ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲାପାଳ (ରାଜସ୍ୱ) ଉଦୟ କୁମାର ମହାପାତ୍ର, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଶରତ ଚନ୍ଦ୍ର ତୋଷ, ସ୍କିମ୍ ଅଫିସର ମଧୁସ୍ମିତା ଶତପଥୀ, ଯୋଜନା ଓ ପରିସଂଖ୍ୟାନ ଉପନିଦେ୍ର୍ଦଶକ ସରୋଜ କୁମାର ସେଠୀ, ନେହେରୁ ଯୁବକେନ୍ଦ୍ରର ଉପନିଦେ୍ର୍ଦଶକ ଅଶୋକ ଦାସଙ୍କ ସମେତ ଓଡିଶା ମିଲେଟ୍ ମିଶନର ସହଯୋଗୀ ଅନୁଷ୍ଠାନ ସେୟାର, ଇଡିଅଟ୍, ୱାର୍ଡ, ଫାର୍, ନ୍ୟୁଓଡିଶାର କର୍ମକର୍ତ୍ତାମାନଙ୍କ ଗହଣରେ ମାଣ୍ଡିଆ ରଥର ଶୁଭ ଉଦ୍ଘାଟନ ହୋଇଥିଲା ।
ଓଡିଶା ମିଲେଟ୍ ମିଶନର ଜିଲ୍ଲା କାର୍ଯ୍ୟକ୍ରମ ସଂଯୋଜକ ରାକେଶ କୁମାର ସାହୁ ଏବଂ ଅନ୍ୟତମ କର୍ମକର୍ତ୍ତା ଜୟରାମ ପ୍ରଧାନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଏହି ଅବସରରେ ରଥ ଢେଙ୍କାନାଳ ଜିଲାର ଓଡାପଡା, ହିନେ୍ଦାଳ, କାମାକ୍ଷାନଗର, କଙ୍କଡାହାଡ ଏବଂ ଭୁବନ ବ୍ଲକ୍ର ବିଭିନ୍ନ ଗ୍ରାମକୁ ଯାଇ ପ୍ରଚାର କରିଥିଲେ । ପ୍ରଚାରରେ ଲୋକମାନଙ୍କ ମଧ୍ୟରେ ବିଭିନ୍ନ ପ୍ରଚାରପତ୍ର ବଣ୍ଟନ କରାଯାଇଥିଲା ।

© 2023 Odisha Taza News.