ଓଡିଶା ତାଜା ନ୍ୟୁଜ୍ ,ରିପୋର୍ଟ – ଅଭିମନ୍ୟୁ ମହାରଣା (୧୧ ଜୁନ୍ ଗୁରୁବାର ) ରଣପୁର :- ରଣପୁର ଏନେସି ର ୧୫ ଟି ୱାର୍ଡ ର ଆବର୍ଜନା କୁ ୯ ନମ୍ବର ୱାର୍ଡ ର ମଣିନାଗ ନିକଟ ରେ ଥିବା କଲିମ୍ବି ବାରି ରେ ପଡି ସେଠାକାର ପରିବେଶ ନଷ୍ଟ ହେଉଥିଲା ସେ ଆବର୍ଜନା ର ଦୁର୍ଗନ୍ଧରେ ନୂଆ ରାଜବାଟି ସାହି ଓ ଆଦର୍ଶ ବିଦ୍ୟା ମନ୍ଦିର ବିଦ୍ୟାଳୟ ର ପରିବେଶ ଉପରେ ବହୁ ପ୍ରଭାବ ପଡୁଥିଲା ଯାହା ଫଳରେ ରଣପୁର ଏନେସି ର ୧୫ ଟି ୱାର୍ଡ ର ଅଳିଆ ଆବର୍ଜନା କୁ ନେଇ ବ୍ରଜବଲ୍ଲଭପୁର ୪୫୩ ମୌଜାରେ କମ୍ପୋଷ୍ଟ ସେଣ୍ଟର କରାଯିବା କୁ ସ୍ଥିର କରାଯାଇଥିବା ବେଳେ ଏହି କାମ କୁ ଆଜି ଆରମ୍ଭ କରାଯାଇଥିଲା ।
ରଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ରେ ମାଇକ୍ରୋ କମ୍ପୋଷ୍ଟିଂ ସେଣ୍ଟର ପ୍ଲଟ ନଂ ୧୫ ଖତିଆନ ୪୫୩ ମୌଜା ବ୍ରଜବଲ୍ଲଭପୁର ରେ କାର୍ଯ୍ୟ ଚାଲୁଥିଲା । ଯାହା କି ତହସିଲଦାର ଙ୍କ ଜାଗା ଟି ଏନ.ଏ.ସି କୁ ହସ୍ତାନ୍ତର କରାଯାଇଥିଲା । କିନ୍ତୁ ବନାଞ୍ଚଳ ଅଧିକାରୀ ଙ୍କ କହିବା ଅନୁଯାୟୀ ପ୍ରଦତ୍ତ ଜଗା ଟି ରିଜର୍ଭ ଫରେଷ୍ଟ ଡିଭିଜନ ର ବୋଲି କାର୍ଯ୍ୟ କୁ ସ୍ଥଗିତ ରଖାଗଲା । ମିଳିତ ଅଧିକାରୀ ଙ୍କ ମାପଚୁପ ପରେ କାର୍ଯ୍ୟ ଆରମ୍ଭ ହେବ ବୋଲି ବନାଞ୍ଚଳ ଅଧିକାରୀ କହିଛନ୍ତି । ଯାହା ଦ୍ୱାରା କି କାର୍ଯ୍ୟ ଟି କୁ ସ୍ଥଗିତ ରଖାଗଲା । କାହା ସ୍ୱାର୍ଥ ପାଈଁ ବନ୍ଦ କରୁଛନ୍ତି ବନାଞ୍ଚଳ ଅଧିକାରୀ ଏହାକୁ ନେଇ ରଣପୁର ର ବୁଦ୍ଧିଜୀବୀ ମହଲରେ କ୍ଷୋଭ ପ୍ରକାଶ କରିଛନ୍ତି ।
odishatazanews.com, whatsApp – 9938341180,ph.7008991872, facebook – odishatazanews, ଲାଇକ୍ ଓ ସେୟାର କରନ୍ତୁ – Mail –odishatazanews1@gmail.com