• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ମାନ୍ୟବର ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ ରମାଦେବୀ ବିଶ୍ୱବିଦ୍ୟାଳୟର ୨ୟ ସମାବର୍ତ୍ତନ ଉତ୍ସବରେ ଯୋଗଦାନ

Proprietor Abhimanyu Maharana by Proprietor Abhimanyu Maharana
February 10, 2023
in ଓଡ଼ିଶା, ମହାନଗର, ଶିକ୍ଷା ଓ ନିଯୁକ୍ତି, ହୋମ୍
0
ମାନ୍ୟବର ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ ରମାଦେବୀ ବିଶ୍ୱବିଦ୍ୟାଳୟର ୨ୟ ସମାବର୍ତ୍ତନ ଉତ୍ସବରେ ଯୋଗଦାନ
Share on FacebookShare on TwitterWhatsapp

ମା’ ରମାଦେବୀଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାକୁ ପରାମର୍ଶ ୨୦୪୭ ସୁଦ୍ଧା ଭାରତକୁ ବୈଭବଶାଳୀ ରାଷ୍ଟ୍ରରୂପେ ଗଢିବା ପାଇଁ ସମସ୍ତଙ୍କର ମିଳିତ ପ୍ରୟାସ ଲୋଡା – ରାଷ୍ଟ୍ରପତି

୧୦ ଫେବୃଆରୀ, ଶୁକ୍ରବାର,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଭୁବନେଶ୍ୱର :– ଭାରତର ମାନ୍ୟବର ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ  ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସି ଆଜି ସକାଳେ ଭୁବନେଶ୍ୱରରେ ପହଁଚିଥିଲେ । ଭାରତୀୟ ବାୟୁସେନାର ସ୍ୱତନ୍ତ୍ର ବିମାନରେ ଆସି ମାନ୍ୟବର ରାଷ୍ଟ୍ରପତି ଆଜି ଦିବା ୧୧ଟା ୪୧ ମିନିଟ୍ ସମୟରେ ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦରରେ ଅବତରଣ କରିବା ପରେ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ପ୍ରଥମେ ସ୍ଥାନୀୟ ଉତ୍କଳ ମଣ୍ଡପଠାରେ ଜ୍ଞାନପ୍ରଭା ମିଶନର ପ୍ରତିଷ୍ଠା ଦିବସରେ ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିଲେ । ପରେ ପରେ ରାଜ ଭବନଠାରେ ମଧ୍ୟାହ୍ନ ଭୋଜନ ସାରି ସେ ଅପରାହ୍ନ ୪ଟା ୦୫ ମିନିଟ୍ ସମୟରେ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଦ୍ୱିତୀୟ ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉପସ୍ଥିତ ଛାତ୍ରୀ,ଅଧ୍ୟାପିକା ଓ ଅଧ୍ୟାପକମାନଙ୍କ ଉଦ୍ଦେଶ୍ୟରେ ଉଦବୋଧନ ଦେବା ସହିତ ଜଣେ ପୁରାତନ ଛାତ୍ରୀଭାବେ ଏଠାରେ ବିତାଇଥିବା ନିଜ ପୁରୁଣା ଦିନର ସ୍ମୃତିଚାରଣ କରିଥିଲେ  । ଏହି ଅବସରରେ ମାନ୍ୟବର ରାଷ୍ଟ୍ରପତି ମା ରମାଦେବୀଙ୍କ ପ୍ରତି ସାଦର ଶ୍ରଦ୍ଧା, ସୁମନ ଅର୍ପଣ କରିବା ସହିତ ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାକୁ ବିଶ୍ୱବିଦ୍ୟାଳୟର ଛାତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ । ଉତ୍କଳର ଅନ୍ୟ ବରପୁତ୍ରମାନଙ୍କୁ ପ୍ରଣିପାତ କରିଥିଲେ । ଏହି ଅନୁଷ୍ଠାନର ପୁରାତନ ଛାତ୍ରୀଭାବେ ସେ ନିଜକୁ ଅତ୍ୟନ୍ତ ଆନନ୍ଦିତ ଓ ଗର୍ବିତ ମନେ କରି ସେ ସମୟର ଅଧ୍ୟାପିକା ବିଣାପାଣି ମହାନ୍ତି ଓ ଶକୁନ୍ତଳା ବଳିୟାର ସିଂଙ୍କର ନାମ ନେଇ ସେତେବେଳର ଅଧ୍ୟାପକ ଓ ଅଧ୍ୟାପିକାଙ୍କର ଶିକ୍ଷାଦାନ ପଦ୍ଧତି ସେମାନଙ୍କୁ ଅନୁପ୍ରାଣିତ କରୁଥିଲା ବୋଲି କହିଥିଲେ ।


