ରମ୍ଭିଳାରେ ଭକ୍ତିମୟ ପରିବେଶ : ପୋଖରୀ ମଝିରୁ ମିଳିଲା ପ୍ରାଚୀନ ପୂର୍ଣ୍ଣାଙ୍ଗ କୃଷ୍ଣ ମୂର୍ତ୍ତି

୧୦ ଫେବୃଆରୀ, ଶୁକ୍ରବାର,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଭଦ୍ରକ :- ପୋଖରୀ ଖୋଳିବା ସମୟରେ ମାଟି ତଳୁ ବାହାରିଲା ପୂର୍ଣ୍ଣାଙ୍ଗ କୃଷ୍ଣ ମୂର୍ତ୍ତି । ଏହାକୁ ଦେଖି ଗାଁରେ ଏକ ପ୍ରକାର ଭକ୍ତିମୟ ପରିବେଶ ସୃଷ୍ଟି ହୋଇଛି । ଶଙ୍ଖ ହୁଳହୁଳିରେ ଫାଟି ପଡୁଛି ଗ୍ରାମ । ଛୁଟୁଛି ଲୋକଙ୍କ ଗହଳି । ଭଦ୍ରକ ଜିଲ୍ଲାର ଭଦ୍ରକ ବ୍ଳକ ଅଧିନ ରମ୍ଭିଳା ଗ୍ରାମରେ ସୃଷ୍ଟି ହୋଇଛି ଭକ୍ତିମୟ ପରିବେଶ ।ରମ୍ଭିଳା ଗ୍ରାମରେ ଥିବା ଶହ ଶହ ବର୍ଷ ତଳର ପୋଖରୀରୁ ବାହାରିଛି ବହୁ ପ୍ରାଚୀନ ପୂର୍ଣ୍ଣାଙ୍ଗ କୃଷ୍ଣଙ୍କ ମୂର୍ତ୍ତି ଓ ମନ୍ଦିର ଚୂଲି । ମୂର୍ତ୍ତି ମିଳିବା ଖବର ପ୍ରଘଟ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଏକ ଭକ୍ତିମୟ ପରିବେଶ ସୃଷ୍ଟି ହେବା ଏହା ପାଖ ଅଞ୍ଚଳରୁ ଲୋକମାନେ ଆସି ଦର୍ଶନ କରୁଛନ୍ତି ।ଅମୃତ ସରୋବର ଯୋଜନାରେ ସୌନ୍ଦର୍ଯ୍ୟକରଣ ପାଇଁ ପୋଖରୀ ଖୋଳାଯିବା ସମୟରେ ମୂର୍ତ୍ତିଟି ମିଳିଥିଲା । ତେବେ ସ୍ଥାନୀୟ ବୁଦ୍ଧିଜୀବୀଙ୍କ ମତରେ ସେହି ପୋଖରୀରେ ଶହ ଶହ ବର୍ଷ ପୂର୍ବେ ମନ୍ଦିର ଥିବା ନେଇ ଶୁଣିଥିଲେ ହେଲେ ଏବେ ଦେଖିବାକୁ ପାଇଲେ । ପୋଖରୀରୁ ମୂର୍ତ୍ତି ମିଳିବା ପରେ ସ୍ଥାନୀୟ ଲୋକମାନେ ସରକାରଙ୍କୁ ପ୍ରତ୍ନତତ୍ତ୍ୱ ବିଭାଗ ତରଫରୁ ଅଧିକ ଖୋଜା ଖୋଜି କରିବାକୁ ଦାବି କରିଛନ୍ତି ।