୩ ଫେବୃଆରୀ ,ଶୁକ୍ରବାର ୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଆର. ଉଦୟଗିରି :- ଗଜପତି ଜିଲ୍ଲା ଆର. ଉଦୟଗିରି ବ୍ଲକ ରାମଗିରି ଗ୍ରାମପଞ୍ଚାୟତ ସ୍ଥିତ ଖ୍ରୀଷ୍ଟିଆନ ସାହି ମଣ୍ଡଳୀ ସ୍ଥାପନର ଏକ ବର୍ଷ ପୂର୍ତ୍ତି ଅବସରରେ ସ୍ମରଣ ଦିବସ ପାଳନ କରାଯାଇଛି l ଉକ୍ତ ସ୍ମରଣ ଦିବସରେ ମୁଖ୍ୟ ଅତିଥିଭାବେ ଝାଲରସିଂ ମଣ୍ଡଳୀର ପାଳକ ଆମଦ ବର୍ଦ୍ଧନ ଏବଂ ପରିସଲ ମଣ୍ଡଳୀର ପାଳକ ମୃତ୍ୟୁଞ୍ଜୟ ମାଳୀ ଯୋଗ ଦେଇଥିଲେ l ରାମଗିରି ମଣ୍ଡଳୀର ପାଳକ ଆଖିସ ପାଉଲ , ମଣ୍ଡଳୀର ଡିକନ ଝିକରୀୟ ଲିମା ଓ କନ୍ତାରୁ ପ୍ରଧାନଙ୍କ ଦ୍ଵାରା ସ୍ମରଣ ଦିବସ କାର୍ଯ୍ୟକ୍ରମ ସୁଚାରୁ ରୂପେ ପରିଚାଳନା ହୋଇଥିଲା l
ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ପ୍ରଶଂସା କରିବା ଏବଂ ସ୍ମରଣ ଦିବସକୁ ସୁସଜ୍ଜିତ କରିବା ପାଇଁ ସଂଗୀତ ଓ ସ୍ୱର ସଂଯୋଜକ ବିବେଚି ମାଳୀଙ୍କ ସଂଗୀତ ଗୁଡିକୁ ତାଙ୍କ ସହଯୋଗୀ ମାନଙ୍କ ଦ୍ଵାରା ଗାନ କରାଯାଇଥିଲା l ଏହି ଉତ୍ସବରେ ରାମଗିରି ସମେତ ଝଲରସିଂ ଓ ପରିସଲ ମଣ୍ଡଳୀର ପୁରୁଷ ଓ ମହିଳା କର୍ମକର୍ତ୍ତା ମାନେ ଯୋଗ ଦେଇ ସ୍ମରଣ ଦିବସକୁ ମହା ଆଡମ୍ବରରେ ପାଳନ କରାଯାଇଛି l














