ଚଢୋଉ ବେଳେ ଢେ଼ଙ୍କାନାଳ ଜିଲ୍ଲା ନିହଲପ୍ରସାଦ ନିତ୍ୟାନନ୍ଦ ପୁର ଗାଁର ବିଜୟ ମଲ୍ଲିକ ଓରଫ ମଣ୍ଟୁ, କଟକ ଜିଲ୍ଲା ମାହାଙ୍ଗା ଘିସୁଆ ଗାଁ ର କୁନା ସାହୁ, କେନ୍ଦ୍ରାପଡ଼ା ଥାନା ଡେରାବିଶ ଚତ୍ରଚକଡା ଗାଁର ଚିତ୍ତରଞ୍ଜନ ମଲ୍ଲିକ ଓରଫ ବଳିଆ, ଯାଜପୁର ଜିଲ୍ଲା ଧର୍ମଶାଳା କ୍ଷେତ୍ରପାଳ ଗାଁ ର ଶଶାଙ୍କ ସେନାପତି ଓରଫ ମିଟୁ ଏବଂ ବଡ଼ଚଣା ଥାନା ସୁକାଦେଇପୁର ଗାଁର ପର୍ଶୁରାମ ବାରିକ ।
ଗିରଫ ବେଳେ ଅଭିଯୁକ୍ତ ବିଜୟ ଠାରୁ ଗୁଳି ଭର୍ତ୍ତି ଗୋଟିଏ ଦେଶୀ ପିସ୍ତଲ ଓ ମୋବାଇଲ, କୁନା ପାଖରୁ ଗୋଟିଏ ଭୁଜାଲି ଓ ମୋବାଇଲ, ଚିତ୍ତରଞ୍ଜନ ପାଖରୁ ଗୁଳି ଭର୍ତ୍ତି ଗୋଟିଏ ଦେଶୀ ପିସ୍ତଲ ଓ ମୋବାଇଲ, ଶଶାଙ୍କ ଠାରୁ ଗୋଟିଏ ବଡ଼ ଛୁରୀ ଓ ମୋବାଇଲ, ପର୍ଶୁରାମ ଠାରୁ ଲୁହା ଛଡ଼ ଓ ମୋବାଇଲ ଜବତ ହୋଇଛି । ଏହା ଛଡ଼ା ହୋଣ୍ଡା ସାଇନ୍ ଓ ଆପେଚ ବାଇକ ସମେତ ଅନେକ ମାଦକ ଦ୍ରବ୍ୟ ଜବତ ହୋଇଛି ।
ତେବେ ବିଳମ୍ୱିତ ରାତିରେ ନେଳିଆ ପେଟ୍ରୋଲ ପମ୍ପରେ ଡକାୟତି ପାଇଁ ଯୋଜନା କରୁଥିବା ସୂଚନା ପାଇ ଏହି ଚଢ଼ାଉ କରାଯାଇଥିବା ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଏସଡିପିଓ ସଂଜୟ କୁମାର ପଟ୍ଟନାୟକ । ଏହି ଚଢାଉ ଫଳରେ ଏକ ବଡ଼ ଧରଣର ଡ଼କାୟତକୁ ପଣ୍ଡ କରାଯାଇ ପାରିଛି । ତେବେ ଏହି ଚଢ଼ାଉରେ ଏସ୍ଆଇ ଜହର ଆବିଦିନ୍, ଏଏସଆଇ ଅକ୍ଷୟ କୁମାର ବେହେରା, କନେଷ୍ଟବଳ ଅସରଫ ଅଲ୍ଲୀ ରାଜ୍, ଜିତେନ୍ଦ୍ର ଖୁଣ୍ଟିଆ, ଦିଲ୍ଲିପ କୁମାର ସ୍ଵାଇ, ମହିଳା ଓଏପିଏଫ୍ ନନ୍ଦୀ ହେମ୍ବ୍ରମ୍ ଓ ମାଳତୀ ସୋଏ ସାମିଲ ଥିଲେ ।

© 2023 Odisha Taza News.