• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ବେଦାନ୍ତର ବାଲକୋ ମେଡିକାଲ ସେଂଟର ପକ୍ଷରୁ ସଚେତନତା ପଦକ୍ଷେପ ଜରିଆରେ ବିଶ୍ୱ କ୍ୟାନସର ଦିବସ ପାଳନ

Proprietor Abhimanyu Maharana by Proprietor Abhimanyu Maharana
February 9, 2023
in ଓଡ଼ିଶା, ଦେଶ, ହୋମ୍
0
ବେଦାନ୍ତର ବାଲକୋ ମେଡିକାଲ ସେଂଟର ପକ୍ଷରୁ ସଚେତନତା ପଦକ୍ଷେପ ଜରିଆରେ ବିଶ୍ୱ କ୍ୟାନସର ଦିବସ ପାଳନ
Share on FacebookShare on TwitterWhatsapp

ତିରିଶ ହଜାରରୁ ଅଧିକ ରୋଗୀ ଡାକ୍ତରଖାନାର ଉପଲବ୍ଧ ସୁବିଧା ଦ୍ୱାରା ଉପକୃତ ହୋଇଛନ୍ତି ।

୮ ଫେବୃଆରୀ, ବୁଧବାର,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଋାୟପୁର :- ଭାରତର ପ୍ରମୁଖ କ୍ୟାନସର ଚିକିତ୍ସା ମେଡିକାଲ ବାଲକୋ ମେଡିକାଲ ସେଂଟର (ବିଏମସି) ବିଶ୍ୱ କର୍କଟ ଦିବସ ଅବସରରେ ଅନେକ ସଚେତନତା ମୂଳକ ପଦକ୍ଷେପ ଗ୍ରହଣ କରିଛି, ଯାହା ଦ୍ୱାରା ବ୍ୟକ୍ତିମାନଙ୍କୁ ଯଥା ସମ୍ରରେ ପ୍ରତିଷେଧକ ଯାଂଚ ତଥା ରୋଗ ହ୍ରାସ ପାଇଁ ପଦକ୍ଷେପ ଗ୍ରହଣ କରାଯାଇ ପାରିବ । ଏହି ପରିପ୍ରେକ୍ଷୀରେ ବିଏମସିର ବରିଷ୍ଠ ଡାକ୍ତରୀ ବିଶେଷଜ୍ଞମାନେ ବିଭିନ୍ନ ପ୍ଲାଟଫର୍ମ ମାଧ୍ୟମରେ ସଚେତନତା ଆଲୋଚନା, ସ୍ୱାସ୍ଥ୍ୟ ଶିବିର ଓ ୱେବିନାର ମାଧ୍ୟମରେ ଛାତ୍ର କାର୍ଯ୍ୟରତ ପେଶାଦାର ଓ ଅନ୍ୟ ଗୋଷ୍ଠୀଙ୍କ ନିକଟରେ ପହଁଚିଥିଲେ । ଡାକ୍ତରୀ, ସର୍ଜିକାଲ, ବିକିରଣ, ହେମାଟୋଲୋଜିକାଲ ବିଏମଟି ଓ ପାଲିଏଟିଭ କେୟାର ପାଇଁ ବସ୍ତଅତ ସୁବିଧା ସହିତ ବାଲକୋ ମେଡିକାଲ ଭାରତର ଅଙ୍କୋଲୋଜି କ୍ଷେତ୍ରରେ ଏକ ଅଗ୍ରଣୀ ଭୂମିକା ନିର୍ବାହ କରୁଛି । ଛତିଶଗଡ଼ ରାୟପୁରରେ ଅବସ୍ଥିତ ଏକ ଅତ୍ୟାଧୁନିକ ୧୭୦ ଶଯ୍ୟା ବିଶିଷ୍ଟ ଅତ୍ୟାଧୁନିକ ଚିକିତ୍ସା କେନ୍ଦ୍ର ।

