ବସ୍ରେ ୩୦ରୁ ଅଧିକ ଯାତ୍ରୀ ଥିଲେ। ତେବେ କନ୍ଧମାଳ ଜିଲ୍ଲା ଦେଇ ଯାଇଥିବା ରାଜ୍ୟ ରାଜପଥର କୋଟଗଡ଼ ଥାନା ପଣ୍ଡାଇର୍ପି ନିକଟସ୍ଥ ମୁଣ୍ଡାସାହି ନିକଟରେ ବସ୍ଟି ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସି ଯାଇଥିଲା।ଡ୍ରାଇଭରଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ବସ୍ଟି ଯାଇ ଗୋଟିଏ ଗଛରେ ପିଟି ହୋଇ ଅଟକି ଯାଇଥିଲା।
ସ୍ଥାନୀୟ ଲୋକେ ଓ ଉଦ୍ଧାରକାରୀ ଦଳ ଘଟଣା ସ୍ଥଳରେ ପହଞ୍ଚି ୩୦ରୁ ଊର୍ଦ୍ଧ୍ୱ ଆହତ ଯାତ୍ରୀଙ୍କୁ ବସ୍ରୁ ଉଦ୍ଧାର କରି କୋଟଗଡ ହସ୍ପିଟାଲରେ ଭର୍ତ୍ତି କରି ପ୍ରାଥମିକ ଚିକିତ୍ସା କରିବା ପରେ ଗୁରୁତର ଥିବା ୬ ଜଣ ଯାତ୍ରୀ ମାନଙ୍କୁ ବାଲିଗୁଡା ଉପଖଣ୍ଡ ଚିକିତ୍ସାଳୟ ରେ ଭର୍ତ୍ତୀ କରି ଚିକିତ୍ସା ଜାରୀ ରହିଛି ।ଘଟଣା ସ୍ଥଳରେ କୋଟଗଡ ପୋଲିସ ପହଂଚି ପରିସ୍ଥିତି ଅନୁଧ୍ୟାନ କରି ତଦନ୍ତ ଅବ୍ୟାହତ ରଖିଥିବା ଜଣାପଡିଛି l 


© 2023 Odisha Taza News.