ଖବର ପାଇ ବିଦ୍ୟାଳୟ କର୍ତ୍ତୃପକ୍ଷ ସଙ୍ଗେ ସଙ୍ଗେ ଛାତ୍ର ମାନଙ୍କୁ ବାଲିଗୁଡା ଉପଖଣ୍ଡ ଚିକିତ୍ସାଳୟକୁ ଆଣି ପ୍ରାଥମିକ ଚିକିତ୍ସା ପରେ ଫୁଲବାଣୀ ଜିଲ୍ଲା ଡାକ୍ତର ଖାନାକୁ ପଠାଇ ଦିଆଯାଇଥିବା ଜଣାପଡିଛି l ଏଭଳି ଏକ ଅଭାବନୀୟ ଘଟଣା କୁ ନେଇ ସେଇ ସ୍କୁଲର କର୍ତ୍ତୃପକ୍ଷ ସଠିକ ଉତ୍ତର ଦେଉନଥିବା ବେଳେ ଯାହା କହୁଛନ୍ତି ସେଥିରେ କିଛି ସତ୍ୟତା ନଥିବା ଜଣା ପଡିଛି l
ଛାତ୍ରମାନେ କେଉଁଠାରୁ ସ୍କୁଲ ପରିସରକୁ ନିଜ ପକେଟ୍ ଭିତରେ ଯେ କୌଣସି ଏକ ବିସ୍ପୋରକ ସାମଗ୍ରୀ ଆଣିଥିଲେ ତାହା ତଦନ୍ତ ସାପେକ୍ଷ। ଏଥି ପ୍ରତି ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ଦୃଷ୍ଟି ଦେଇ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବୀ ହେଉଛି l

© 2023 Odisha Taza News.