• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଖବର ପ୍ରକାଶନ ପରେ ମୋହନା ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଦୃଷ୍ଟି ଓ ବଧିର ବିଦ୍ୟାଳୟରେ ଜିଲ୍ଲାସ୍ତରୀୟ ଅଧିକାରୀଙ୍କ ତଦନ୍ତ

Proprietor Abhimanyu Maharana by Proprietor Abhimanyu Maharana
February 3, 2023
in ଓଡ଼ିଶା, ଗଜପତି, ହୋମ୍
0
ଖବର ପ୍ରକାଶନ ପରେ ମୋହନା ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଦୃଷ୍ଟି ଓ ବଧିର ବିଦ୍ୟାଳୟରେ ଜିଲ୍ଲାସ୍ତରୀୟ ଅଧିକାରୀଙ୍କ ତଦନ୍ତ
Share on FacebookShare on TwitterWhatsapp

୨ଫେବୃଆରୀ ୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲା ମୋହନା ବ୍ଲକରେ ଅବସ୍ଥିତ ଜିଲ୍ଲାର ଏକମାତ୍ର ସ୍ୱତନ୍ତ୍ର ଦିବ୍ୟାଙ୍ଗ ଅନୁଷ୍ଠାନ ମହାରାଜା କୃଷ୍ଣ ଚନ୍ଦ୍ର ଗଜପତି ଦୃଷ୍ଟିହୀନ ଓ ବଧିର ଆବାସିକ ବିଦ୍ୟାଳୟ ସ୍ଥାନୀୟ କଣ୍ଟେଇକୋଳି ଗ୍ରାମରେ ରହିଛି। ଦୀର୍ଘ ୩୦ ବର୍ଷରୁ ଉର୍ଦ୍ଧ୍ବ ଏହି ଏକ ମାତ୍ର ପୁରାତନ ଅନୁଷ୍ଠାନ ଯାହା କି ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଙ୍କ ନାମରେ ନାମିତ। ଏହି ଅନୁଷ୍ଠାନକୁ କନ୍ଧମାଳ, ଗଜପତି, ରାୟଗଡ଼ା, ଗଞ୍ଜାମ ଜିଲ୍ଲାର ବହୁ ଦିବ୍ୟାଙ୍ଗ ବିଦ୍ୟାର୍ଥୀ ନିର୍ଭର କରନ୍ତି। ଅବିଭାବକମାନେ ନିଜ ନିଜର ସନ୍ତାନ ସନ୍ତତି ମାନଙ୍କୁ ଏହି ଅନୁଷ୍ଠାନରେ ଶିକ୍ଷା ଗ୍ରହଣ ପାଇଁ ନିର୍ଭୟରେ ଛାଡୁଥିଲେ। ବର୍ତ୍ତମାନ ଏହି ଅନୁଷ୍ଠାନ ଦିନକୁ ଦିନ ବିଭିନ୍ନ ସମସ୍ୟା ଦେଇ ଗତି କରୁଛି।ଅନୁଷ୍ଠାନର ସମ୍ପାଦକ ଦଣ୍ଡାସୀ ସାହୁଙ୍କ ମନମୁଖି ଓ ହରିଲୁଟ କାର୍ଯ୍ୟକଳାପ ଯୋଗୁଁ ଅନୁଷ୍ଠାନଟି ଦିନକୁ ଦିନ ଅଧଃପତନ ହେବାରେ ଲାଗିଛି। ଏହି ବିଦ୍ୟାଳୟଟି ବହୁ ପୁରାତନ ଅନୁଷ୍ଠାନ ହେଇଥିବା ବେଳେ ଏଠିକାର ପରିଚାଳନା କମିଟି ସଦସ୍ୟଙ୍କ ଭୂମିକା ଗୌଣ୍ଯ ଅଟେ । ବିଦ୍ୟାଳୟ କମିଟି ଦୀର୍ଘ ୨୦ ବର୍ଷରୁ ଉର୍ଦ୍ଧ୍ଵ ମାସ ହେଲା ଗଠନ ହୋଇନଥିବା ବେଳେ ନିର୍ଦ୍ଧିଷ୍ଟ ଏକ ଗୋଷ୍ଠୀ ନିଜ ମନଇଚ୍ଛା ଜନସାଧାରଣଙ୍କ ଅଗୋଚରରେ ସମ୍ପାଦକଙ୍କ ଘରେ ବସି କମିଟି ଗଠନ କରି ରାଜତନ୍ତ୍ରର ମସୁଧା ଚଲାଇଛନ୍ତି। ବିଦ୍ୟାଳୟ କମିଟି ଗଠନ ପାଇଁ ନୂତନ କର୍ମକର୍ତ୍ତା ଚୟନ ହେଉନଥିବା ବେଳେ ଅନୁଷ୍ଠାନର ସମ୍ପାଦକ ବିଶୃଙ୍ଖଳା ସୃଷ୍ଟି କରି ନିଜ ମନଇଚ୍ଛାରେ ପୁରାତନ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ବିଦ୍ୟାଳୟରୁ ବହିଷ୍କାର କରି ନୂତନ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ବାରମ୍ଵାର ନିଯୁକ୍ତି କରି ସେମାନଙ୍କ ଠାରୁ ଲକ୍ଷ ଲକ୍ଷ ଟଙ୍କା ନେଇ ନିୟୋଜିତ କରିଛନ୍ତି।

