ଗବେଷକ ତଥା ବୁଦ୍ଧିଜୀବୀ ଯୋଗଦେଇ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ହେଉଥିବା ବିଭିନ୍ନ ଖଣି, ଖାଦାନ, ଶିଳ୍ପ ପ୍ରତିଷ୍ଠାନ ପ୍ରଭୃତି କାର୍ଯ୍ୟରେ କର୍ପୋରେଟ ସଂସ୍ଥାଗୁଡ଼ିକ ତାଙ୍କର ସାମାଜିକ ଦାୟିତ୍ୱ ବୋଧର କିପରି ପରିପାଳନ କରୁଛନ୍ତି ଏବଂ ତାହାକୁ ସଂଚାଳନ କରିବା କ୍ଷେତ୍ରରେ କ’ଣ ସବୁ ପ୍ରତିବନ୍ଧକ ରହିଛି ଓ ସେସବୁର ସମାଧାନର ବିଭିନ୍ନ ଦିଗ ସଂପର୍କରେ ବିସ୍ତୃତ ଆଲୋଚନା କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଅବସରପ୍ରାପ୍ତ ବରିଷ୍ଠ ପ୍ରଶାସକ ନିରଞ୍ଜନ ସାହୁ, ବିଜେବି କଲେର ଅଧ୍ୟକ୍ଷ ପ୍ରଫେସର ଗୁଲାମ ମଇଉଦ୍ଦିନ୍ ଖାଁ,
ଟାଟା ପାୱାର କେନ୍ଦ୍ର ଓଡ଼ିଶା ବିତରଣ କମ୍ପାନୀ ଲିଃ ସିଏସ୍ଆର୍ ମୁଖ୍ୟ ପ୍ରଦୀପ ଘୋଷାଲ, ଟାଟା ଷ୍ଟିଲ୍ର ସିଏସ୍ଆର୍ ମୁଖ୍ୟ ଅମ୍ବିକା ନନ୍ଦ, ବିଜେବି କଲେଜର ସେମିନାର କନ୍ଭେନର ଡ. ଇତିଶ୍ରୀ ପାଢ଼ୀ ଓ ଓପ୍ସାର ଅଧ୍ୟକ୍ଷ ଶ୍ରୀମତୀ ସ୍ନେହ ମିଶ୍ର ମଞ୍ଚାସୀନ ଥିବାବେଳେ ମୁଖ୍ୟ ଅତିଥି ପ୍ରଫେସର ସବିତା ଆଚାର୍ଯ୍ୟ ଆଦିମ ଅଧିବାସୀମାନଙ୍କ ବିକାଶ ନିମନ୍ତେ ସେମାନଙ୍କୁ ଯଥୋଚିତ ଭାବେ ସହଯୋଗ ପ୍ରଦାନ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ ।
କିସ୍ର କୁଳପତି ପ୍ରଫେସର ଦୀପକ ବେହେରା ଆଦିବାସୀ ଅଞ୍ଚଳରେ ଥିବା ବିଭିନ୍ନ ସମସ୍ୟା ଉପରେ ଆଲୋକପାତ କରି ଜନଜାତି ବର୍ଗର ଲୋକଙ୍କ ଉତ୍ଥାନ ଦିଗରେ କର୍ପୋରେଟ୍ଗୁଡ଼ିକ ସହୃଦୟତାର ସହ ବିକାଶ କାର୍ଯ୍ୟ କରିବା ଆବଶ୍ୟକ ବୋଲି କହିଥିଲେ । ମହାନଦୀ କୋଲଡ୍ ଫିଲï ଲିଃ, ଜିନ୍ଦଲ ଷ୍ଟିଲ୍ ୱାର୍କ ଏବଂ ଟାଟାପାୱାର କେନ୍ଦ୍ର ଓଡ଼ିଶା ବିତରଣ କମ୍ପାନୀଙ୍କ ପ୍ରାୟୋଜିତ ଏହି କାର୍ଯ୍ୟକ୍ରମରେ ଓପ୍ସାର ସଂପାଦିକା ଡ. ଝରଣା ସ୍ୱାଇଁ ଧନ୍ୟବାଦ ପ୍ରସ୍ତାବ ଆଗତ କରିଥିଲେ ।

© 2023 Odisha Taza News.