ଓଡିଶା ତାଜା ନ୍ୟୁଜ୍ (୧୧ ଜୁନ୍ ଗୁରୁବାର ) ଭୁବନେଶ୍ୱର :- କରୋନା ପ୍ରତିହତ କ୍ଷେତ୍ରରେ ଜୁନ ମାସଟି ଅତି ଗୁରୁତ୍ୱପୂର୍ଣ୍ଣ ବୋଲି ରାଜ୍ୟ ସରକାର କହୁଛନ୍ତି । ଏହି ମାସ ରେ ଅତି ଜରୁରୀ କାମ ନଥିଲେ କେହି ଘରୁ ବାହାରକୁ ନ ବାହାରିବା ପାଇଁ ସରକାର ଜନ ସାଧାରଣ ଙ୍କୁ ତାଗିଦ କରିଛନ୍ତି । କିନ୍ତୁ ଅନ୍ୟ ପଟେ ବିପିୟୁଟି ଏବଂ ବିଟେକ ଶେଷ ବର୍ଷ ଛାତ୍ର ଛାତ୍ରୀ ଙ୍କ ଅନ୍ତିମ ସେମିଷ୍ଟାର ପରୀକ୍ଷା ଜୁନ ଶେଷ ସପ୍ତାହ କିମ୍ବା ଜୁଲାଇ ପ୍ରଥମ ସପ୍ତାହ ରେ କରିବାକୁ ସ୍ଥିର କରିଛି । ବିଟେକ ଶେଷ ସେମିଷ୍ଟାର ଜୁନ ଶେଷ ଅବା ଜୁଲାଇ ପ୍ରଥମ ସପ୍ତାହ ରେ ଅନୁଷ୍ଠିତ ହେବ ବୋଲି ବିପିୟୁଟି ନିୟମାବଳୀ ପ୍ରସ୍ତୁତ କରିଛି ।
ବର୍ତ୍ତମାନ ରାଜ୍ୟ କରୋନା ବିରୋଧ ରେ ଲଢ଼ୁଥିବା ସମୟରେ ବସ ଚଳାଚଳ ସ୍ବାଭାବିକ ହୋଇନଥିବାରୁ ଜନ ସାଧାରଣ ଯାତାୟାତ କରିବାରେ ଅସୁବିଧା ର ସମ୍ମୁଖୀନ ହୋଇଛନ୍ତି । ବିପିୟୁଟି ନିୟମାବଳୀ ଅନୁସାରେ ଛାତ୍ର ଛାତ୍ରୀ ନିଜ ଜିଲ୍ଲା ରେ ପରୀକ୍ଷା ଦେବେ । ଏହି ବିଷୟକୁ ଧ୍ୟାନ ଦେଲେ ଜଣାପଡୁଛି ଜିଲ୍ଲା ର କୋଣ ଅନୁକୋଣ ରୁ ପିଲା ଜିଲ୍ଲା ମୁଖ୍ୟାଳୟ କୁ ଆସିବେ । ରାଜ୍ୟ ବାହାରୁ ବହୁ ଛାତ୍ର ଛାତ୍ରୀ ବିପିୟୁଟି ଅଧିନସ୍ଥ ଶିକ୍ଷାନୁଷ୍ଠାନ ରେ ଅଧ୍ୟୟନ କରୁଛନ୍ତି । ସେମାନେ କିପରି ଓଡ଼ିଶା ଆସିବେ ତାହା ବିପିୟୁଟି ଧ୍ୟାନ ଦେଇନାହିଁ । ତେବେ ଏଭଳି ସ୍ଥଳେ କରୋନା ପରିସ୍ଥିତି ରେ ସ୍ୱାଭାବିକ ଆସିବା ପର୍ଯ୍ୟନ୍ତ ପରୀକ୍ଷା ଘୁଞ୍ଚାଇ ଦିଆଯାଉ । ଛାତ୍ର ନେତା, ବିପିୟୁଟି ( ସତ୍ୟମ୍ ବେହେରା )
odishatazanews.com, whatsApp – 9938341180,ph.7008991872, facebook – odishatazanews, ଲାଇକ୍ ଓ ସେୟାର କରନ୍ତୁ – Mail –odishatazanews1@gmail.com