ଓଡିଶା ତାଜା ନ୍ୟୁଜ୍ (୧୨ ଜୁନ୍ ଶୁକ୍ରବାର ) କଟକ ଜିଲ୍ଲା : – କଟକ ଜିଲ୍ଲା ମାହାଙ୍ଗା ତହସିଲରେ ଏବେ ବେଆଇନ ବାଲି ଚାଲାଣ କୁ ନେଇ ପ୍ରଶାସନ ତରଫରୁ ଧରପଗଡ଼ ଜୋରଦାର ହେଇଚି, ମାହାଙ୍ଗା ତହସିଲ ସ୍ପେଶାଲ ଏନ୍ଫୋର୍ସମେଣ୍ଟ ସ୍କ୍ୱାର୍ଡ ଦ୍ୱାରା ୩ ବେଆଇନ ବାଲି ବୋଝେଇ ହାଇୱା ସାଲେପୁର କୁଆଁପାଳ ରାସ୍ତାର ଖନ୍ଦୋଳ ଠାରୁ ଜବତ କରାଯାଇଛି ,
ଜବତ ଗାଡିକୁ ତହସିଲ ଛକ ନିକଟକୁ ଅଣାଯାଇଥିବାବେଳେ ବାଲିଗାଡ଼ି ଛଡାଇନେବାକୁ ଗାଡ଼ିମାଲିକ ମାନେ ଦଳବଳ ଧରି ତହସିଲଦାର ଙ୍କ ଉପରେ ହାକିମାତି ଦେଖାଇ ଗାଡି ଖସାଇନେବାକୁ ତହସିଲ ପ୍ରଶାସନ କୁ ରାଜନୈତିକ ଚାପର ଧମକ ଦେଇଛନ୍ତି, ଉତେଜନା ପ୍ରକାଶ ପାଇବାରୁ ସେଠାରେ ମାହାଙ୍ଗା ପୋଲିସ ପହଂଚି ଉତ୍ତେଜନା କୁ ଆୟତ୍ତ କରିଚି,
ଜବତ ଗାଡ଼ିରୁ 70 ରୁ 80 ହଜାର ଟଙ୍କା ଜୋରିମାନା ଆଦାୟ କରିବାକୁ ତହସିଲଦାର ନିର୍ଦେଶ ଦେଇଛନ୍ତି, ଜବତ ବାଲି ଚାଲାଣ ଆର ଫର୍ମ ରେ ତାରିଖ, ସମୟ ଓ କେତେ ଦୂର ଯିବ ତାହା ଉଲ୍ଲେଖ ନଥିବା ଯାଞ୍ଚ ବେଳେ ଜଣାପଡିଛି, ଜବତ ଗାଡି ଛଡାଇ ନେବାକୁ ତହସିଲ କାର୍ଯ୍ୟଳୟ ରେ 50 ରୁ ଉର୍ଦ୍ଧ ଗାଡି ମାଲିକଙ୍କ ସମର୍ଥକ ପହଂଚି ହଂଗାମା କରିଚନ୍ତି, ଏଣେ ବିନା ଜୋରିମାନାରେ ଗାଡି ଛାଡିବାକୁ ତହସିଲଦାର ମନାକରିଦେଇଛନ୍ତି ମାହାଙ୍ଗା (ରିପୋର୍ଟ ଲଷ୍ମୀଧର ଖୁଣ୍ଟିଆ)
odishatazanews.com, whatsApp – 9938341180,ph.7008991872, facebook – odishatazanews, ଲାଇକ୍ ଓ ସେୟାର କରନ୍ତୁ – Mail –odishatazanews1@gmail.com