କମିଟିର ଅଗୋଚରରେ କେନ୍ଦ୍ର ସରକାରଙ୍କ ଅନୁଦାନ ଅର୍ଥରାଶିକୁ ହରିଲୁଟ କରିବାରେ ଲାଗିଛନ୍ତି।ଯାହା ଦ୍ୱାରା ଛାତ୍ର ଛାତ୍ରୀ ମାନେ ଏହି ଅନୁଷ୍ଠାନରେ ପାଠ ପଢିବାକୁ ଇଛା ପ୍ରକାଶ କରୁନାହାନ୍ତି। ଏହି ଅନୁଷ୍ଠାନରେ ଛାତ୍ର ଛାତ୍ରୀଙ୍କ ସଂଖ୍ୟା ୩୦ରୁ ୩୫ ଜଣ ଥିବା ବେଳେ ବର୍ତ୍ତମାନ ଅଧିକ ସଂଖ୍ୟକ ବିଦ୍ୟାର୍ଥୀ ପାଠ ପଢୁଥିବା ଉଲ୍ଲେଖ କରାଯାଇ ପ୍ରଶାସନର ଦୃଷ୍ଠି ଆକର୍ଷଣ କରାଯାଉଛି। ପୂର୍ବତନ ଶିକ୍ଷକ ଶିକ୍ଷୟିତ୍ରୀମାନେ ଏହାର ତଦନ୍ତ ପାଇଁ ବହୁ ବାର ଜିଲ୍ଲା ପ୍ରଶାସନକୁ ଅଭିଯୋଗ କରିଛନ୍ତି କିନ୍ତୁ କୌଣସି ସୁଫଳ ନ ମିଳିବାରୁ ଉଚ୍ଚ ନ୍ୟାୟାଳୟର ଦ୍ୱାରସ୍ଥ ମଧ୍ୟ ହୋଇଛନ୍ତି। ଆଉ ଯାହା ଦ୍ୱାରା କେନ୍ଦ୍ର ସରକାରଙ୍କ ଅନୁଦାନ ଏବେ ବନ୍ଦ ହେବାରେ ଲାଗିଛି। ଆଉ କିଛି ଦିନ ପରେ ଏହି ଅନୁଷ୍ଠାନ ବନ୍ଦ ହୋଇଯିବ ଜାଣିବା ପରେ ଅଞ୍ଚଳବାସୀ ଅଣ୍ଟା ଭିଡ଼ିଲେଣି ଉକ୍ତ ଅନୁଷ୍ଠାନରୁ ସଭାପତି, ସମ୍ପାଦକ ଓ ଅନ୍ୟ କମିଟି ସଦସ୍ୟମାନଙ୍କୁ ବାହାର କରି ନୂତନ କମିଟି ଗଠନ ପାଇଁ ଦାବି କରିଛନ୍ତି। ସମ୍ପାଦକଙ୍କ ଏକଚାଟିଆ ମନୋବୃତିକୁ ବିରୋଧ କରିବା ସହ ଯଦି ପୂର୍ବ କମିଟି ଏହି ଅନୁଷ୍ଠାନରୁ ନ ବାହାରନ୍ତି ଅଳ୍ପ ଦିନ ମଧ୍ଯରେ ଆନ୍ଦୋଳନ ତୀବ୍ରତର ହେବ ବୋଲି ଅଞ୍ଚଳବାସୀ ଚେତାବନୀ ଦେଇଛନ୍ତି।