ଏହା ୨୦୧୮ରୁ କାର୍ଯ୍ୟ ଆରମ୍ଭ କରିବା ଦିନଠାରୁ ତିରିଶ ହଜାରରୁ ଅଧିକ ରୋଗୀଙ୍କ ସ୍ୱାସ୍ଥ୍ୟସେବା ଆବଶ୍ୟକତା ପୂରଣ କରିଛି । ଟାଟା ମେମୋରିଆଲ ସେଂଟର ମୁମ୍ବାଇ ଓ ଅନୁଭା ଜେନୋମିକ୍ସ ବାୟୋଟେକ ବିଶେଷଜ୍ଞ ଥିବା ଟ୍ରାନସନେସନାଲ ରିସର୍ଚ୍ଚ କଂପାନି ସହିତ ଗବେଷଣା ଓ ଜ୍ଞାନ ସହଭାଗିତା ରକ୍ଷା କରୁଛି । କର୍କଟ ରୋଗ ବିଷୟରେ ଗୋଷ୍ଠୀ ମଧ୍ୟରେ ସଚେତନତା ସୃଷ୍ଟି କରିବା ଓ ରୋଗର ପ୍ରଭାବକୁ ହ୍ରାସ କରିବା ପାଇଁ ପ୍ରତିବର୍ଷ ୪ ଫେବୃଆରିରେ ବିଶ୍ୱ କର୍କଟ ଦିବସ ପାଳନ କରାଯାଏ । ଚଳିତ ବର୍ଷ କ୍ଲୋଜ ଦି କେୟାର ଗ୍ୟାପର ବିଷୟ ବସ୍ତୁ ଉପରେ ଉକ୍ତ ରୋଗର ନିରାକରଣ ପାଇଁ ବାଲକୋ ମେଡିକାଲ କେନ୍ଦ୍ର ପକ୍ଷରୁ ଏକ ୱେବିନାର ଆୟୋଜନ କରାଯାଇଥିଲା ଡ. ମୌ ରାୟ, ନିର୍ଦ୍ଦେଶକ, ସର୍ଜିକାଲ ଓ କ୍ଲିନିକାଲ ଅଙ୍କୋଲୋଜି, ବିଏମସି କର୍କଟ ରୋଗ ବିଷୟରେ ସୂଚନା ଦେଇଥିଲେ । ଛତିଶଗଡ଼ର ଭିଲାଇସ୍ଥିତ ଲାଲ ବାହାଦୁର ଶାସ୍ତ୍ରୀ ସିଭିଲ ହସପିଟାଲରେ ଏକ ମାଗଣା କର୍କଟ ଯାଂଚ ଶିବିର ଓ ସଚେତନତା ଶିବିର ଆୟୋଜନ କରାଯାଇଥିଲା । ବିଏମସିର ବିଶିଷ୍ଟ ଡାକ୍ତରମାନେ ଏଥିରେ ଅଂଶଗ୍ରହଣ କରିଥିଲେ । ବିଏମସି ପ୍ରାୟ ୨୦ଟି ବିଦ୍ୟାଳୟରେ କର୍କଟ  ଚଙ୍କଭକ୍ଷସମ (ଉ୪) ସଚେତନତା ଆୟୋଜନ କରୁଛି, ଫେବୃଆରିରେ ୯୦୦୦ରୁ ଅଧିକ ଛାତ୍ର ଓ ଶିକ୍ଷକଙ୍କୁ ସୂଚନା ତଥା ସଶକ୍ତ କରିବାକୁ ଉଦ୍ୟମ କରୁଛି । ବାଲକୋ ମେଡିକାଲର ଚେୟାରମ୍ୟାନ ଶ୍ରୀମତୀ ଜ୍ୟୋତି ଅଗ୍ରୱାଲ କହିଛନ୍ତିଯେ- ସ୍ୱାସ୍ଥ୍ୟର ରକ୍ଷଣାବେକ୍ଷଣ ପାଇଁ ଅଧିକ ସକ୍ରିୟ ପଦକ୍ଷେପ ଗ୍ରହଣ କରି ବାଲକୋ ମେଡିକାଲ କେନ୍ଦ୍ର ଏକ ପରିବର୍ତନ ଆଣିବାକୁ ଚେଷ୍ଟା କରୁଛି । ଉଭୟ ବିଶ୍ୱ ତଥା ଭାରତ ପାଇଁ କର୍କଟ ଯତ୍ନ କ୍ଷେତ୍ରରେ ଦ୍ରୁତ ଅଗ୍ରଗତି ସହିତ ଆମେ ବାସ୍ତବତା ପାଖରେ ପହଁଚିଛୁ ଯେଉଁଠାରେ କର୍କଟ ଆଉ ବିପଦ ହୋଇ ରହିବ ନାହିଁ । ବାଲକୋ ଏଦିଗରେ ନିରନ୍ତର ପ୍ରଚେଷ୍ଟା ଜାରୀ ରଖିଛି ।

