ମୁଖ୍ୟ ବକ୍ତା ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦେବାଶିସ ପଟ୍ଟନାୟକ ଯୋଗଦେଇ ନୂଆଗାଁ ବ୍ଲକ୍ ର କଳା , ଐତିହ୍ୟ, ସଂସ୍କୃତି ର ଗାଥା ବର୍ଣ୍ଣନା କରିଥିଲେ । ଉତ୍ସବ ହେଉବା ମହୋତ୍ସବ ହେଉ ଯେଉଁଠି ଦଶପଲ୍ଲା ବିଧାୟକ ଙ୍କ ପ୍ରଚେଷ୍ଟା ରହିଥାଏ ତାହା ଐତିହାସିକ ମହୋତ୍ସବ ହୋଇଯାଏ ବୋଲି ମୁଖ୍ୟ ଅତିଥି କହିଥିଲେ।ତତ୍ ସହିତ ଏଭଳି ମହୋତ୍ସବ ଆୟୋଜନ କୁ ପ୍ରଶଂସା କରିଥିଲେ ମୁଖ୍ୟ ଅତିଥି ବେଗୁନିଆ ବିଧାୟକ ରାଜେନ୍ଦ୍ର ସାହୁ କହିଥିଲେ ।
ସମ୍ମାନୀତ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ବିଧାନ ଚନ୍ଦ୍ର ରାୟ,ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଉମାକାନ୍ତ ମଲ୍ଲିକ,ଗଣିଆ ବ୍ଲକ୍ ଅଧ୍ୟକ୍ଷା ଝୁନା ଜେନା,ଉପାଧ୍ୟକ୍ଷ ରାଜ କିଶୋର ସାହୁ,୮ ନଂ ଜୋନ୍ ଜିଲ୍ଲା ପରିଷଦ ସଭ୍ୟ ନରେଶ କୁମାର ବେହେରା,୯ ନଂ ଜୋନ ଜିଲ୍ଲା ପରିଷଦ ସଭ୍ୟ ହରିଶ୍ଚନ୍ଦ୍ର ଜାନୀ ପ୍ରମୁଖ ଯୋଗ ଦେଇଥିଲେ । ମଞ୍ଚ ପରିଚାଳନା ତନ୍ଵେଶା ମହାପାତ୍ର କରିଥିବା ବେଳେ ଧନ୍ୟବାଦ୍ ଅର୍ପଣ କରିଥିଲେ ଜିଲ୍ଲା ପରିଷଦ ସଭ୍ୟ ହରିଶ୍ଚନ୍ଦ୍ର ଜାନୀ ।
କୋରଡ଼ା ଉଚ୍ଚ ବିଦ୍ୟାଳୟ ଛାତ୍ର ଛାତ୍ରୀ ଙ୍କ ଦ୍ଵାରା ନୂଆଗାଁ ବନ୍ଦନା,ନୃତ୍ୟଶ୍ରୀ ଜଟଣୀ ର ମଣିପୁରୀ,କଥକ , ଜଟଣୀ ଦାଣ୍ଡିଆ ଲୋକନୃତ୍ୟ,କୋରାପୁଟ ର ଢେମସା ନୃତ୍ୟ ରେ ଝୁମିଥିଲେ ଦର୍ଶକ । ଟାଙ୍ଗିଆ ପଲ୍ଲୀ ଆଶ୍ରମ ବିଦ୍ୟାଳୟ ଛାତ୍ର ଛାତ୍ରୀ ମାନଙ୍କ ଆଦିବାସୀ ନୃତ୍ୟ ଏବଂ ଶାଶ୍ଵତ ତ୍ରିପାଠୀ ଙ୍କ ସମ୍ବଲପୁରୀ ମେଲୋଡି ରେ ବିଭୋର ହୋଇଉଠିଥିଲେ ଦର୍ଶକ ।

© 2023 Odisha Taza News.