ହାର୍ଟ ଅପରେସନ, ଆର୍ଥିକ ସହାୟତା ପାଇଁ ନିବେଦନ କଲେ ପରିବାର ବର୍ଗ

୬ ଫେବୃଆରୀ, ସୋମବାର ୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ମାଲକାନଗିରି :- ମାଲକାନଗରି ଜିଲ୍ଲା ସଦର ମହକୁମା ସ୍ଥିତ ଆଶୀର୍ବାଦ କୋଲନୀର ଅଜୟ ଧନଫୁଙ୍କ ୩ ମାସର ଝିଅ ରୁଫୁନା ଧନଫୁଙ୍କ ହାର୍ଟ ରୋଗରେ ଆକ୍ରାନ୍ତ ହୋଇ ବିଶାଖାପାଟଣା ରେ ଚିକିତ୍ସିତ ହେଉଛନ୍ତି । ଦୁଃଖର ବିଷୟ ପୂର୍ବରୁ ମାଲକାନଗିରି ମୁଖ୍ୟ ଚିକିତ୍ସାଳୟରେ ପରେ କୋରାପୁଟ ଚିକିତ୍ସାଳୟରେ ଚିକିତ୍ସା କରାଇବା ପରେ ତାଙ୍କର କୁନି ଝିଅର ହାର୍ଟ ସମସ୍ୟା ବୋଲି ଡାକ୍ତର କହିଥିଲେ । ପରେ କୁନି ଝିଅ ରୁଫୁନାଙ୍କୁ କୋରାପୁଟ ମେଡିକାଲରୁ ବିଶାଖାପାଟଣା ମେଡିକାଲ କୁ ସ୍ଥାନାନ୍ତରିତ କରାଯାଇଥିଲା ।

ତେବେ ସେଠାରେ ହାର୍ଟ ଅପରେସନ କରିବାକୁ ଡାକ୍ତର ପରାମର୍ଶ ଦେଇଥିଲେ । ଅପରେସନ କରିବାକୁ ହେଲେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ହେବ ବୋଲି ଜଣାପଡିଛି । ଯାହାକି ଅଜୟ ଧନଫୁଙ୍କ ପରିବାର ପକ୍ଷରୁ ସମ୍ଭବପର ନୁହେଁ । ଅଜୟ ଧନଫୁଙ୍କ ପରିବାରଙ୍କୁ ସରକାର ଆର୍ଥିକ ସାହାଯ୍ୟ ଯୋଗାଇବା ପାଇଁ ପରିବାର ବର୍ଗ ଅନୁରୋଧ କରିଛନ୍ତି । କୈ।ଣସି ପୁଣ୍ୟାତ୍ମା ରୁଫୁନାଙ୍କୁ ଏହି ସଂକଟରୁ ବଂଚାଇବା ପାଇଁ ଆର୍ଥିକ ସାହାଯ୍ୟ କରିବାକୁ ତାଙ୍କ ପରିବାର ପକ୍ଷରୁ ନିବେଦନ କରିଛନ୍ତି । ଇଛୁକ ବ୍ୟକ୍ତି ମାନେ ୬୩୦୫୧୫୯୮୯୨,୮୦୧୮୦୯୪୧୪୩ ନମ୍ବରରେ ଯୋଗାଯୋଗ କରିବା ପାଇଁ ଅନୁରୋଧ କରିଛନ୍ତି ।