Home ଅପରାଧ ୫ ବର୍ଷ ଜେଲ୍ ଦଣ୍ଡ ଦେଲେ ମୟୂରଭଞ୍ଜ ଜିଲ୍ଲା ସ୍ବତନ୍ତ୍ର ଦୁର୍ନୀତି ନିବାରଣ କୋର୍ଟ : ଲାଞ୍ଚୁଆ ପୋଲିସ ଏସଆଇଙ୍କୁ by Proprietor by Abhimanyu Maharana 1 year ago Share on FacebookShare on TwitterWhatsapp ୧ ଫେବୃଆରୀ ବୁଧବାର ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ମୟୁରଭଞ୍ଜ :- ଲାଞ୍ଚୁଆ ପୋଲିସ ଏସଆଇଙ୍କୁ ୫ ବର୍ଷ ଜେଲ୍ । ଦଣ୍ଡାଦେଶ ଦେଲେ ମୟୂରଭଞ୍ଜ ଜିଲ୍ଲା ସ୍ବତନ୍ତ୍ର ଦୁର୍ନୀତି ନିବାରଣ କୋର୍ଟ । ରାୟ ଶୁଣାଇଲେ ବିଚାରପତି ଡ. ପ୍ରସନ୍ନ କୁମାର ପଣ୍ଡା । ୫ ବର୍ଷ କାରାଦଣ୍ଡ ସହ ୪୦ ହଜାର ଟଙ୍କା ଜୋରିମାନା ଆଦେଶ ଦିଆଯାଇଛି । ଜୋରିମାନା ଅନାଦେୟ ଅଧିକ ୧ ବର୍ଷ ୨ମାସ ଅତିରିକ୍ତ କାରାଦଣ୍ଡ ଭୋଗିବାକୁ ରହିଛି ନିର୍ଦ୍ଦେଶ । ଅଭିଯୁକ୍ତ ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ଥାନାର ତତ୍କାଳୀନ ସବ ଇନ୍ସିପେକ୍ଟର ହୃଷିକେଶ ପଶ୍ଚିମକବାଟ । ଖୁଣ୍ଟା ଥାନା ଅନ୍ତର୍ଗତ ସାନବେଳାକୁଟି ଗ୍ରାମର ସଞ୍ଜୀବ ପୁଥାଳଙ୍କ ସମେତ ପରିବାରର ୭ ଜଣଙ୍କ ବିରୋଧରେ ଏକ ଯୌତୁକ ନିର୍ଯ୍ୟାତନା ମାମଲା ରୁଜୁ ହୋଇଥିଲା ।ମାମଲାରେ ଅଭିଯୁକ୍ତମାନଙ୍କୁ ଗିରଫ ନ କରିବାକୁ ହୃଷିକେଶ ୨୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ତେବେ ୫ ହଜାର ଟଙ୍କା ନେଇଥିବା ବେଳେ ବଳକା ଟଙ୍କା ପରବର୍ତ୍ତୀ ସମୟରେ ନେବାକୁ ସ୍ଥିର ହୋଇଥିଲା । ଏନେଇ ସଞ୍ଜୀବଙ୍କ ଭାଇ ବିବେକାନନ୍ଦ ବାରିପଦା ଭିଜିଲାନ୍ସ ବିଭାଗର ଦ୍ବାରସ୍ଥ ହୋଇଥିଲେ । ଯୋଜନା ମୁତାବକ ୨୦୧୫ ଏପ୍ରିଲ ୧୩ ତାରିଖ ରାତିରେ ଥାନା ପରିସରରେ ଆଉ ୭ ହଜାର ଟଙ୍କା ଲାଞ୍ଚ ନେବାବେଳେ ଗିରଫ କରିଥିଲା ଭିଜିଲାନ୍ସ ବିଭାଗ । ତାଙ୍କ ବିରୋଧରେ ମାମଲା ରୁଜୁ ହେବା ସହ କୋର୍ଟ ଚାଲାଣ କରାଯାଇଥିଲା । ତେବେ ସେହି ମାମଲାର ଆଜି ରାୟ ପ୍ରକାଶ ପାଇଛି । ୮ଜଣ ସାକ୍ଷୀ, ବୟାନ ଓ ପ୍ରମାଣକୁ ଭିତ୍ତିକରି କୋର୍ଟ ୫ ବର୍ଷ ଜେଲ ଦଣ୍ଡରେ ଦଣ୍ଡିତ କରିଛନ୍ତି । ଏସଆଇ ହୃଷିକେଶ ବର୍ତ୍ତମାନ ବାଲେଶ୍ବର ଟ୍ରାଫିକ ଥାନାରେ ସବ ଇନ୍ସପେକ୍ଟର ଭାବେ କାର୍ଯ୍ୟରତ ଅଛନ୍ତି । ରାୟ ପ୍ରକାଶ ପରେ ହୃଷିକେଶଙ୍କୁ ଗିରଫ କରାଯାଇ ମଣ୍ଡଳ କାରାଗାରକୁ ପଠାଇ ଦିଆଯାଇଛି । ଭିଜିଲାନ୍ସ ବିଭାଗ ପକ୍ଷରୁ ହୃଷିକେଶଙ୍କୁ ଚାକିରୀରୁ ବରଖାସ୍ତ କରିବା ପାଇଁ ପୋଲିସ ବିଭାଗକୁ ଚିଠି ଲେଖାଯାଇଛି Categories: ଅପରାଧ, ଓଡ଼ିଶା, ଭଦ୍ରକ, ମୟୁରଭଞ୍ଜ, ହୋମ୍ Related Content ରଣପୁର ନିର୍ବାଚନ ମଣ୍ଡଳୀରୁ କଂଗ୍ରେସର ବିଧାୟକ ପ୍ରାର୍ଥୀ ବିଭୁ ପ୍ରସାଦ ମିଶ୍ର : ବିପୁଳ ଜନସମାଗମରେ ପ୍ରାର୍ଥୀ ପତ୍ର ଦାଖଲ କଲେ by Proprietor by Abhimanyu Maharana May 5, 2024 ପାରଳାଖେମୁଣ୍ଡି ଠାରେ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନୀ ପ୍ରଚାର by Proprietor by Abhimanyu Maharana May 5, 2024 ଖୋଲା ବଜାରରେ ବିକ୍ରି ହେଉଛି ଜଙ୍ଗଲି ମାଂସ by Proprietor by Abhimanyu Maharana May 5, 2024 ସୁମନ୍ତଙ୍କୁ ଟିକେଟ ପରେ ସାରଦା ଅଡ଼ୁଆ, ବାଜି ମାରିବେ ଅଙ୍କିତ,ସୁମନ୍ତଙ୍କ ରାସ୍ତାରେ କଣ୍ଟା ହୋଇ ଠିଆ ହେଲେ ସାରଦା, ମାହାଙ୍ଗାରେ ବିଜେପି ଦୁଇ ଫାଳ, ସ୍ୱାଧୀନ ଭାବେ ଲଢ଼ିବାକୁ ସାରଦାଙ୍କ ରଣହୁଙ୍କାର by Proprietor by Abhimanyu Maharana May 5, 2024 ବୃତ୍ତଙ୍ଗ କୂଳରେ ପ୍ରକଳ୍ପ - ଲୋକଙ୍କୁ ମିଳୁନି ପାଣି by Proprietor by Abhimanyu Maharana May 5, 2024 Pattnaik India Foundation Felicitates Kishore Dwibedi by Proprietor by Abhimanyu Maharana May 5, 2024