥିଲେ ।
ଏହି ଅବସରରେ ପ୍ରଧାନ ଶିକ୍ଷୟିତ୍ରୀ ସରସ୍ୱତୀ ନାୟକଙ୍କୁ ନଶିଗନ୍ଧା ଭାଷା ପ୍ରତିଷ୍ଠାନ ଓ ଶ୍ରୀଜଗନ୍ନାଥ ସେବା ସଦନ ତରଫରୁ ବିଦ୍ୟାଭାରତୀ ଓ ସୁଶିକ୍ଷୟିତ୍ରୀ ସମ୍ମାନରେ ସମ୍ମାନୀତ କରାଯାଇଥିଲା । ଆଙ୍ଗେ୍ଲା ବେଦିକ୍ ବିଦ୍ୟାଳୟ ତରଫରୁ ନିଶାଗନ୍ଧାର ପ୍ରତିଷ୍ଠାତା ବଳରାମ ତରାଇଙ୍କୁ ସୁଜନସେତୁ ଉପାଧିରେ ସମ୍ବର୍ଦ୍ଧିତ କରାଯାଇଥିଲା । ସମାଜସେବୀ ଆଶୀଷ କୁମାର ସ୍ୱାଇଁଙ୍କୁ ନିଶିଗନ୍ଧା ସାରସ୍ୱତ ସମ୍ମାନରେ ସମ୍ମାନୀତ କରାଯାଇଥିଲା । (ରିପୋର୍ଟ- ମନୋଜ ସ୍ୱାଇଁ)
odishatazanews.com, whatsApp – 9938341180,ph.7008991872, facebook – odishatazanews, ଲାଇକ୍ ଓ ସେୟାର କରନ୍ତୁ – Mail –odishatazanews1@gmail.com