ମାନ୍ୟବର ରାଷ୍ଟ୍ରପତି ଭାରତର ବହୁ ମହିୟସୀ ମହିଳାମାନଙ୍କର ଉଦାହରଣ ଦେଇ କହିଲେ ଯେ, ସାହିତ୍ୟ, ସଂସ୍କୃତି, ନୃତ୍ୟ, କଳା, ମହାକାଶ ବିଜ୍ଞାନ ,ରାଜନୀତି, ଶାସନ ବ୍ୟବସ୍ଥା ଆଦି ପ୍ରତ୍ୟେକ କ୍ଷେତ୍ରରେ ନାରୀମାନ ନିଜକୁ ପ୍ରତିଷ୍ଠିତ କରି ନିଜ ନିଜର ଶ୍ରେଷ୍ଠତ୍ୱ ପ୍ରତିପ୍ରାଦନ କରିଛନ୍ତି । ଏହି ଅବସରରେ ସେ କସ୍ତୁରବା ଗାନ୍ଧୀ, ମା ସରଳା ଦେବୀଙ୍କ ଠାରୁ ଆରମ୍ଭ କରି ପ୍ରତିଭା ରାୟ, ୟାମିନୀ କୃଷ୍ଣମୂର୍ତ୍ତୀ, କଳ୍ପନା ଚାଓଲା,କଳ୍ପନା ଦାସ, ସୋନାଲ ମାନସିଂହ ପର୍ଯ୍ୟନ୍ତ ଉଲ୍ଲେଖୀନୀୟ ସଫଳତା ତଥା ଦେଶପାଇଁ ଯୋଗଦାନ ରହିଥିବା ବହୁ ପ୍ରେରଣାଦାୟୀ ନାରୀମାନଙ୍କର ଉଦାହରଣ ଦେଇଥିଲେ । ସେ ଆହୁରି ମଧ୍ୟ କହିଥିଲେ ଯେ, ନାରୀ ସଶକ୍ତିକରଣ ଆଜି କେବଳ ସ୍ଲୋଗାନ ହୋଇ ରହିନାହିଁ, ବରଂ ବହୁ କ୍ଷେତ୍ରରେ ତାହା ବାସ୍ତବ ରୂପ ନେଇଛି । ରାଜନୀତିରେ ମହିଳା ମାନଙ୍କର ପ୍ରତିନିଧିତ୍ୱ କ୍ରମାଗତ ବଢି ଚାଲିଛି ଏବଂ ୧୦୦ରୁ ଅଧିକ ମହିଳା ବର୍ତ୍ତମାନ ସଂସଦରେ ପ୍ରତିନିଧିତ୍ୱ କରୁଛନ୍ତି । ଗଣତନ୍ତ୍ରର ସ୍ୱର୍ଣ୍ଣିମ ଭବିଷ୍ୟତ ପାଇଁ ଏହା ଏକ ଶୁଭ ସୂଚନା । ମହିଳାମାନଙ୍କ ସଂଖ୍ୟା ଆମ ଜନସଂଖ୍ୟାର ପ୍ରାୟ ୫୦ ପ୍ରତିଶତ ହୋଇଥିବା ବେଳେ ପ୍ରତି କ୍ଷେତ୍ରରେ ସେମାନେ ସଶକ୍ତ ହୋଇ ନିଜକୁ ସାବ୍ୟସ୍ତ କରିବା ସହିତ ଦେଶର ପ୍ରଗତିରେ ସକ୍ରିୟ ଯୋଗଦାନ କଲେ ଭାରତ ନିଶ୍ଚିତ ଭାବେ ବିଶ୍ୱଗୁରୁରେ ପରିଣତ ହୋଇପାରିବ ବୋଲି ମାନ୍ୟବର ରାଷ୍ଟ୍ରପତି ପ୍ରକାଶ କରିଥିଲେ । ମାନ୍ୟବର ରାଷ୍ଟ୍ରପତି ଆହୁରି ମଧ୍ୟ କହିଲେ ଯେ, ଭାରତ ସରକାର ଓ ରାଜ୍ୟ ସରକାର ଦେଶ ତଥା ରାଜ୍ୟର ବିକାଶ ପାଇଁ ସବୁ ପ୍ରକାର ପ୍ରକାଶ ଜାରି ରଖିଛନ୍ତି । ତେବେ ପ୍ରତ୍ୟେକ ନାଗରିକ କଠିନ ପରିଶ୍ରମ ଓ ନିଜ ଦାୟିତ୍ୱକୁ ସଠିକ ରୁପେ ନିର୍ବାହ କରିବାକୁ ସେ ସମସ୍ତଙ୍କୁ ଆହ୍ୱାନ ଦେଇଥିଲେ । ବିଶ୍ୱବିଦ୍ୟାଳୟରୁ ଡିଗ୍ରୀ ହାସଲ ପରେ ଜୀବନ ବିଶ୍ୱବିଦ୍ୟାଳୟରେ ସଫଳ ହେବା