ଓଡିଶା ତାଜା ନ୍ୟୁଜ୍ (୧୧ ଜୁନ୍ ଗୁରୁବାର ) ବାଲେଶ୍ୱର :- ହୁ ହୁ ହୋଇ କରୋନା ବାଲେଶ୍ୱରେ ବଢ଼ୁଛି । ଆଗକୁ ଭାରତରେ କରୋନା ସଂକ୍ରମଣର ବିସ୍ଫୋରଣ ହେବ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଚେତାବନୀ ଦେଲାଣି । ଓଡ଼ିଶାରେ ବି ସ୍ଥିତି ଚିନ୍ତାଜନକ ହେଲାଣି । ଏଥିପାଇଁ ରାଜ୍ୟ ସରକାର ୧୧ ଜିଲ୍ଲାରେ ଜୁନ୍ ମାସର ସମସ୍ତ ଶନିବାର, ରବିବାର ସଟ୍ଡାଉନ ଲାଗୁ କରିଛନ୍ତି । ହେଲେ ଅମାନିଆ ଯେଉଁଭଳି ବେପରୁଆ ହୋଇ ବୁଲୁଛନ୍ତି, ବାକି ୫ଦିନରେ ବି କରୋନା ସଂକ୍ରମଣ ବିଜୁଳି ବେଗରେ ବ୍ୟାପିପାରେ । ବିଶେଷକରି ବାଲେଶ୍ୱର ସ୍ଥିତି ଚିନ୍ତା ବଢ଼ାଇଲାଣି । ଏହାକୁ ଦୃଷ୍ଟିରେ ରଖି ବାଲେଶ୍ୱର ସହରରେ ସଟ୍ଡାଉନ୍ ଅବଧିକୁ ବଢ଼ାଇବା ପାଇଁ ବାଲେଶ୍ୱର ଜିଲ୍ଲାପାଳକୁ ରାଜଘାଟର ଜୀବନସାଥୀ ସଂଗଠନର ସଭାପତି ଓ ଯୁବସମାଜସେବୀ ଦୀପ୍ତିମାନ୍ ପତି ପ୍ରସ୍ତାବକୁ ଅବଗତ କରାଇଛନ୍ତି। ଯଦି ଏଭଳି ଲମ୍ବା ଅବଧିର ସଟ୍ଡାଉନ ଲାଗୁ କରାଯାଏ, ଲୋକଙ୍କ ସୁବିଧାକୁ ମଧ୍ୟ ନଜର ରଖାଯିବ । ଜରୁରୀକାଳୀନ ସେବା ଓ ଅତ୍ୟାବଶ୍ୟକ ସାମଗ୍ରୀ ପାଇଁ କଟକଣା କୋହଳ କରାଯିବ ।
ଏହି ସମୟରେ ଅନଲାଇନ ଓ ହୋମ୍ ଡେଲିଭରି ବ୍ୟବସ୍ଥାକୁ ବ୍ୟାପକ କରାଯିବ । ଖାଦ୍ୟ ସାମଗ୍ରୀ, ପନିପରିବା, ଆମିଷ କିଣାକିଣି ପାଇଁ କିଛି ନିର୍ଦ୍ଦିଷ୍ଟ ସମୟ ରଖାଯାଇପାରେ । ହେଲେ ଏଥିପାଇଁ ଚାଲି କରି କିମ୍ବା ସାଇକେଲରେ ଯିବାକୁ ପଡ଼ିପାରେ । ସବୁ ସମୟରେ ମାସ୍କ ପିନ୍ଧିବା ସହ ସାମାଜିକ ଦୂରତାକୁ କଡ଼ାକଡ଼ି ଭାବେ ଲାଗୁ କରାଯିବ । ଏଭଳି ପ୍ରସ୍ତାବ ଉପରେ ବିଚାର କରାଯାଉ। ଯଦି ଲୋକେ ବେଫିକର ହୋଇ ସାମାଜିକ ଦୂରତା ନମାନିବେ, ବାଧ୍ୟ ହୋଇ ଜିଲ୍ଲାପାଳ ଲମ୍ବା ସଟ୍ଡାଉନ୍ ଭଳି ଚରମ ପଦକ୍ଷେପ ନେଇପାରିବେ । ଜୁନ୍ ମାସ ରାଜ୍ୟ ପାଇଁ ଗୁରୁତ୍ୱପୂର୍ଣ୍ଣ ବୋଲି ମୁଖ୍ୟମନ୍ତ୍ରୀ କହିସାରିଛନ୍ତି । ଏ ନେଇ ଲୋକଙ୍କୁ ସତର୍କ ମଧ୍ୟ କରାଇଛନ୍ତି । ଯଦି ଲୋକେ ଏବେ କଟକଣାକୁ ନ ମାନିବେ, ମାର୍ଚ୍ଚରୁ ଆଜି ପର୍ଯ୍ୟନ୍ତ ରାଜ୍ୟ ସରକାର ଓ ରାଜ୍ୟବାସୀ କରିଥିବା ସବୁ ପରିଶ୍ରମ ଓ ତ୍ୟାଗ ବୃଥା ହୋଇଯିବ ।
ଏବେ ରାଜ୍ୟରେ କ୍ୱାରେଣ୍ଟାଇନ ସଂକ୍ରମିତ ସହ ସ୍ଥାନୀୟ ସଂକ୍ରମିତଙ୍କ ସଂଖ୍ୟା ବି ବଢ଼ିବାରେ ଲାଗିଛି । ଲୋକଙ୍କ ଜୀବିକା ବଞ୍ଚାଇବା ପାଇଁ ଲକ୍ଡାଉନ ସାମାନ୍ୟ କୋହଳ କରାଯାଇଥିବାବେଳେ ଅଧିକାଂଶ ଲୋକେ ଆଉ କଟକଣାକୁ ମାନୁନାହାନ୍ତି । ଏପଟେ ରାଜ୍ୟରେ କରୋନା ପଜିଟିଭ୍ ସଂଖ୍ୟା ପ୍ରତିଦିନ ରେକର୍ଡ ଭାଙ୍ଗୁଛି । ଆଗକୁ ସ୍ଥିତି ଆହୁରି ବିଗିଡ଼ିପାରେ । ତେଣୁ କରୋନା ମୁକାବିଲା ପାଇଁ ବିଶେଷଜ୍ଞଙ୍କ ମତାମତ ଲୋଡ଼ାଯାଇଛି । କେତେକ ବିଶେଷଜ୍ଞଙ୍କ କହିବା କଥା ହେଲା, ଲକ୍ଡାଉନ୍କୁ ଅଧିକାଂଶ ଲୋକେ ଆଉ ମାନୁନାହାନ୍ତି । ସ୍ଥିତି ନିୟନ୍ତ୍ରଣରେ ରଖିବାକୁ ହେଲେ ଏବେ ସଟ୍ଡାଉନ୍ ହିଁ ଏକମାତ୍ର ବିକଳ୍ପ । ଆବଶ୍ୟକ ପଡ଼ିଲେ ଏହାର ଅବଧି ବଢ଼ାଇବାକୁ ହେବ । ତେଣୁ ଜିଲ୍ଲାପାଳ ଏ ଭଳି ପ୍ରସ୍ତାବ ଉପରେ ବିଚାର କରି ମତ ରଖିବା ପାଇଁ ମଧ୍ୟ ଜନ ସାଧାରଣ ମତ ପ୍ରକାଶ କରିଛନ୍ତି । (ରିପୋର୍ଟ :- ଦୀପ୍ତିମାନ୍ ପତି /ବାଲେଶ୍ୱର )
odishatazanews.com, whatsApp – 9938341180,ph.7008991872, facebook – odishatazanews, ଲାଇକ୍ ଓ ସେୟାର କରନ୍ତୁ – Mail –odishatazanews1@gmail.com