No Result
View All Result
୩୦ ଏପ୍ରିଲ, ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ପଡ଼ିଆ :-> ମାଲକାନଗିରି ଜିଲ୍ଲା ପଡ଼ିଆ ବ୍ଲକ ପଡ଼ିଆ ସଦର ମହକୁମା ଠାରେ ଆଜି କଂଗ୍ରେସର ଅସ୍ଥାୟୀ କାର୍ଯ୍ୟାଳୟ ଉଦଘାଟିତ ହୋଇଯାଇଛି । ଏହି ଅବସରରେ ସ୍ଥାନୀୟ ଅଞ୍ଚଳର କିଛି ଯୁବକ ଗୋଷ୍ଠୀ କଂଗ୍ରେସ ଦଳରେ ସାମିଲ ହୋଇଥିଲେ । ଦଳୀୟ କାର୍ଯ୍ୟାଳୟ ଉଦଘାଟନ ପରେ ମାଲକାନଗିରି ବିଧାୟକ ପ୍ରାର୍ଥୀ ମାଲା ମାଢି ଓ ଜିଲ୍ଲା କଂଗ୍ରେସ ସଭାପତି ଗୋବିନ୍ଦ ପାତ୍ରଙ୍କ ନେତୃତ୍ବରେ ପଡ଼ିଆ ଦୂର୍ଗାପୂଜା ମଣ୍ଡପ ନିକଟରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା ।
ଚଳିତ ବର୍ଷ କଂଗ୍ରେସକୁ ସୁଯୋଗ ଦେଲେ କଂଗ୍ରେସର ଏଜେଣ୍ଡା ମୁତାବକ କାର୍ଯ୍ୟ କରାଯିବ ବୋଲି ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ପାତ୍ର ପ୍ରତିଶ୍ରୁତି ଦେଇଥିଲେ । ଚଳିତ ଥର ସୁଯୋଗ ମିଳିଲେ ଜିଲ୍ଲାର ବିକାଶକୁ ଏକ ନୂତନ ଦିଗ ଦେବେ ବୋଲି ବିଧାୟକ ପ୍ରାର୍ଥୀ ଶ୍ରୀ ମାଢି କହିଥିଲେ ।
ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ନବରଙ୍ଗପୁର ଲୋକସଭା ଆସନର ପର୍ଯ୍ୟବେକ୍ଷକ ଦୁର୍ଗେଶ ରାୟ , ପଡୋଶୀ ଛତିଶଗଡ଼ର ନଗର ପଞ୍ଚାଯତ ଅଧ୍ୟକ୍ଷ ବବିତା ମଣ୍ଡାଵୀ, ପଡ଼ିଆ ବ୍ଲକ କଂଗ୍ରେସ ସଭାପତି ନାକା ରାଜୁ କୁମାର, ପ୍ରମୋଦ ସେଠୀଙ୍କ ସମେତ ଶତାଧିକ ଦଳୀୟ କର୍ମୀ ଉପସ୍ଥିତି ଥିଲେ ।
No Result
View All Result