ପାଇଁ ନିଜ ଶକ୍ତି ଓ ସାମର୍ଥ୍ୟ ଉପରେ ଗଭୀର ଆତ୍ମବିଶ୍ୱାସ ରଖିବାକୁ ସେ ଛାତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ । ପ୍ରଥମେ ଦେଶ ଓ ଶେଷରେ ବ୍ୟକ୍ତି ବୋଲି କହିବା ସହିତ ନିଜ ଦେଶକୁ ଶ୍ରେଷ୍ଠ ରୂପେ ଦେଖିବା ପାଇଁ ବ୍ୟକ୍ତିକୁ ପ୍ରଥମେ ନିଷ୍ଠାର ସହିତ କାର୍ଯ୍ୟ କରିବାକୁ ପଡିବ ବୋଲି ସେ କହିଥିଲେ । ୨୦୪୭ ସୁଦ୍ଧା ଭାରତକୁ ବୈଭବଶାଳୀ ରାଷ୍ଟ୍ରରୂପେ ଗଢିବା ପାଇଁ ସମସ୍ତଙ୍କର ମିଳିତ ପ୍ରୟାସର ଆବଶ୍ୟକତା ରହିଛି ବୋଲି ସେ କହିଥିଲେ । ସଂପ୍ରତି ବୈଷୟକ ଜ୍ଞାନ କୌଶଳ ଦ୍ରୁତ ପରିବର୍ତ୍ତନର ବାହକ ହୋଇଥିବା ବେଳେ ସଦ୍ୟତମ ଟେକ୍ନନୋଲୋଜିର ସହାୟତାରେ ବିକାଶ କ୍ଷେତ୍ରରେ ଅଗ୍ରସର ହେବା ସହ ଜ୍ଞାନ ବିଜ୍ଞାନରେ ସମସ୍ତଙ୍କୁ ଦକ୍ଷ ହେବାକୁ ପଡିବ ବୋଲି ମାନ୍ୟବର ରାଷ୍ଟ୍ରପତି ପ୍ରକାଶ କରିଥିଲେ । ଏଥି ସହିତ ପ୍ରକୃତ ପ୍ରଗତି ପାଇଁ ମାନବୀୟ ମୂଲ୍ୟବୋଧକୁ ଜୀବନଧାରାର ଅଙ୍ଗ କରିବା ତଥା ପ୍ରତ୍ୟହ ଯୋଗାଭ୍ୟାସ ଉପରେ ସେ ଗୁରୁତ୍ୱ ଦେଇଥିଲେ ।ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଓଡ଼ିଶାର ମାନ୍ୟବର ରାଜ୍ୟପାଳ ତଥା ବିଶ୍ୱବିଦ୍ୟାଳୟର କୁଳାଧିପତି ପ୍ରଫେସର ଗଣେଶୀ ଲାଲ ଯୋଗଦେଇ କହିଲେ ଯେ, ନୂତନ ଭାବେ କାର୍ଯ୍ୟକାରୀ ହେଉଥିବା ଜାତୀୟ ଶିକ୍ଷା ନୀତି ଆମ ଦେଶରେ ଏକ ଯୁଗାନ୍ତକାରୀ ପରିବର୍ତ୍ତନ ଆଣିପାରିବ । ଭାରତର ଆଧ୍ୟାତ୍ମିକତା ବିଶ୍ୱନିୟନ୍ତାଙ୍କ ନିର୍ଦ୍ଦେଶରେ ପରିଚାଳିତ ବୋଲି କହିବା ସହିତ ଏହାର ମହକ , ସୁଗନ୍ଧ ଓ ସଂଗୀତ ବିଶ୍ୱ ଭାତୃତ୍ୱ ପ୍ରତିଷ୍ଠାରେ ସହାୟକ ହୋଇପାରିଛି ବୋଲି ମାନ୍ୟବର ରାଜ୍ୟପାଳ ପ୍ରକାଶ କରିଥିଲେ । ଏ କ୍ଷେତ୍ରରେ ସମଗ୍ର ବିଶ୍ୱରେ ଓଡିଶା ମାଟି ପ୍ରଭାବଶାଳୀ ଭୂମିକା ନିର୍ବାହ କରୁଛି ବୋଲି ରାଜ୍ୟପାଳ କହିଥିଲେ । କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ କହିଲେ ଯେ, ଓଡିଆ ଅସ୍ମିତାର ପ୍ରତୀକ କୁଳବୃଦ୍ଧ ମଧୁସୁଦନଙ୍କ ଦ୍ୱାରା ଅନୁପ୍ରାଣିତ ହୋଇ ମା’ ରମାଦେବୀ ଓଡିଆ ଜନଜୀବନକୁ ବିଶେଷ କରି ପ୍ରଭାବିତ କରିଥିଲେ । ରମାଦେବୀ ଘର ଭିତରେ ସୀମିତ ନରହି ତତକାଳୀନ ରକ୍ଷଣଶୀଳ ସମାଜରେ ଚଉକାଠ ଡେଇଁ ସ୍ୱାଧୀନତା ସଂଗ୍ରାମରେ ଝାସ ଦେଇଥିଲେ । ସବୁକ୍ଷେତ୍ରରେ ମହିଳାମାନେ ନେତୃତ୍ୱ ନେବା ପାଇଁ ଛାତ୍ରୀମାନଙ୍କୁ ସେମାନଙ୍କର ଦକ୍ଷତାର ବିକାଶ ନିମନ୍ତେ ମହିଳା ଲିଡରସିପ୍ ପାଠ୍ୟକ୍ରମ ଉପରେ ସେ ଗୁରୁତ୍ୱ ଦେଇଥିଲେ । ବର୍ତ୍ତମାନର ରାଷ୍ଟ୍ରପତି ଦୈାପଦୀ ମୁର୍ମୁ ଯେପରି ନିଜର ନେତୃତ୍ୱର ପରାକାଷ୍ଠା ପ୍ରଦର୍ଶନ କରୁଛନ୍ତି, ଛାତ୍ରୀମାନେ ସେମାନଙ୍କ ଠାରୁ ପ୍ରେରଣା ପାଇବା ଆବଶ୍ୟକ ବୋଲି କହିଥିଲେ । ବିଶିଷ୍ଟ ଅତିଥି ଭାବେ ରାଜ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀ ରୋହିତ ପୂଜାରୀ, କହିଲେ ଯେ, ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଶିକ୍ଷା ସହିତ କ୍ରୀଡାକୁ ଅଧିକ ଗୁରୁତ୍ୱ ଦେଉଛନ୍ତି । ନିକଟରେ ମୁଖ୍ୟମନ୍ତ୍ରୀ ୧୦୦୦ ଆସନ ବିଶିଷ୍ଟ ବିଶ୍ୱବିଦ୍ୟାଳୟର ପ୍ରେକ୍ଷାଳୟକୁ ଉଦ୍ ଘାଟନ କରିଛନ୍ତି । ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉଦ୍ୟମ ବଳରେ ଭୁବନେଶ୍ୱର କ୍ରୀଡା ସଙ୍ଗେ ସଙ୍ଗେ ଏଜୁକେସନ ହବ୍ ହୋଇପାରିଛି ବୋଲି କହିଥିଲେ ।ବିଶ୍ୱବିଦ୍ୟାଳୟର ଉନ୍ନତି ପ୍ରତି ମାନ୍ୟବର ମୁଖ୍ୟମନ୍ତ୍ରୀ ତଥା ରାଜ୍ୟ ସରକାର ସ୍ୱତନ୍ତ୍ର ଦୃଷ୍ଟି ଦେଇଛନ୍ତି ବୋଲି କହିଥିଲେ । ଛାତ୍ରୀମାନେ ସେମାନଙ୍କର ଗବେଷଣାତ୍ମକ ଜ୍ଞାନ ବୃଦ୍ଧି କରିବାକୁ ସେ ପରାମର୍ଶ ଦେଇଥିଲେ । କାର୍ଯ୍ୟକ୍ରମରେ ରାଜ୍ୟ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ, ସାଧାରଣ ଉଦ୍ୟୋଗ, ବିଜ୍ଞାନ ଓ କାରିଗରୀ କୌଶଳ ମନ୍ତ୍ରୀ ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଯୋଗଦେଇଥିଲେ ।     ସମାବର୍ତ୍ତନ ଉତ୍ସବରେ ବିଜ୍ଞାନ ଓ କାରିଗରୀ କୌଶଳ କ୍ଷେତ୍ରରେ ଗବେଷଣା ଓ ବିଶେଷ ଅବଦାନ ପାଇଁ  ଡ. ସୌମ୍ୟା ସ୍ୱାମୀନାଥନଙ୍କୁ ଡି.ଏସ.ସି ( ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ) ଡିଗ୍ରୀରେ ଭୂଷିତ କରାଯାଇଥିବା ବେଳେ ଶ୍ରୀମତୀ ପୂର୍ଣ୍ଣମାସୀ ଜାନୀଙ୍କୁ ସୃଜନାତ୍ମକ ସାହିତ୍ୟ ଓ ସମାଜସେବା ପାଇଁ ଡି.ଲିଟ., ଶ୍ରୀମତୀ ସୁନୀତା କ୍ରିଷ୍ଣନଙ୍କୁ ସମାଜସେବା ଏବଂ ନାରୀ ସଶକ୍ତିକରଣ ପାଇଁ ଡି.ଲିଟ ଏବଂ ଡ. ଅରୁଣା ମହାନ୍ତିଙ୍କୁ ଶାସ୍ତ୍ରୀୟ ନୃତ୍ୟ, କଳା ଓ ସଂସ୍କୃତି ପାଇଁ ଡି.ଲିଟ ଉପାଧିରେ ଭୂଷିତ କରାଯାଇଥିଲା । ସେହିପରି ୨ଜଣଙ୍କୁ ପି.ଏଚ.ଡି. ଡିଗ୍ରୀ, ୧୭ଜଣଙ୍କୁ ଏମ.ଫିଲ୍ ଡିଗ୍ରୀ ପ୍ରଦାନ ସହ ୨୨ ଟି ବିଭିନ୍ନ ସ୍ନାତକୋତ୍ତର ପାଠ୍ୟକ୍ରମରେ ସର୍ବୋଚ୍ଚ ନମ୍ବର ପ୍ରାପ୍ତ ଛାତ୍ରୀମାନଙ୍କୁ ମାନ୍ୟବର ରାଷ୍ଟ୍ରପତି ଓ ରାଜ୍ୟପାଳ ସ୍ୱର୍ଣ୍ଣ ପଦକ ପ୍ରଦାନ କରିଥିଲେ । ସର୍ବୋଚ୍ଚ ନମ୍ବର ପ୍ରାପ୍ତ ସ୍ୱୟଂ ପ୍ରଭା ବେହେରା         ( ଅର୍ଥନୀତି), ଋତୁପର୍ଣ୍ଣା ନାୟକ(ଶିକ୍ଷା), ବିଦିଶା ଷଡଙ୍ଗୀ( ଇଂରାଜୀ), ଅର୍ଚ୍ଚନା ରଥ( ସଂସ୍କୃତ), ନମିତା ରାଣୀ ବେହେରା( ଗୃହ ବିଜ୍ଞାନ), ଜ୍ୟୋତି ସାହୁ( ଓଡିଆ), ଶୁଭଶ୍ରୀ ବିଶ୍ୱାଳ( ରାଜନୀତି ବିଜ୍ଞାନ), ଅରୂପା ପାଣିଗ୍ରାହୀ( ଜେଣ୍ଡର ଷ୍ଟଡିଜ୍), କବିତା ସିଂହ(ବାୟୋଟେକ୍ନୋଲୋଜି), ସୌଦାମିନି ସାହୁ(କମ୍ପ୍ୟୁଟର ସାଇନ୍ସ), ବିଶ୍ୱାସିନୀ ପ୍ରିୟଦର୍ଶିନୀ( ଜୀବନ ବିଜ୍ଞାନ), ପ୍ରତୀକ୍ଷା ପରିଜା( ଇଣ୍ଡଷ୍ଟ୍ରିଆଲ ବାୟୋ ଟେକ୍ନୋଲୋଜି), ଦେବଜାନୀ ମହାପାତ୍ର(ସାମ୍ବାଦିକତା ଓ ଗଣଯୋଗାଯୋଗ, ସ୍ନହମୟୀ ଦାସ(ବାଣିଜ୍ୟ), ମୁନା କୁଇନଙ୍କୁ ସ୍ୱର୍ଣ୍ଣ ପଦକ ପ୍ରଦାନ କରାଯାଇଥିଲା । ସେହିପରି ଶ୍ରେଷ୍ଠ ସ୍ନାତକ ଭାବେ କୁରୁସୁଧା ଅନୀତା( ବିଏସସି), ଜି.