୧୨ ଫେବୃଆରୀ ରବିବାର ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଭୁବନେଶ୍ୱର :- ଗତ ୯.୯.୨୦୨୨ ରିଖରେ ଅଭିଯୋଗକାରୀଙ୍କ ଅଭିଯୋଗକ୍ରମେ କ୍ୟାପିଟାଲ ଥାନାରେ ଉପରୋକ୍ତ ମାମଲା ରୁଜୁ କରାଯାଇଥିଲା । କ୍ୟାପିଟାଲ ଥାନା ପୁଲିସ ମାମଲାର ତଦନ୍ତ କରି ନିମ୍ନୋକ୍ତ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି । ଏହି ମାମଲାର ଅଧିକ ତଦନ୍ତ ଚାଲୁ ରହିଛି ।
ସୂଚନାଯୋଗ୍ୟ ଯେ, ଘଟଣା ଦିନ କ୍ୟାପିଟାଲ ଥାନା ଅନ୍ତର୍ଗତ ରାଧାକୃଷ୍ଣ ବସ୍ତିରେ ଗଣେଷ ଭସାଣି ଅନୁଷ୍ଠିତ ହେଉଥିଲା । ଏହି ସମୟରେ ନିମ୍ନୋକ୍ତ ଅଭିଯୁକ୍ତ, ତାଙ୍କର ମା ଏବଂ ଜଣେ ସହଯୋଗୀ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଅଭିଯୋଗକାରୀଙ୍କୁ ସଙ୍ଘବଦ୍ଧ ଭାବେ ବିଭିନ୍ନ ମରଣାସ୍ତ୍ର ସାହାଯ୍ୟରେ ଆକ୍ରମଣ କରିବା ଦ୍ଵାରା ଅଭିଯୋଗକାରୀ ଜଣକ ଗୁରୁତର ଆହତ ହୋଇ କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତର ହୋଇଥିଲେ ।
ଏହି ଘଟଣାର ଅଭିଯୋଗ ପରେ କ୍ୟାପିଟାଲ ଥାନା ପୁଲିସ ମାମଲା ରୁଜୁ କରିବା ସହିତ ତଦନ୍ତ କରି ମାମଲାରେ ସମ୍ପୃକ୍ତ ନିମ୍ନୋକ୍ତ ଅଭିଯୁକ୍ତଙ୍କୁ ଗିରଫ କରିଥିଲେ । ପଚରାଉଚରା ସମୟରେ ଅଭିଯୁକ୍ତ ଜଣକ ନିଜ ଦୋଷ ସ୍ଵୀକାର କରିଥିଲେ । ଅଧିକ ତଦନ୍ତରୁ ଏହା ମଧ୍ୟ ଜଣା ପଡିଛି ଯେ, ନିମ୍ନୋକ୍ତ ଅଭିଯୁକ୍ତ ଜଣେ ଅଭ୍ୟାସଗତ ଅପରାଧୀ ଅଟନ୍ତି । ତାଙ୍କ ନାମରେ ପୂର୍ବରୁ ମଧ୍ୟ ଏହି କ୍ୟାପିଟାଲ ଥାନାରେ ୫ଗୋଟି ଅପରାଧିକ ମାମଲା ରହିଛି । ଆଇନଗତ କାର୍ଯ୍ୟାନୁଷ୍ଠାନ ପରେ ନିମ୍ନୋକ୍ତ ଅଭିଯୁକ୍ତଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି ।
Name & Address of Accused person :
-
Suresh Nayak @Tikina (24), S/O- Kalucharan Nayak, At- Sarankul, PS- Sarankul, Dist- nayagarh, At/Pr- Radhakrushna Basti, Unit-6, PS- Capital, Bhubaneswar UPD.














