ଓଡିଶା ତାଜା ନ୍ୟୁଜ୍ (୧୧ ଜୁନ୍ ଗୁରୁବାର ) ପାରଳଖେମୁଣ୍ଡି :- ଗଜପତି ଜିଲ୍ଲା ଅନ୍ତର୍ଗତ ମୋହନା ବ୍ଲକ ର ସଦର ମହକୁମା ମୋହନାରେ ଥିବା ଏକ ଜନସେବା କେନ୍ଦ୍ର ରେ ସାନି ଟlଇଜର,ସାମାଜିକ ଦୂରତା ରକ୍ଷା କରିବା ସହ ମାସ୍କ୍କ ପିନ୍ଧି ସକାଳ ୬ ଘଣ୍ଟାରୁ ୧୧ଘଣ୍ଟା ଓ ସନ୍ଧ୍ୟା ୪ ଘଣ୍ଟା ଠାରୁ ୭ ଘଣ୍ଟା ପର୍ଯ୍ୟନ୍ତ ଦୋକାନ ଖୋଲା ରଖିବା ପାଇଁ ଜିଲ୍ଲା ପ୍ରଶାସନ ର ନିର୍ଦ୍ଧେଶ ରହିଛି l କିନ୍ତୁ ଜନସେବା କେନ୍ଦ୍ର ର ମାଲିକ କୋଭିଡ୍ -୧୯ ର ନିୟମ ଉଲଘଂନ କରୁଥିବା ଦେଖି ମୋହନା ତହସିଲ- ଦାର କଲ୍ୟାଣୀ ସଂଘମିତ୍ରା ଦେବୀ ଜନସେବା କେନ୍ଦ୍ର ଉପରେ ଚଢ଼ାଉ କରିଥିଲେ ସେହି ସମୟରେ କାର୍ଯ୍ୟରତ ସାମ୍ବାଦିକ ଲକ୍ଷ୍ମଣ ଚୌଧୁ ରୀ, ଗଣେଶ ବିଷୟୀ, ଆଶ୍ୱିନ କୁମାର ପାତ୍ର, ବାଦଲ ବେହେରା, ସୁମନ କୁମାର ପଟ୍ଟନାୟକ ଓ ପିଣ୍ଟୁ ପ୍ରଧାନ ଉକ୍ତ ଜନସେବା କେନ୍ଦ୍ର କୁ ଯାଇଥିଲେ ସେହି ସମୟରେ ଜନସେବା କେନ୍ଦ୍ର ର ମାଲିକ ଯୋଗେନ୍ଦ୍ର କୁମାର ରଥ ସାମ୍ବାଦିକ ମାନଙ୍କୁ ଧମକ ଦେବା ସହ ତାଙ୍କ ଠାରୁ ମୋବାଇଲ୍ ଛଡାଇ ନେ ଈ ଯାଇଥିଲେ l
ପର ମୁହୂର୍ତ୍ତରେ ମୋହନା ତହସିଲଦାର ଉକ୍ତ ଜନସେବା କେନ୍ଦ୍ର ର ମାଲିକ ଠାରୁ ମୋବାଇଲ୍ ଆଣି ସାମ୍ବାଦିକ ମାନଙ୍କୁ ଦେଇଥିଲେ l ହେଲେ ତହସିଲଦାର ଙ୍କ ସମ୍ମୁଖରେ ଜନସେବା କେନ୍ଦ୍ର ର। ମାଲିକ ଗୁଣ୍ଡା ଗର୍ଦି କରିବା ସହ ସାମ୍ବାଦିକ ମାନଙ୍କୁ ଆକ୍ରମଣ କରିବା ଘଟଣା ଘଟିଥିବା ଯୋଗୁଁ ଜନସେବା କେନ୍ଦ୍ର ର ମାଲିକଙ୍କ ବିରୋଧରେ ତହସିଲଦାର ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଗଜପତି ଜିଲ୍ଲା ସାମ୍ବାଦିକ ସଂଘ (ଏସ ୟୁ ଜେ) ତରଫରୁ ଦାବୀ କରାଯାଇଛି l ସଂଘ ର ଜିଲ୍ଲା ସଭାପତି ଗରୁଡ଼ ଧ୍ୱଜ ଚୌଧୁରୀ, ସାଧାରଣ ସମ୍ପାଦକ ତାରିଣୀ ପ୍ରସାଦ ପଣ୍ଡା, ରଶ୍ମୀ ରଞ୍ଜନ ମିଶ୍ର, ଗଣେଶ ରାଜୁ, କୃଷ୍ଣ କୁମାର ବେହେରା, ଶିଶିର ଗୌଡ, ସୁଜିତ ବିଷୋୟୀ, ସୁଜିତ ପ୍ରଧାନ, ସିତାନଥ ପଣ୍ଡା , ପ୍ରଭାତ କୁମାର ପାତ୍ର, ବାଦଲ ବର୍ଦ୍ଧନ, ବୀର କିଶୋର ପଟନାୟକ, ସୋରଜବୀର ପ୍ରମୁଖ ଦାବୀ କରିଛନ୍ତି l ( ରିପୋର୍ଟ – ଗରୁଡା ଧ୍ୱଜ ଚୌଧୁରୀ)
odishatazanews.com, whatsApp – 9938341180,ph.7008991872, facebook – odishatazanews, ଲାଇକ୍ ଓ ସେୟାର କରନ୍ତୁ – Mail –odishatazanews1@gmail.com