ଓଡିଶା ତାଜା ନ୍ୟୁଜ୍ (୧୨ ଜୁନ୍ ଶୁକ୍ରବାର ) ଚନ୍ଦାହାଣ୍ଡି : – ଗଜପତି ଜିଲ୍ଲାରେ ଆଉ ୫ କରନା ପୋଜେଟିଭ ଚିହ୍ନଟ ହେବା ପରେ ଜିଲ୍ଲାରେ କରନା ଆକ୍ରାନ୍ତ ସଂଖ୍ୟା ବଢ଼ି ୮୪ରେ ପହଞ୍ଚିଛି । ଆକ୍ରାନ୍ତ ସମସ୍ତେ ଆର. ଉଦୟଗିରି ବ୍ଲକ ର ବୋଲି ଜଣା ପଡ଼ିଛି ।
ଚିହ୍ନଟ୫ଜଣଙ୍କ ମଧ୍ୟରୁ ୪ ଜଣ ମହାରାଷ୍ଟ୍ର ରୁ ଆସି ଥିବା ବେଳେ ଜଣେ ଆନ୍ଧ୍ରପ୍ରଦେଶ ରୁଆସିଥିବା ଜିଲ୍ଲପାଳ ଅନୁପମ ଶାହା ଏକ ଭିଡିଓ ବାର୍ତ୍ତା ଜାରୀ କରି ସୂଚନା ଦେଇଛନ୍ତି । ଏମାନେ ସମସ୍ତେ ଅସ୍ଥାୟୀ ସ୍ବାସ୍ଥ୍ୟ କେନ୍ଦ୍ରରେ ରହୁଥିଲେ । ଆକ୍ରାନ୍ତ ସମସ୍ତଙ୍କୁ କୋଭିଡ୍ ହସ୍ପିଟାଲ୍ କୁ ଚିକିତ୍ସା ପାଇଁ ସ୍ଥାନାନ୍ତର କରାଯାଇଛି । (ରିପୋର୍ଟ: ଗରୁଡ଼ ଧ୍ଵଜ ଚୌଧୁରୀ)
odishatazanews.com, whatsApp – 9938341180,ph.7008991872, facebook – odishatazanews, ଲାଇକ୍ ଓ ସେୟାର କରନ୍ତୁ – Mail –odishatazanews1@gmail.com