ଓଡିଶା ତାଜା ନ୍ୟୁଜ୍ (୧୧ ଜୁନ୍ ଗୁରୁବାର ) ଡ୍ରାଇଭିଂ :- ପୁଣି ଆରମ୍ଭ ହେବ ଡ୍ରାଇଭିଂ ଲାଇସେନ୍ସ ଟେଷ୍ଟ । ଡିଏଲ ପାଇଁ ଟେଷ୍ଟ ସମେତ ଲାଇସେନ୍ସ ସମ୍ପର୍କିତ ଅନ୍ୟ କାମ ବି ଆରମ୍ଭ ହେବ । ଆଜି ଠାରୁ ଡିଏଲ ପାଇଁ ସ୍ଲଟ ବୁକିଂ କରିହେବ ଏବଂ ୧୮ ତାରିଖରୁ ଡିଏଲ ଟେଷ୍ଟ ହେବ । ସେହିପରି ୨୯ ତାରିଖରୁ ଲର୍ଣ୍ଣିଂ ପାଇଁ ଟେଷ୍ଟ ହେବ । ତେବେ ୨୨ ତାରିଖରୁ ଏଥିପାଇଁ ସ୍ଲଟ୍ ବୁକିଂ ହୋଇପାରିବ । ତେବେ ବର୍ତ୍ତମାନ ସ୍ଥିତିରେ ନୂଆ ଲାଇସେନ୍ସ ଦିଆଯିବ ନାହିଁ ।
ଆବେଦନ ସମୟରେ କୋଭିଡ୍ ଗାଇଡଲାଇନକୁ ମାନି ସାମାଜିକ ଦୂରତା ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଅବେଦନକାରୀ ଓ ଆରଟିଓ କର୍ମଚାରୀ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି । ଏଥିସହ ଡିଏଲ ପରୀକ୍ଷା ହେଉଥବା ସ୍ଥାନରେ ଆବେଦନକାରୀଙ୍କ ଥର୍ମାଲ ସ୍କାନିଂ କରିବା ମଧ୍ୟ ବାଧ୍ୟତାମୂଳକ କରାଯାଇଛି । ପରୀକ୍ଷା କେନ୍ଦ୍ରରେ କମ୍ ଭିଡ କରିବା ସହ ସାଙ୍ଗସାଥୀ ଓ ସମ୍ପର୍କୀୟଙ୍କୁ ନଆଣିବାକୁ କୁହାଯାଇଛି । କରୋନା ପାଇଁ ଅଢେଇମାସ ହେଲା ଡ୍ରାଇଭିଂ ଲାଇସେନ୍ସ ପରୀକ୍ଷା ବନ୍ଦ ରହିଥିଲା । ଏହାକୁ ପୁଣି ଆରମ୍ଭ କରିବାକୁ ନିଷ୍ପତି ନେଇଛନ୍ତି ପରିବହନ କମିଶନର ।
odishatazanews.com, whatsApp – 9938341180,ph.7008991872, facebook – odishatazanews, ଲାଇକ୍ ଓ ସେୟାର କରନ୍ତୁ – Mail –odishatazanews1@gmail.com