ଏହି ଖବର ସମାଜରେ ପ୍ରକାଶନ ପରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ବିଦ୍ୟାଳୟର ପହଞ୍ଚିଛନ୍ତି ଜିଲ୍ଲାସ୍ତରୀୟ ୫ ଜଣିଆ ଟିମ । ସେମାନଙ୍କ ମଧ୍ୟରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସନ୍ତୋଷ କୁମାର ନାୟକ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀଣି ମିନତି ଦେଇ, ଶିଶୁ ସୁରକ୍ଷା ଅଧିକାରୀ ଅରୁଣ କୁମାର ତ୍ରିପାଠୀଙ୍କ ସମେତ ଅନ୍ୟ ୨ଜଣ କର୍ମଚାରୀ ବିଦ୍ୟାଳୟରେ ପହଞ୍ଚି କାର୍ଯ୍ୟାଳୟର ଆବଶ୍ୟକୀୟ ସମସ୍ତ ନଥିପତ୍ର ଯାଞ୍ଚ କରିଥିଲେ। ଆଵଶ୍ଯକୀୟ ନଥିପତ୍ରରେ ଜାଲ ଦତଖସ୍ତ, କାଗଜପତ୍ରରେ ଜାଲିଆତି, ବାରମ୍ଵାର କର୍ମଚାରୀ ନିଯୁକ୍ତି ଓ ମନୋନୟନ ପକ୍ରିୟାକୁ ପସନ୍ଦ କରିନଥିଲେ। ବିଦ୍ୟାଳୟର ଅନିୟମିତତାକୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ। ଦୀର୍ଘ ବର୍ଷ ଧରି ସଭାପତି ବିଦ୍ୟାଳୟକୁ ସଭାପତି ନ ଆସିବା ଓ ସରକାରୀ କିଛି କାଗଜପତ୍ରରେ ପ୍ରଧାନଶିକ୍ଷକଙ୍କ ଦତଖସ୍ତ ରହିବା ସ୍ଥାନରେ ସମ୍ପାଦକ ଦତଖସ୍ତ କରି କାମ ଚଳାଉଥିବା ଦେଖିବାକୁ ମିଳିଛି।

