ଓଡିଶା ତାଜା ନ୍ୟୁଜ୍ ,ରିପୋର୍ଟ – ଅଭିମନ୍ୟୁ ମହାରଣା (୧୧ ଜୁନ୍ ଗୁରୁବାର ) ରଣପୁର :- ପ୍ରକୃତି ଓ ସଂସ୍କୃତିର ସୁରକ୍ଷା ସଂଗଠନର ଲକ୍ଷ୍ୟ ବିଶ୍ୱ ମହାମାରୀ କରୋନା ଭୂତାଣୁ ସଂକ୍ରମଣ ପ୍ରତିରୋଧ ପାଇଁ ଲକ୍ ଡାଉନ, ସଟ୍ ଡାଉନ ଭଳି କଟକଣା କରାଯାଇଥିଲା ବେଳେ ଅସହାୟମାନଙ୍କୁ ସହାୟତାର ହାତ ବଢାଇ ଥିବା ତଥା ଲୋକଙ୍କୁ ସଚେତନ କରୁଥିବା ବିଭିନ୍ନ କରୋନା ଯୋଦ୍ଧାମାନଙ୍କୁ ଉତ୍କଳୀୟମ ଫାଉଣ୍ଡେସନ ତରଫରୁ ସମ୍ବର୍ଦ୍ଧିତ କରାଯାଇଛି । ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଓଡିଶାର ପ୍ରସିଦ୍ଧ ତୀର୍ଥସ୍ଥଳୀ ନୟାଗଡ ଜିଲ୍ଲାର ରଣପୁର ସ୍ଥିତ ମା ମଣିନାଗ ପୀଠରେ ଅନୁଷ୍ଠିତ ହୋଇଥିଲା ।
ସଙ୍ଗଠନର ଅଧ୍ୟକ୍ଷ ରାଜିବ ଲୋଚନ ପ୍ରଧାନ ଓ ରାଜ୍ୟ ସମ୍ପାଦକ ସୁନୀଲ କୁମାର ମାହାପାତ୍ରଙ୍କ ଅଧ୍ୟକ୍ଷତାରେ ଏବଂ ନୟାଗଡ ଜିଲ୍ଲା ସଭାପତି ଶ୍ରୀକାନ୍ତ ସାହୁଙ୍କ ସଂଯୋଜନାରେ ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଭଳି ବିଶ୍ୱ ବିପତି ସମୟରେ ଜନ ସାଧାରଣଙ୍କ ନିକଟରେ ପହଂଚି ସହାୟତାର ହାତ ବଢାଇଥିବା ସରକାରୀ କର୍ମଚାରୀ, ସାମ୍ବାଦିକ, ସାମାଜିକ କର୍ମୀ, ପୁଲିସ କର୍ମଚାରୀ, ଜନ ପ୍ରତିନିଧି ଓ ଝାଡୁଦାର ମାନଙ୍କୁ କରୋନା ଯୋଦ୍ଧା ଭାବେ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ସମ୍ବର୍ଦ୍ଧିତ ପ୍ରତିଭା ମାନଙ୍କ ମଧ୍ୟରେ ରଣପୁରର ପୂର୍ବତନ ବିଧାୟକ ରବି ନାରାୟଣ ମହାପାତ୍ର, ରଣପୁର ବିଡିଓ ପଚାନନ ପଟ୍ଟାୟକ ,
ତହସିଲଦାର ସଞ୍ଜୟ କୁମାର ସାମନ୍ତରାୟ , ବିଜ୍ଞାପିତ ଅଂଚଳ ପରିଷଦର କାର୍ଯ୍ୟ ନିର୍ବାହୀ ଅଧିକାରୀ ତାପସ ବିଶି , ରଣପୁର ଥାନା ଅଧିକାରୀ ରଶ୍ମି ରଞ୍ଜନ ଦାଶ , ଚାନ୍ଦପୁର ଥାନା ଅଧିକାରୀ ଧନେଶ୍ୱର ନାହାକ , ଅଗ୍ନିଶମ ବିଭାଗ ଅଧିକାରୀ ସରୋଜ କୁମାର ଦାଶ , ଜିପିଇଓ ଗୋବିନ୍ଦ ଚନ୍ଦ୍ର ମହାପାତ୍ର , ବ୍ଲକ ସିନିୟର କ୍ଲର୍କ ବିଶ୍ୱମ୍ବର ମହାପାତ୍ର , ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ବୈଦ୍ୟନାଥ ନନ୍ଦ , ରାଜନଗର ଆଶାକର୍ମୀ ରୂପମତି ମାଝୀ , ରାଜନଗର ଅଙ୍ଗନବାଡି କର୍ମୀ ପ୍ରତିମା କୁମାରୀ ସ୍ୱାଇଁ , ଲୋଧାଚୁଆ ଆଶାକର୍ମୀ ଗୋଲାପ ହଜାରୀ , ବରିଷ୍ଠ ଆଇନଜୀବୀ ଗିରିଜାକାନ୍ତ ମହାପାତ୍ର , ସୂର୍ଯ୍ୟକାନ୍ତ ମହାପାତ୍ର , ଏନେସି ର ଭାଇସଚେୟାରମ୍ୟାନ୍ ପ୍ରିୟବ୍ରତ ପ୍ରହରାଜ
