No Result
View All Result
୪ ଫେବୃଆରୀ,ଶନିବାର ୨୦୨୩ (ଓଡ଼ିଶା ତାଜାନ୍ୟୁଜ )ପାଟଣାଗଡ :- ଥାନା ରାମପୁର ମେହେର ପଡ଼ା ଛକରୁ ଜଣେ ବ୍ୟବସାୟୀ ଙ୍କ ଠାରୁ ଦୂଇଜଣ ଦୂବୃତ୍ତ ଏକ ଆପାଚି ବାଇକରେ ଆସି ବ୍ୟାଗ ରେ ଭର୍ତ୍ତି ଥିବା ୬ ଲକ୍ଷ ୫୦ ହଜାର ଟଙ୍କା ଝାମ୍ପିନେଇଥିବା ନେଇ ବ୍ୟବସାୟୀ ଜଣକ ଥାନା ରେ ଲିଖିତ ଅଭିଯୋଗ କରିଛନ୍ତି । ବ୍ୟବସାୟୀ ଙ୍କ ଅଭିଯୋଗ ଆଧାରରେ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିବା ଥାନା ଅଧିକାରୀ ଅନନ୍ତ ପ୍ରଧାନ ସୂଚନା ଦେଇଛନ୍ତି । ଲୁଟର ଶିକାର ହୋଇଥିବା ବ୍ୟବସାୟୀ ଧମେନ୍ଦ୍ର ମେହେର ଓ ତାଙ୍କ ସହଯୋଗୀ ଭିଷ୍ମନାଗ ଙ୍କ ଅଭିଯୋଗ ମୁତାବକ ପ୍ରଥମେ ସେମାନେ ନୂତନ ଡେଲି ମାର୍କେଟ ପାଖରେ ଥିବା ବ୍ୟାଙ୍କ ଅଫବୋରୋଦା ରୁ ୩ ଲକ୍ଷ ୫୦ ହଜାର ଟଙ୍କା ଉଠାଣ କରିଥିଲେ । ପରେ ସେମାନେ ରାମଜିଛକ ନିକଟରେ ଥିବା ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ରୁ ୩ ଲକ୍ଷଟଙ୍କା ଉଠାଣ କରି ଏକ ବ୍ୟାଗ ରେ ଭର୍ତ୍ତି କରି ରାମପୁର ସ୍ଥିତ ଧର୍ମେନ୍ଦ୍ର ଙ୍କ ଘରକୁ ଯାଉଥିଲେ ।
ସିସି ଫୁଟେଜ ରୁ ମିଳିଥିବା ତଥ୍ୟ ଅନୁସାରେ ଦୁର୍ବୃତ୍ତ ଦ୍ଵୟ ଏକ ଆପାଚି ବାଇକ ରେ ବ୍ୟାଙ୍କ ଅଫ ବରୋଦା ନିକଟରୁ ହିଁ ସେମାନଙ୍କୁ ପିଛା କରି ଆସୁଥିଲେ ।ଧର୍ମେନ୍ଦ୍ର ଓ ଭିଷ୍ମ ବାଇକ୍ ରୁ ଓହ୍ଲାଇ ଘରକୁ ଯାଉଥିବା ସମୟ ରେ ଧର୍ମେନ୍ଦ୍ର ଙ୍କ ହାତରେ ଥିବା ଟଙ୍କା ବ୍ୟାଙ୍କ ଟି ତାଙ୍କ ଘର ସମ୍ମୁଖରୁ ଏକ ଆପାଚି ବାଇକ ରେ ଆସି ଝାମ୍ପି ଦୁର୍ବୃତ୍ତ ଦ୍ଵୟ ନେଇଥିଲେ । ଉଭୟେ ମିଶି କିଛି କରିବା ପୂର୍ବରୁ ପାଟଣାଗଡ଼ ସହର ପଟକୁ ସେମାନେ ଦ୍ରୃତ ଗତୀରେ ପଲାଇ ଆସିଥିଲେ ।ଖବର ଲେଖା ହେବା ପର୍ଯ୍ୟନ୍ତ ପୁଲିସ ସହର ବ୍ୟତିତ ବେଲପଡା ଖପ୍ରାଖୋଲ ,ଲାଠୋର ,ପଦ୍ମପୁର କଣ୍ଟାବାଞ୍ଜି ଲରମ୍ଭା ,ଗାଇସିଲାଟ ,ଚୁଡାପାଲି ବ୍ୟତିତ ଅନ୍ୟାନ୍ୟ ଛକ ମାନଙ୍କରେ ଯାଞ୍ଚ ପ୍ରକ୍ରିୟା ଜାରି ରଖିଥିବା ସହ ସେହି ଦୁର୍ବୃତ୍ତ ଦ୍ଵୟ ଆସ୍କା ଅଞ୍ଚଳର ବୋଲି ସନ୍ଦେହ କରୁଛି ।

No Result
View All Result