ଅଧିକାରୀମାନେ ନଥିପତ୍ର ଯାଞ୍ଚ କରିବା ସହିତ କିଛି ଆବଶ୍ୟକୀୟ ନଥିପତ୍ର ସାଥିରେ ନେଇ ପାରଳାଖେମୁଣ୍ଡି ଯାଇଛନ୍ତି।ସେଠାରେ ଟିକିନିଖି ଯାଞ୍ଚ କରିବେ ବୋଲି ଅଧିକାରୀମାନେ କହିଛନ୍ତି। ଯାଞ୍ଚ ପରେ ଜିଲ୍ଳାପାଳଙ୍କୁ ରିପୋର୍ଟ ପ୍ରଦାନ କରିବେ ବୋଲି କହିଛନ୍ତି।ଏହାର ସଠିକ ତଦନ୍ତ କରି ବିଦ୍ୟାଳୟର ସମ୍ପାଦକଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି। ଜିଲ୍ଲାରୁ ତଦନ୍ତ ଅଧିକାରୀ ଆସୁଥିବା ଜାଣିଶୁଣି ପ୍ରଧାନଶିକ୍ଷକ ବିଦ୍ୟାଳୟକୁ ନଆସି ମୋହନାରେ ରହିଥିବା ଜଣାପଡିଛି।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଏକ ଯକ୍ଷ୍ମାମୁକ୍ତ ଭାରତ – କେବଳ ଏକ ଅଭିଯାନ ନୁହେଁ, ଏହା ଆମ ସମସ୍ତଙ୍କ ପାଇଁ ଏକ ଦାୟିତ୍ବ : ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ

ଏକ ଯକ୍ଷ୍ମାମୁକ୍ତ ଭାରତ – କେବଳ ଏକ ଅଭିଯାନ ନୁହେଁ, ଏହା ଆମ ସମସ୍ତଙ୍କ ପାଇଁ ଏକ ଦାୟିତ୍ବ : ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ

September 18, 2026
ପାର୍ବଣ ପାଇଁ ପୁରୀ ପୋଲିସ ର ଫୁଟ ପେଟ୍ରୋଲିଙ୍ଗ : ଜନତା ଙ୍କ ସୁରକ୍ଷା ମୂଳ ଲକ୍ଷ୍ୟ

ପାର୍ବଣ ପାଇଁ ପୁରୀ ପୋଲିସ ର ଫୁଟ ପେଟ୍ରୋଲିଙ୍ଗ : ଜନତା ଙ୍କ ସୁରକ୍ଷା ମୂଳ ଲକ୍ଷ୍ୟ

September 18, 2026
ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଙ୍କ ବାର୍ତ୍ତା

ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଙ୍କ ବାର୍ତ୍ତା

September 18, 2026
ଖଜା ଦୋକାନ ଓ ଭାଟିରେ ଚଢ଼ାଉ କ୍ବିଣ୍ଟାଲ କ୍ବିଣ୍ଟାଲ ଖଜା, ପୋଡାତେଲ ଓ ବାସୀ ଚିନିସିରା ଜବତ

ଖଜା ଦୋକାନ ଓ ଭାଟିରେ ଚଢ଼ାଉ କ୍ବିଣ୍ଟାଲ କ୍ବିଣ୍ଟାଲ ଖଜା, ପୋଡାତେଲ ଓ ବାସୀ ଚିନିସିରା ଜବତ

September 18, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଏକ ଯକ୍ଷ୍ମାମୁକ୍ତ ଭାରତ – କେବଳ ଏକ ଅଭିଯାନ ନୁହେଁ, ଏହା ଆମ ସମସ୍ତଙ୍କ ପାଇଁ ଏକ ଦାୟିତ୍ବ : ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ

ଏକ ଯକ୍ଷ୍ମାମୁକ୍ତ ଭାରତ – କେବଳ ଏକ ଅଭିଯାନ ନୁହେଁ, ଏହା ଆମ ସମସ୍ତଙ୍କ ପାଇଁ ଏକ ଦାୟିତ୍ବ : ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ

September 18, 2026
ପାର୍ବଣ ପାଇଁ ପୁରୀ ପୋଲିସ ର ଫୁଟ ପେଟ୍ରୋଲିଙ୍ଗ : ଜନତା ଙ୍କ ସୁରକ୍ଷା ମୂଳ ଲକ୍ଷ୍ୟ

ପାର୍ବଣ ପାଇଁ ପୁରୀ ପୋଲିସ ର ଫୁଟ ପେଟ୍ରୋଲିଙ୍ଗ : ଜନତା ଙ୍କ ସୁରକ୍ଷା ମୂଳ ଲକ୍ଷ୍ୟ

September 18, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version