୮ ଫେବୃଆରୀ, ବୁଧବାର,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଭୁବନେଶ୍ୱର :- ପୁଣିଥରେ ବିଶ୍ୱର ସବୁଠୁ ଲୋକପ୍ରିୟ ନେତା ଭାବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମନୋନୀତ ହୋଇଛନ୍ତି । ଆମେରିକାର ତଥ୍ୟ ଇଂଟେଲିଜେନ୍ସ ଫାର୍ମ ‘ଦ ମର୍ଣ୍ଣିଂ କନସଲ୍ଟ’ ପକ୍ଷରୁ ହୋଇଥିବା ସର୍ଭେ ଅନୁସାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆପ୍ରୁଭାଲ ରେଟିଂ ସବୁଠୁ ଅଧିକ ରହିଛି । ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ଏବଂ ବ୍ରିଟେନ ପ୍ରଧାନମନ୍ତ୍ରୀ ରୁଷି ସୁନକଙ୍କ ସମେତ ବିଶ୍ୱର ୨୨ ଦେଶର ନେତାଙ୍କୁ ପଛରେ ପକାଇ ମୋଦିଜୀ ଲୋକପ୍ରିୟତାର ସର୍ବାଗ୍ରେ ଅଛନ୍ତି । କେବଳ ଭାରତବର୍ଷ ନୁହେଁ, ବରଂ ସମଗ୍ର ବିଶ୍ୱ ଆଜି ମୋଦିଜୀଙ୍କ ନେତୃତ୍ୱ ପ୍ରତି ଆସ୍ଥା ପ୍ରକଟ କରିଥିବାର ପୁଣି ଥରେ ପ୍ରମାଣିତ ହୋଇଛି ବୋଲି ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି କହିଛନ୍ତି ।

© 2023 Odisha Taza News.