ଇପସିତା(ବିକମ), ଅସ୍ମିତା ବେଉରା( ହୋମ୍ ସାଇନ୍ସ) କୁ ସ୍ୱର୍ଣ୍ଣ ପଦକ ପ୍ରଦାନ କରାଯାଇଥିଲା । ଆହୁରି ମଧ୍ୟ ବିଶ୍ୱବିଦ୍ୟାଳୟ ତରଫରୁ ୭୪୭ ଜଣଙ୍କୁ ସ୍ନାତକୋତ୍ତର ଡିଗ୍ରୀ, ୯୨ ଜଣଙ୍କୁ ବିଏଡ୍ ଡିଗ୍ରୀ ଏବଂ ୬,୫୭୨ଜଣଙ୍କୁ ସ୍ନାତକ ଡିଗ୍ରୀ ପ୍ରଦାନ କରାଯାଇଯିବା ନେଇ ଘୋଷଣା କରାଯାଇଛି । ଏହି ଅବସରରେ ବିଶ୍ୱବିଦ୍ୟାଳୟ ତରଫରୁ ସମାଜ ବିଜ୍ଞାନ ପତ୍ରିକା, ମା ରମାଦେବୀଙ୍କ ଜୀବନୀ ଉପରେ ଆଧାରିତ ପୁସ୍ତକ, ସମାବର୍ତ୍ତନ ସ୍ମରଣିକା ଉନ୍ମୋଚିତ ହୋଇଥିଲା । ସମାବର୍ତ୍ତନ ଉତ୍ସବରେ ମାନ୍ୟବର ରାଷ୍ଟ୍ରପତି ପହଞ୍ଚିବା ପରେ ତାଙ୍କୁ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ତରଫରୁ ଭବ୍ୟ ସ୍ୱାଗତ ଜ୍ଞାପନ କରାଯାଇଥିଲା ।ପ୍ରାରମ୍ଭରେ ବିଶ୍ୱ ବିଦ୍ୟାଳୟର ଛାତ୍ରୀମାନଙ୍କ ଦ୍ୱାରା ଜାତୀୟ ସଙ୍ଗୀତ ଗାନ କରାଯାଇଥିଲା । ଏହି ଅବସରରେ ସେ ଉପସ୍ଥିତ ଥିବା ପୁରାତନ ସହପାଠିନୀମାନଙ୍କ ସହିତଆଲୋଚନା କରିଥିଲେ ଏବଂ ସେମାନଙ୍କ ସହ ଫଟୋ ଉଠାଇଥିଲେ । କାର୍ଯ୍ୟକ୍ରମରେ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଅପରାଜିତା ଚୌଧୁରୀ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ । ବିଶ୍ୱ ବିଦ୍ୟାଳୟର କୁଳ ସଚିବ ଶ୍ରୀମତୀ ଶ୍ୟାମଳୀ ମହାପାତ୍ରଙ୍କ ସମେତ ସମସ୍ତ ପ୍ରାଧ୍ୟାପକ, ପାଧ୍ୟାପିକା ଓ ଛାତ୍ରୀମାନଙ୍କ ସହଯୋଗରେ ଏହି ସମାବର୍ତ୍ତନ ଉତ୍ସବ ସମାହିତ ହୋଇଥିଲା । ମାନ୍ୟବର ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଥିଲା । କାର୍ଯ୍ୟକ୍ରମରେ ବିଶ୍ୱବିଦ୍ୟାଳୟର ସିଣ୍ଡିକେଟ୍ ଏବଂ ଏକାଡେମିକ କାଉନସିଲର ସଦସ୍ୟ, ସଦସ୍ୟା, ଅନ୍ୟାନ୍ୟ ବିଶ୍ୱ ବିଦ୍ୟାଳୟରୁ କୁଳପତି ଏବଂ ଶିକ୍ଷାବିତ୍ ,ସାହିତ୍ୟିକ, ପ୍ରଶାସନିକ ଅଧିକାରୀ, ଛାତ୍ରୀ, ପୁରାତନ ଛାତ୍ରୀ,ଅଭିଭାବକ, ବିଶ୍ୱବିଦ୍ୟାଳୟର ଅଧିକାରୀ ଓ କର୍ମଚାରୀମାନେ ବହୁସଂଖ୍ୟାରେ ଉପସ୍ଥିତ ଥିଲେ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ପ୍ରସାଦ ଡାଲ୍‌ମା ହାଣ୍ଡିରେ ସାପ ୩୦ ଜଣ ମେଡିକାଲରେ ଭର୍ତି

ପ୍ରସାଦ ଡାଲ୍‌ମା ହାଣ୍ଡିରେ ସାପ ୩୦ ଜଣ ମେଡିକାଲରେ ଭର୍ତି

March 20, 2026
ମାଲକାନଗିରି ଜିଲ୍ଲା ଗସ୍ତ କଲେ ମହିଳା ଓ ଶିଶୁ ବିକାଶ ସଚିବ ଡଃ ମୃଣାଳିନୀ ଦର୍ଶାଲ; ପୁଷ୍ଟିହୀନତା ଦୂରୀକରଣ ଉପରେ ଗୁରୁତ୍ୱ

ମାଲକାନଗିରି ଜିଲ୍ଲା ଗସ୍ତ କଲେ ମହିଳା ଓ ଶିଶୁ ବିକାଶ ସଚିବ ଡଃ ମୃଣାଳିନୀ ଦର୍ଶାଲ; ପୁଷ୍ଟିହୀନତା ଦୂରୀକରଣ ଉପରେ ଗୁରୁତ୍ୱ

March 20, 2026
ପେଦାୱାଡ଼ାରେ ଜିଲ୍ଲା ସ୍ତରୀୟ ଅଭିଯୋଗ ଶୁଣାଣି ଶିବିର : ଲୋକଙ୍କ ସମସ୍ୟା ବୁଝିଲେ ଜିଲ୍ଲାପାଳ

ପେଦାୱାଡ଼ାରେ ଜିଲ୍ଲା ସ୍ତରୀୟ ଅଭିଯୋଗ ଶୁଣାଣି ଶିବିର : ଲୋକଙ୍କ ସମସ୍ୟା ବୁଝିଲେ ଜିଲ୍ଲାପାଳ

March 20, 2026
ମାଲକାନଗିରି ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟଙ୍କୁ ଭବ୍ୟ ବିଦାୟ ସମ୍ବର୍ଦ୍ଧନା

ମାଲକାନଗିରି ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟଙ୍କୁ ଭବ୍ୟ ବିଦାୟ ସମ୍ବର୍ଦ୍ଧନା

March 20, 2026

Recent News

ପ୍ରସାଦ ଡାଲ୍‌ମା ହାଣ୍ଡିରେ ସାପ ୩୦ ଜଣ ମେଡିକାଲରେ ଭର୍ତି

ପ୍ରସାଦ ଡାଲ୍‌ମା ହାଣ୍ଡିରେ ସାପ ୩୦ ଜଣ ମେଡିକାଲରେ ଭର୍ତି

March 20, 2026
ମାଲକାନଗିରି ଜିଲ୍ଲା ଗସ୍ତ କଲେ ମହିଳା ଓ ଶିଶୁ ବିକାଶ ସଚିବ ଡଃ ମୃଣାଳିନୀ ଦର୍ଶାଲ; ପୁଷ୍ଟିହୀନତା ଦୂରୀକରଣ ଉପରେ ଗୁରୁତ୍ୱ

ମାଲକାନଗିରି ଜିଲ୍ଲା ଗସ୍ତ କଲେ ମହିଳା ଓ ଶିଶୁ ବିକାଶ ସଚିବ ଡଃ ମୃଣାଳିନୀ ଦର୍ଶାଲ; ପୁଷ୍ଟିହୀନତା ଦୂରୀକରଣ ଉପରେ ଗୁରୁତ୍ୱ

March 20, 2026
ପେଦାୱାଡ଼ାରେ ଜିଲ୍ଲା ସ୍ତରୀୟ ଅଭିଯୋଗ ଶୁଣାଣି ଶିବିର : ଲୋକଙ୍କ ସମସ୍ୟା ବୁଝିଲେ ଜିଲ୍ଲାପାଳ

ପେଦାୱାଡ଼ାରେ ଜିଲ୍ଲା ସ୍ତରୀୟ ଅଭିଯୋଗ ଶୁଣାଣି ଶିବିର : ଲୋକଙ୍କ ସମସ୍ୟା ବୁଝିଲେ ଜିଲ୍ଲାପାଳ

March 20, 2026
ମାଲକାନଗିରି ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟଙ୍କୁ ଭବ୍ୟ ବିଦାୟ ସମ୍ବର୍ଦ୍ଧନା

ମାଲକାନଗିରି ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟଙ୍କୁ ଭବ୍ୟ ବିଦାୟ ସମ୍ବର୍ଦ୍ଧନା

March 20, 2026
Odisha Taza News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ପ୍ରସାଦ ଡାଲ୍‌ମା ହାଣ୍ଡିରେ ସାପ ୩୦ ଜଣ ମେଡିକାଲରେ ଭର୍ତି

ପ୍ରସାଦ ଡାଲ୍‌ମା ହାଣ୍ଡିରେ ସାପ ୩୦ ଜଣ ମେଡିକାଲରେ ଭର୍ତି

March 20, 2026
ମାଲକାନଗିରି ଜିଲ୍ଲା ଗସ୍ତ କଲେ ମହିଳା ଓ ଶିଶୁ ବିକାଶ ସଚିବ ଡଃ ମୃଣାଳିନୀ ଦର୍ଶାଲ; ପୁଷ୍ଟିହୀନତା ଦୂରୀକରଣ ଉପରେ ଗୁରୁତ୍ୱ

ମାଲକାନଗିରି ଜିଲ୍ଲା ଗସ୍ତ କଲେ ମହିଳା ଓ ଶିଶୁ ବିକାଶ ସଚିବ ଡଃ ମୃଣାଳିନୀ ଦର୍ଶାଲ; ପୁଷ୍ଟିହୀନତା ଦୂରୀକରଣ ଉପରେ ଗୁରୁତ୍ୱ

March 20, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version