୧୦ ଫେବୃଆରୀ, ଶୁକ୍ରବାର,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଭୁବନେଶ୍ୱର :- ଭାରତର ମାନ୍ୟବର ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଆଜି ରାଜଭବନ ପରିସରରେ ଓଡ଼ିଶାର ମାନ୍ୟବର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ସଦୟ ଉପସ୍ଥିତିରେ ନୂତନ ଭବ୍ୟ ଅଭିଷେକ ହଲର ଶୁଭ ଉଦ୍ଘାଟନ କରିଛନ୍ତି । ଉଦ୍ଘାଟନ ସମୟରେ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ସମେତ ରାଜ୍ୟ ପ୍ରଶାସନର ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ । ୪୭ ହଜାର ୩୯୦ ବର୍ଗଫୁଟ ବିଶିଷ୍ଟ ଏହି ଅତ୍ୟାଧୁନିକ ଭବ୍ୟ ଅଭିଷେକ ହଲର ନିର୍ମାଣରେ ୨୫.୨୩ କୋଟି ଟଙ୍କା ବ୍ୟୟ ହୋଇଛି ।ଏହାର ମୁଖ୍ୟ ସମ୍ମିଳନୀ କକ୍ଷରେ ୯୦୦ ଅତିଥିଙ୍କ ବସିବା ସୁବିଧା ରହିଥିବାବେଳେ ୧୨୦୦ ଲୋକ ଠିଆ ହୋଇପାରିବେ । ମୁଖ୍ୟ ସମ୍ମିଳନୀ କକ୍ଷ ସହ ବାଙ୍କୁଏଟ୍ ହଲ୍, ୫ଟି ଲାଉଞ୍ଜ, ୪ଟି ପ୍ରବେଶ ଓ ପ୍ରସ୍ଥାନ ଦ୍ୱାର ରହିଛି । ଏହି ଅଭିଷେକ ହଲରେ ସମସ୍ତ ଅତ୍ୟାଧୁନିକ ସୁବିଧା ଉପଲବ୍ଧ କରାଯାଇଛି ।