ଓଡିଶା ତାଜା ନ୍ୟୁଜ୍ (୧୧ ଜୁନ୍ ଗୁରୁବାର ) ନୟାଗଡ ଜିଲ୍ଲା :- ନୟାଗଡ ରେ କରୋନା ମହାମାରୀକୁ ଲଗାମ ଦେବାକୁ ଯାଇ ଯେଉଁ ବ୍ୟବସାୟୀ ଭାଇ ମାନେ ସାମାଜିକ ଦୂରତ୍ୱକୁ ମାନିବେ ନାହିଁ ଅଥବା ଗହଳି ଜାରି ରଖିଛନ୍ତି ସେମାନଙ୍କୁ ଲଗାମ ଦେବାକୁ ଯାଇ ଜିଲ୍ଲାପାଳ ଡା. ପୋମା ଟୁଡୁଙ୍କ ନିର୍ଦେଶ କ୍ରମେ ଉପଜିଲ୍ଲାପାଳ, ଲଗ୍ନଜିତ ରାଉତ, ତହସିଲଦାର ଭିକାରି ସାହୁ, ପୌରଧିକାରୀ ସନ୍ତୋଷ ଜେନା ଟାଉନ ଥାନା ଉପସ୍ଥିତିରେ ସମଗ୍ର ସହରାଞ୍ଚଳରେ ଚଢ଼ାଉ କରି କିଛି ଦୋକାନ ସିଜ କରିବା ସହ ମାସ୍କ ପିନ୍ଧି ନଥିବାରୁ ଆର୍ଥିକ ଜୋରିମାନା କରିଛନ୍ତି ।
ଏପରିକି ଆଜି ଠାରୁ ଅନ୍ୟାଦେଶ ପର୍ଯ୍ୟନ୍ତ ଚାଟ, ଦହିବରା ଦୋକାନ ଆଦି ବନ୍ଦ କରିବାକୁ ପୌର କର୍ତ୍ତୃପକ୍ଷ ଘୋଷଣା କରି ଛନ୍ତି । ଏଣିକି ଯେଉଁ ବ୍ୟବସାୟୀ ମାନେ ଜିଲ୍ଲା ପ୍ରଶାସନ ଦ୍ୱାରା ଜାରି ଆଇନର ଅବମାନନା କରିବେ ସେମାନଙ୍କ ବିରୋଧରେ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲା ପ୍ରଶାସନ ତରଫରୁ ଚେତାବନୀ ଦିୟାଯାଇଛି ।
ଏହି କ୍ରମରେ ରାଜୀବମାର୍କେଟ, ବିଜୁ ମାର୍କେଟ, ଜୁବୁଲି ମାର୍କେଟ, କଚେରୀ ବଜାର, ଖଣ୍ଡପଡାରୋଡ଼ବଜାର, ଓଡଗାଁ ଛକ, ମୁଖ୍ୟ ଛକ, ଆଦି ଚଢ଼ାଉ କରାଯିବା ସହ ଦୋକାନୀ ମାନଙ୍କୁ ପ୍ରଶାସନ ପକ୍ଷରୁ ସଚେତନ କରାଯାଉଥିବା ଦେଖାଯାଉଛି । (ରିପୋର୍ଟ :- ରାମକୃଷ୍ଣ ରଥ )
odishatazanews.com, whatsApp – 9938341180,ph.7008991872, facebook – odishatazanews, ଲାଇକ୍ ଓ ସେୟାର କରନ୍ତୁ – Mail –odishatazanews1@gmail.com