ମିର୍ଦ୍ଧା ସମାଜ ର ପ୍ରତେକ ପରିବାର ବର୍ଗ ପୁଅ ଝିଅ ମାନଙ୍କୁ ପାଠ ପଢ଼ାଇବା ସମାଜରେ ଥିବା କୁ ସଂସ୍କାର ଅନ୍ଧବିଶ୍ୱାସ ଦୂର କରିବା ପାଇଁ ତାହା ହେଉଛି ଏକ ମାତ୍ର ଅସ୍ତ୍ର ଶିକ୍ଷା । ଆମ ସମାଜ ଭାଇ ମାନେ ନିଶାରେ ଚୁର ହୋଇ ଯୁବ ପିଢ଼ି ମାନଙ୍କର ଭବିଷ୍ୟତ ନଷ୍ଟ କରୁଛନ୍ତି । ସନ୍ଧ୍ୟା କାଳୀନ ଆଧିବେସନରେ ମାନ୍ୟବର ରାଜ୍ୟସଭା ସାଂସଦ ଶ୍ରୀଯୁକ୍ତ ନିରଞ୍ଜନ ବିଶି ମଞ୍ଚାଶିନହୋଇ ମିର୍ଦ୍ଧା ସମାଜ ଭାଇ ଭଉଣୀ ମାନଙ୍କୁ ଉଦ୍ଦବୋଧନ ଦେଇ ଥିଲେ ।
ତାଙ୍କର ନିଜସ୍ୱ ପାଣ୍ଠିି ରୁ ଅନୁଦାନ ଦେବା ପାଇଁ ମିର୍ଦ୍ଧା ସମାଜ ର କଲ୍ୟାଣ ମଣ୍ଡପ ପ୍ରତିଶୃତି ଦେଇଥିଲେ ।ଏଥିରେ ଜିଲ୍ଲା ସମ୍ପାଦକ ବିରଞ୍ଚି ମିର୍ଦ୍ଧା, ଜିଲ୍ଲା ମହିଳା ସଭାପତି ଜହ୍ନବି ମିର୍ଦ୍ଧା, ସମ୍ପାଦିକା ସୁଜାତା ମିର୍ଦ୍ଧା ଉକ୍ତ କାର୍ଯ୍ୟକ୍ରମ କୁ ପୁରନ୍ଦର ମିର୍ଦ୍ଧା ପରିଚାଲନ କରିଥିଲେ ଏବଂ ସୁଶାନ୍ତ ମିର୍ଦ୍ଧା ଧନ୍ୟବାଦ ଅର୍ପଣ କରିଥିଲେ । ସ୍ବର୍ଗତ ଲିଙ୍ଗରାଜ ମିର୍ଦ୍ଧା ଭୁମିଦାନ୍ କରିଥିଲେ ଏବଂ ଲକ୍ଷ୍ମଣ ମିର୍ଦ୍ଧା ଧନେଶ୍ୱର ମିର୍ଦ୍ଧା, ଗୋପବନ୍ଧୁ ମିର୍ଦ୍ଧା, ଜୁଧିଷ୍ଠିର ମିର୍ଦ୍ଧା ପ୍ରମୁଖ ସହଯୋଗ କରିଥିଲେ ।

© 2023 Odisha Taza News.