ପରିବାର ମଙ୍ଗଳ ସହାୟତା ଯୋଜନାରେ ଆବେଦନ କରିଥିବା ବିଧବା ମହିଳା ଙ୍କୁ ଆର୍ଥିକ ସହାୟତା କୋଡିଏ ହଜାର ଟଙ୍କା ପ୍ରଦାନ କରିବା, ଅସହାୟ ଭତ୍ତା, କଳାକାର ଭତା, ଏହିପରି ଅନେକ ସମସ୍ୟାର ସମାଧାନ ପାଇଁ ଆଲୋଚନା କରାଯାଇଥିବା ବେଳେ ବର୍ତମାନ ମଞ୍ଜୁର ହୋଇଥିବା ଇନ୍ଦିରା ଆବାସ ଘର ପ୍ରକ୍ରିୟା ଆଦୌ ସନ୍ତୋଷ ଜନକ ନ ଥିବା ଅଭିଯୋଗ ଦେଖିବାକୁ ମିଳିଛି l ଏଣୁ ଯଥେଷ୍ଟ ପରିମାଣରେ ଆବଶ୍ୟକ ମୁତାବକ ଗରିବ ସାହାଯ୍ୟ ଗୃହ ମଞ୍ଜୁର କରି ପ୍ରକୃତ ଗରିବ ହିତାଧିକାରୀ ଙ୍କୁ ବଞ୍ଚିତ କରା ନ ଯିବା,ଏବଂ ବର୍ତ୍ତମାନ ମଞ୍ଜୁର ହୋଇଥିବା ହିତାଧିକାରୀ ତାଲିକା କୁ ରଦ ନ କରି ଆସିଥିବା ଲୋକଙ୍କୁ କାର୍ଯ୍ୟାଦେଶ ପ୍ରଦାନ କରିବା, ନୂତନ ଭାବରେ ଏକ ଲକ୍ଷ କଳାକାର ଙ୍କ ପାଇଁ ଭତ୍ତା ମଞ୍ଜୁର କରିବା,
କଳାକାର ଙ୍କୁ ଘର ପ୍ରଦାନ କରିବା,କଳାକାର ଙ୍କ ବସାଉଠl ସଭା ସମିତି ପାଇଁ ବ୍ଲକ ହେଡକ୍ୱାଟର ଅଞ୍ଚଳ ରେ ଏକ ଶହ ଆର ଜାଗା ସହିତ ଘର ନିର୍ମାଣ ପାଇଁ ଦଶ ଲକ୍ଷ ଟଙ୍କା ମଞ୍ଜୁର କରିବା, ପେସାଦାର କଳାକାର ଙ୍କୁ ଜନ ସଚେତନତା ଲୋକନୃତ୍ୟ କାର୍ଯ୍ୟକ୍ରମ କରିବାକୁ ଟଙ୍କା ମଞ୍ଜୁର କରିବା, ଏବଂ ଲୋକଙ୍କର ସୁରକ୍ଷା ଦୃଷ୍ଟିରୁ ଫୁଲବାଣୀ -ବ୍ରହ୍ମହପୁର ସଂଯୋଗ ରାସ୍ତା ରେ ମଝି ମଝି ରେ ବଡ଼ ବଡ଼ ଖାଲ ଥିବା ସ୍ଥାନକୁ ମରାମତି କରିବା, ଏହିପରି ଉନ୍ନତି ମୂଳକ କାର୍ଯ୍ୟକ୍ରମ କରାଯିବାକୁ ପ୍ରଶାସନ ର ଦୃଷ୍ଟି ଆକର୍ଷଣ ପାଇଁ ନିଷ୍ପତି କରାଯାଇଥିଲା l
ଏଥିରେ ପାରମ୍ପରିକ ଲୋକକଳାକାର ସାଂସ୍କୃତିକ ସଂଘ, ଟିକାବାଲି, ସମ୍ପାଦକ ବାଲି କହଁର, ଉପଦେଷ୍ଟା ରାମ ଚନ୍ଦ୍ର ଡିଗାଲ,ଉପସଭାପତି ବାମଦେବ ଡିଗାଲ, ସହ ସମ୍ପାଦିକା ଅପସରି ଡିଗାଲ, ପ୍ରେମନ୍ତ କହଁର , ଦୁଃଶାସନ ପ୍ରଧାନ, ନବଜିନ କହଁର, ବାସନ୍ତୀ କହଁର,ବି କେ ଏସ ଏସ ର ଉପସଭାପତି ବିଜେନ୍ଦ୍ର ପ୍ରଧାନ, ବେବି କହଁର, ବିନେଜିତ ପ୍ରଧାନ, ସମୀର ଡିଗାଲ, ଗନ୍ଧର୍ପ କହଁର , ପ୍ରମୁଖ କର୍ମୀବୃନ୍ଦଙ୍କ ସମେତ ବହୁ ଅନୁଷ୍ଠାନ ର ପରିଚାଳନା କମିଟି ର କର୍ମକର୍ତ୍ତା ଯୋଗ ଦେଇଥିଲେ l

© 2023 Odisha Taza News.