ଓଡିଶା ତାଜା ନ୍ୟୁଜ୍ (୧୨ ଜୁନ୍ ଶୁକ୍ରବାର ) ଚନ୍ଦାହାଣ୍ଡି : – ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକର ସର୍ବପୁରାତନ ପାନାବେଡା ଉଚ୍ଚ ବିଦ୍ୟାଳୟ ଗତବର୍ଷ ତାର ସୁବର୍ଣ୍ଣ ଜୟନ୍ତୀ ପ୍ରାକ୍ତନ ଛାତ୍ରଛାତ୍ରୀ ଙ୍କୁ ନେଇ ଆୟୋଜିତ ହୋଇଥିଲା । ଏହି ବିଦ୍ୟାଳୟ ଯେଉଁ ମାନଙ୍କ ଉଦ୍ୟମରେ ସ୍ଥାପିତ ହୋଇଥିଲା ସେମାନଙ୍କୁ ସମ୍ମାନିତ କରାଯାଇଥିବା ସହ ବିଦ୍ୟାଳୟରେ ଶିକ୍ଷାଦାନ ଦେଇଥିବା ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ବିଦ୍ୟାଳୟ ପ୍ରତି ଅବଦାନକୁ ପ୍ରଶଂସା କରିବା ସହ ସେମାନଙ୍କୁ ସମ୍ମାନିତ କରାଯାଇଥିଲା । ସମସ୍ତ ଛାତ୍ରଛାତ୍ରୀ ଙ୍କ ସହଯୋଗରେ ଭବ୍ୟ ଓ ଆଡମ୍ବର ସହକାରେ ଏହି ଜୟନ୍ତୀ ଉତ୍ସବ ପାଳନ କରାଯାଇଥିଲା ।
ଆଜି ଗତବର୍ଷ ପାଳନ କରାଯାଇଥିବା ସୁବର୍ଣ୍ଣ ଜୟନ୍ତୀର ଖର୍ଚ୍ଚ ଅଟକଳ ଉପରେ ଏକ ବୈଠକ ବିଦ୍ୟାଳୟ ପରିସର ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟଅତିଥି ଭାବେ ପ୍ରାକ୍ତନ ଛାତ୍ର ତଥା ଝରିଗାଁ ବିଧାୟକ ପ୍ରକାଶ ଚନ୍ଦ୍ର ମାଝୀ ଯୋଗଦେଇଥିଲେ । ବୈଠକ ପ୍ରାରମ୍ଭରେ ପ୍ରଧାନ ଶିକ୍ଷକ ଙ୍କ ଦ୍ଵାରା ଉପସ୍ଥିତ ସମସ୍ତ ପ୍ରାକ୍ତନ ଛାତ୍ରଙ୍କୁ ମାସ୍କ ବଣ୍ଟନ କରାଯାଇଥିଲା । ବୈଠକରେ ପୁରୁଷୋତ୍ତମ ପାରି ସଭାପତିତ୍ୱ କରିଥିବା ବେଳେ ପରିଚାଳନା କମିଟି ସମ୍ପାଦକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶରତ କୁମାର ମାଝୀ ଖର୍ଚ୍ଚ ବିବରଣୀ ଉପସ୍ଥାପନା କରିଥିଲେ । ବଳକା ୧୧୩୦୦୦/- ଏକ ଲକ୍ଷ ତେର ହଜାର ଟଙ୍କା ଅର୍ଥ ରାଶିକୁ ଓଡ଼ିଶା ମୋ ସ୍କୁଲ ଯୋଜନାରେ ଦାନ କରିବାକୁ ବୈଠକରେ ନିଷ୍ପତ୍ତି ନିଆଯାଇଥିଲା,ସରକାର ତରଫରୁ ଦୁଇଗୁଣ ଅର୍ଥ ଯୋଗାଇଦେବାର ବ୍ୟବସ୍ଥା ଥିବାରୁ ଆଗାମୀ ଦିନରେ ସେହି ଅର୍ଥରେ ବିଦ୍ୟାଳୟର ସୌନ୍ଦର୍ଯ୍ୟକରଣ ନିମନ୍ତେ ସୁନ୍ଦର ପ୍ରବେଶ ପଥ ଗେଟ ଓ ଅଲୋକ ବ୍ୟବସ୍ଥା କରିବାକୁ ନିଷ୍ପତ୍ତି ନିଆଯାଇ ଥିଲା ତତ ସହିତ ବିଧାୟକ ଶ୍ରୀ ମାଝୀ ନିଜ ଆଞ୍ଚଳିକ ପାଣ୍ଠିରୁ ଦୁଇ ଲକ୍ଷ ଟଙ୍କା ବିଦ୍ୟାଳୟର ଉନ୍ନତି ନିମନ୍ତେ ଯୋଗାଇ ଦେବାକୁ ଘୋଷଣା କରିଥିଲେ ।
ବିଦ୍ୟାଳୟର ସର୍ବପ୍ରଥମ ପରିଚାଳନା କମିଟିର କର୍ମକର୍ତ୍ତା ଙ୍କ ନାମ ବିଦ୍ୟାଳୟର ପ୍ରବେଶ ପଥରେ ସ୍ଥାୟୀ ଭାବରେ ଖୋଦିତ କରି ଲେଖିବାକୁ ଗୌରହରି ନାୟକ ପ୍ରସ୍ତାବ ଦେଇଥିଲେ । ଏହି କାର୍ଯ୍ୟକ୍ରମ ରେ ଦୂତିବାନ ଖମାରି,ପଦୁଲୋଚନ ସାହୁ,ମସ୍ତୁରାମ ବଗର୍ତ୍ତି, ଅଭିରାମ ବଗର୍ତ୍ତି, ଦୁର୍ଯୋଧନ ପୂଜାରୀ,ଚନ୍ଦ୍ର ଡଙ୍ଗରି,ଜଗଦୀଶ ଗୌଡ଼,ପ୍ରଦୀପ ପାଢି,ରୀଙ୍କୁ ମହାପାତ୍ର,ଅମରେଶ ଖମାରି,ପଙ୍କଜ ସ୍ୱାଇଁ,ଦୈତାରି ସାହୁ ଶୋଭା ସିଂ ପୋଡ଼ ପ୍ରମୂଖ ଯୋଗଦେଇ ସୁଚିନ୍ତିତ ମତାମତ ଦେଇଥିଲେ । (ରିପୋର୍ଟ – ଯୁବରାଜ ଜଗତ,ନବରଙ୍ଗପୁର)
odishatazanews.com, whatsApp – 9938341180,ph.7008991872, facebook – odishatazanews, ଲାଇକ୍ ଓ ସେୟାର କରନ୍ତୁ – Mail –odishatazanews1@gmail.com