ଡ. ଭବନ ଶିରୋହି, ମେଡିକାଲ ଡାଇରେକ୍ଟର, ବାଲକୋ ମେଡିକାଲ ସେଂଟର କହିଥିଲେଯେ- ବିଶ୍ୱ କର୍କଟ ଦିବସରେ ଆମ ପାଇଁ ଦେଖା ଦେଇଥିବା ଆହ୍ୱାନର ମୁକାବିଲା କରିବା ହେଉଛି ସାମୁହିକ ପ୍ରୟାସ । ବାଲକୋ ମେଡିକାଲ କେନ୍ଦ୍ର ଗୁଣମାନର ସ୍ୱାସ୍ଥ୍ୟସେବା ପ୍ରତି ସର୍ବଦା ଧ୍ୟାନ ଦେଇ ଆସିଛି । ଭାରତରେ କର୍କଟ ରୋଗର ମୁକାବିଲା ପାଇଁ ଆବଶ୍ୟକ ଗୁଣମାନର ପ୍ରତିଭା ଓ ପ୍ରଯୁକ୍ତିବିଦ୍ୟା ଆମ ପାଖରେ ରହିଛି । ପ୍ରତ୍ୟେକ ରୋଗୀଙ୍କ ପାଇଁ ଆମେ ସର୍ବୋତମ ଚିକିତ୍ସା ସେବା ପ୍ରଦାନ କରିବାକୁ ପ୍ରତିଶ୍ରୁତି ଦେଉଛୁ । ଘରୋଇ କର୍କଟ ଚିକିତ୍ସା, ସଚେତନତା, ଭତିଭୂମି ଓ ପାରଦର୍ଶିତା ମଧ୍ୟରେ ଥିବା ବ୍ୟବଧାନକୁ ଦୂର କରିବା ଲାଗି ବାଲକୋ ମେଡିକାଲ ଏକ କର୍କଟମୁକ୍ତ ସମାଜ ଗଠନ ସୃଷ୍ଟିକରିବା ପ୍ରୟାସ ଜାରି ରଖିଛି । ବେଦାନ୍ତ ମେଡିକାଲ ରିସର୍ଚ୍ଚ ଫାଉଣ୍ଡେସନ ଅଧିନରେ ଓ ଅନୀଲ ଅଗ୍ରୱାଲ ଫାଉଣ୍ଡେସନ ଦ୍ୱାରା ସମର୍ଥିତ ଏହି ଅନୁଷ୍ଠାନ ଗୁଣାତ୍ମକ ସ୍ୱାସ୍ଥ୍ୟ ସେବା ମାଧ୍ୟମରେ ଲକ୍ଷ ଲକ୍ଷ ଲୋକଙ୍କ ଜୀବନରେ ସକ୍ରିୟ ପରିବର୍ତନ ଆଣିପାରିଛି । ଏହି କେନ୍ଦ୍ର ମଧ୍ୟ ରୋଗୀ ଚିକିତ୍ସା ସାଙ୍ଗକୁ ଲୋକମାନଙ୍କୁ ମାନସିକ ସହାୟତା, ପୁଷ୍ଟିକର ଖାଦ୍ୟ ଓ ଶାରୀରିକ ଚିକିତ୍ସା ବଳରେ ରୋଗୀଙ୍କ ମୁହଁରେ ହସ ଫୁଟାଇ ପାରିଛି ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଖୋର୍ଦ୍ଧାରୋଡ଼ ଡି.ଆର.ଏମ ଭାବେ ଶ୍ରୀ ପି.କେ. ବେହେରାଙ୍କୁ ଅତିରିକ୍ତ ଦାୟିତ୍ୱ

ଖୋର୍ଦ୍ଧାରୋଡ଼ ଡି.ଆର.ଏମ ଭାବେ ଶ୍ରୀ ପି.କେ. ବେହେରାଙ୍କୁ ଅତିରିକ୍ତ ଦାୟିତ୍ୱ

March 18, 2026
ଫୁଲବାଣୀ : ଭଏସ ଅଫ ମିଡ଼ିଆ ସଧାରଣ ପରିଷଦ ବୈଠକ ଅନୁଷ୍ଠିତ

ଫୁଲବାଣୀ : ଭଏସ ଅଫ ମିଡ଼ିଆ ସଧାରଣ ପରିଷଦ ବୈଠକ ଅନୁଷ୍ଠିତ

March 18, 2026
ବଳରାମ ନାୟକଙ୍କ ସ୍ମୁତି ଚାରଣ ସଭା

ବଳରାମ ନାୟକଙ୍କ ସ୍ମୁତି ଚାରଣ ସଭା

March 18, 2026
ସୁର୍କାବାଡି କାସନ୍ଦା ଓ ଦର୍ପନାରାୟଣପୁର ପଞ୍ଚାୟତରେ ବଢୁଛି ଚୋରା ଦେଶୀ ରନ୍ଧା ମଦ କାରବାର – ହାତ ବାନ୍ଧି ବସିଛି ଅବକାରୀ ବିଭାଗ

ସୁର୍କାବାଡି କାସନ୍ଦା ଓ ଦର୍ପନାରାୟଣପୁର ପଞ୍ଚାୟତରେ ବଢୁଛି ଚୋରା ଦେଶୀ ରନ୍ଧା ମଦ କାରବାର – ହାତ ବାନ୍ଧି ବସିଛି ଅବକାରୀ ବିଭାଗ

March 18, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଖୋର୍ଦ୍ଧାରୋଡ଼ ଡି.ଆର.ଏମ ଭାବେ ଶ୍ରୀ ପି.କେ. ବେହେରାଙ୍କୁ ଅତିରିକ୍ତ ଦାୟିତ୍ୱ

ଖୋର୍ଦ୍ଧାରୋଡ଼ ଡି.ଆର.ଏମ ଭାବେ ଶ୍ରୀ ପି.କେ. ବେହେରାଙ୍କୁ ଅତିରିକ୍ତ ଦାୟିତ୍ୱ

March 18, 2026
ଫୁଲବାଣୀ : ଭଏସ ଅଫ ମିଡ଼ିଆ ସଧାରଣ ପରିଷଦ ବୈଠକ ଅନୁଷ୍ଠିତ

ଫୁଲବାଣୀ : ଭଏସ ଅଫ ମିଡ଼ିଆ ସଧାରଣ ପରିଷଦ ବୈଠକ ଅନୁଷ୍ଠିତ

March 18, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version