No Result
View All Result
୨୯ ଜାନୁଆରୀ,ରବିବାର,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ପାଟଣାଗଡ଼ :- ବଲାଙ୍ଗିର ଜିଲ୍ଲା ବେଲପଡା ବ୍ଳକ ମଣ୍ଡଳ ଗାଁ ୱ।ଡ଼ ନଂ ୬ ହରିଜନ ପଡା ର ନଟବର ମହାନନ୍ଦ (୪୭) ଦିର୍ଘ ୫ ବର୍ଷରୁ ଉର୍ଦ୍ଧ ହେବ ବ୍ରେନ ଟ୍ୟୁମର ରୋଗ ରେ ଆକ୍ରାନ୍ତ ହୋଇ ସରକାରୀ ସହାୟତା କୁ ଅପେକ୍ଷା ରେ ଚାହିଁ ରହିଛନ୍ତି । ସ୍ତ୍ରୀ ଦ୍ରୋପଦୀ( ୪୪) ଦୁଃଖ କଷ୍ଟରେ ଝିଅ ମୁନୀ (୧୬), ଅଞ୍ଜଳୀ(୧୩),ଝାନ୍ସୀ (୧୦) ଓ ରିତୁ (୮) ଙ୍କୁ ନେଇ ତାଙ୍କ ପରିବାର ଦୁଃଖକଷ୍ଟ ରେ ଚଳିଆସୁଛନ୍ତି । ନଟବର ବ୍ରେନଟ୍ୟୁମର ରେ ଆକ୍ରାନ୍ତ ହେବା ପରେ ଅସ୍ତ୍ରୋପଚାର ପାଇଁ ଅର୍ଥ ବାଧକ ସାଜିଛି ।
ପ୍ରକାଶ ଯେ ନଟବର ସୁସ୍ଥ ଥିବାବେଳେ ସାମ୍ବାଦିକତା ସହ ଛୋଟ ଧରଣର ବ୍ୟବସାୟ କରି ପରିବାର ପ୍ରତିପୋଷଣ କରୁଥିଲେ । ୬ ବର୍ଷ ପୂର୍ବେ ତାଙ୍କ ମୁଣ୍ଡରେ ସେ ସାମାନ୍ୟ ଯନ୍ତ୍ରଣା ଅନୁଭବ କରିଥିଲେ । ତାହା ଧିରେଧିରେ ବଢ଼ିବାକୁ ଲାଗିଲା ଯନ୍ତ୍ରଣାରେ ଛଟପଟ ହୋଇ ନଟବର ପ୍ରଥମେ ପାଟଣାଗଡ଼ ,ବଲାଙ୍ଗିର ,ବୁର୍ଲା ଆଦି ଡାକ୍ତର ଖାନା ରେ ଚିକିତ୍ସା କରାଇ ଥିଲେ ।ହେଲେ ଭଲ ନ ହେବାରୁ ଫେରିଆସି କଟକ ଡ଼ାକ୍ତର ଖାନା ରେ ଦେଖାଇଥିଲେ । କଟକ ଡ଼ାକ୍ତରଖାନାର ଡାକ୍ତର ତାଙ୍କୁ ଭୂବନେଶ୍ଵର ସ୍ଥିତ ଏମ୍ସ ବଡ ଡାକ୍ତର ଖାନା ରେ ଚିକିତ୍ସା କରାଇବାକୁ ପରାମର୍ଶ ଦେଇଥିଲେ ।
ନଟବର ଜଣେ ଗରିବ ପରିବାର ର ଅଟନ୍ତି । ନଟବର ତାଙ୍କ ଅଧା ଏକର ଜମିକୁ ବନ୍ଧା ପକାଇବା ସହ ଧାର କରଜ କରି ଡାକ୍ତର ଙ୍କ ପରାମର୍ଶ କ୍ରମେ ଭୁବନେଶ୍ଵର ସ୍ଥିତ ଏମ୍ସ ଡାକ୍ତର ଖାନା କୁ ଯାଇ ଥିଲେ । ହେଲେ ଅସ୍ତ୍ରୋପଚାର ପାଇଁ ଅଧିକ ଟଙ୍କା ଆବଶ୍ୟକ ପଡ଼ିବାରୁ ଘରକୁ ଫେରିଆସିଥିଲେ । ସ୍ତ୍ରୀ ପରଘରେ ମଞ୍ଜୁରୀ ଲାଗି ପରିବାର ପ୍ରତିପୋଷଣ କରିବା ସହ ସରକାରୀ ସହାୟତା କହିଲେ କେବଳ ୩୦ କେଜି ଚାଉଳ ପାଇଥାନ୍ତି ।
ଯଦଦ୍ଵାରା ପରିବାର ପ୍ରତିପୋଷଣ କରିବା ତାଙ୍କ ପକ୍ଷେ କଷ୍ଟ କର ହୋଇ ପଡ଼ିବା ସହ ପିଲାଙ୍କ ପାଠପଢାରେ ବାଧାସୃଷ୍ଟି ହେଉଛି ।ଅବଶ୍ୟ ନଟବର ଙ୍କ ପାଖରେ ସରକାରୀ ବିଜୁ ସ୍ଵାସ୍ଥ କଲ୍ୟାଣ କାର୍ଡ ରହିଛି । ଏଥି ପ୍ରତି ଜିