ମାହାଙ୍ଗାରେ ଆଉ 5 କରୋନା ପାଜିଟିଭ ମଧ୍ୟରୁ ଜଣେ ସୁରକ୍ଷା କର୍ମଚାରୀ, ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 27ରେ ପହଁଚିଲା

ମାହାଙ୍ଗା

ଓଡିଶା ତାଜା ନ୍ୟୁଜ୍ (୧୨ ଜୁନ୍ ଶୁକ୍ରବାର ) ମାହାଙ୍ଗା : କଟକ ଜିଲ୍ଲା ମାହାଙ୍ଗା ବ୍ଲକ ରେ ରେ 5 ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ସେମାନଙ୍କ ମଧ୍ୟରୁ ତିନିଜଣ ମୁମ୍ବାଇ ଫେରନ୍ତା, ଜଣେ ପଶ୍ଚିମ ବଙ୍ଗରୁ ଫେରିଥିବା ପ୍ରବାସୀ ହୋଇଥିବାସ୍ଥଳେ ଜଣେ ଆକ୍ରାନ୍ତ ଟିଏମସି କେନ୍ଦ୍ରରେ କାର୍ଯ୍ୟରତ ଘରୋଇ ସୁରକ୍ଷା କର୍ମଚାରୀ ବୋଲି ଜଣାପଡିଛି, ଏହାକୁ ମିଶାଇ ମାହାଙ୍ଗାରେ ମୋଟ 27କରୋନା ଆକ୍ରାନ୍ତ ଚି଼ହ୍ନଟ ହୋଇଛନ୍ତି,

ମାହାଙ୍ଗା କୁ ମୋଟ 2626 ପ୍ରବାସୀ ଫେରିଥିବାବେଳେ ସମାନଙ୍କ ମଧ୍ୟରୁ 468 ଜଣକ ସ୍ୱାବ ସଂଗ୍ରହ କରାଯାଇଛି, ଏମାନଙ୍କ ମଧ୍ୟରୁ ବହୁ ପ୍ରବାସୀ ଟିଏମସି ରୁ ହୋମ କ୍ଵାରେଣ୍ଟାଇନ କୁ ଯାଇଥିବାବେଳେ ସମସ୍ତଙ୍କର ସ୍ୱାବ ସଂଗ୍ରହ କରାଯାଇନାଇଁ, ଗତ ଦୁଇଦିନ ପୂର୍ବେ 67ଜଣକ ସ୍ୱାବ ସଂଗ୍ରହ କରାଜିଥିଲା, ସେଥି ମଧ୍ୟରୁ 27ଜଣକ ରିପୋର୍ଟ ଆସିବାପରେ 5ଜଣ ଆକ୍ରାନ୍ତ ଥିବା ଜଣାଯାଇଛି, ଅବଶିଷ୍ଟ 40ଜଣକ ସ୍ୱାବ ରିପୋର୍ଟ ଆସିନାହିଁ, (କଟକ /ମାହାଙ୍ଗା /ରିପୋର୍ଟ ଲଷ୍ମୀଧର ଖୁଣ୍ଟିଆ)

odishatazanews.com, whatsApp – 9938341180,ph.7008991872, facebook – odishatazanews, ଲାଇକ୍ ଓ ସେୟାର କରନ୍ତୁ – Mail –odishatazanews1@gmail.com