ଗିରିଜାଶଙ୍କର ସାମନ୍ତରାୟ , ମଝିଆଖଣ୍ଡ ସରପଞ୍ଚ ସ୍ୱପ୍ନା ବେହେରା , ଲୋଧାଚୁଆ ସରପଞ୍ଚ ଜୟନ୍ତ କୁମାର ନାୟକ , ନରସିଂହପୁର ସରପଞ୍ଚ ନିତ୍ୟାନନ୍ଦ ପରିଡା , ବ୍ରଜରାଜପୁର ସରପଞ୍ଚ ସୁକାନ୍ତ କୁମାର ସାମନ୍ତରାୟ , ଚାନ୍ଦପୁର ସରପଞ୍ଚ ଜିତେନ୍ଦ୍ର କୁମାର ସାହୁଙ୍କୁ ଫୁଲ ଚନ୍ଦନ, ଉପଢୌକନ ଓ ମାନପତ୍ର ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ସେହିପରି ସାମ୍ବାଦିକ ମାନଙ୍କ ମଧ୍ୟରେ ସୁକାନ୍ତ ଡାକୁଆ, ସୁକାନ୍ତ ପଟ୍ଟନାୟକ, କିଶୋର ରାଉତରାୟ, ରମେଶ ପ୍ରଧାନ, ବ୍ରଜ ରଣସିଂହ, ରଘୁନାଥ ନାୟକ, ଅଭିମନ୍ୟୁ ମହାରଣା, କୃଷ୍ଣଚନ୍ଦ୍ର ଦାଶ, ପ୍ରସନ୍ନ ସାମନ୍ତରାୟ, ସୁଶୀଲ କୁମାର ରଣା, ଜୟେନ୍ଦ୍ର ବେହେରା, ସୁଶାନ୍ତ ଡାକୁଆ, ପ୍ରସନ୍ନ ସାହୁ ପ୍ରମୂଖଙ୍କୁ ମଧ୍ୟ କରୋନା ଯୋଦ୍ଧା ଭାବେ ସମ୍ବର୍ଦ୍ଧିତ କରାଯାଇଥିଲା ।
ପ୍ରକୃତି ଓ ସଂସ୍କୃତିର ସୁରକ୍ଷା କରିବା ସଂଗଠନର ଲକ୍ଷ୍ୟ ବୋଲି ଅଧ୍ୟକ୍ଷ ରାଜିବ ଲୋଚନ ପ୍ରଧାନ ମତ ପ୍ରକାଶ କରିଥିଲେ । ସମ୍ବର୍ଦ୍ଧନା ମାଧ୍ୟମରେ ଲୋକମାନଙ୍କୁ ଉତ୍ସାହିତ କରି କାର୍ଯ୍ୟ କରିବାର ମନୋବଳକୁ ବୃଦ୍ଧି କରିବାର ଏହା ଏକ ପ୍ରୟାସ ବୋଲି ସଙ୍ଗଠନର ରାଜ୍ୟ ସମ୍ପାଦକ ସୁନିଲ କୁମାର ମହାପାତ୍ର କହିଥିଲେ । ସଙ୍ଗଠନ ପକ୍ଷରୁ ରାଜ୍ୟ ଉପାଧ୍ୟକ୍ଷା ସବିତାରାଣୀ ପୃଷ୍ଟି, ରାଜ୍ୟ ସମ୍ପାଦିକା ସୁଚିତ୍ରା ବେହେରା, ନୟାଗଡ ଜିଲ୍ଲା ସଭାପତି ଶ୍ରୀକାନ୍ତ ସାହୁ ଓ ସମ୍ପାଦକ ଜତିନ୍ କୁମାର ରାଉତ, ଗିରିଜାଶଙ୍କର ସାମନ୍ତରାୟ ପ୍ରମୂଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।
odishatazanews.com, whatsApp – 9938341180,ph.7008991872, facebook – odishatazanews, ଲାଇକ୍ ଓ ସେୟାର କରନ୍ତୁ – Mail –odishatazanews1@gmail.com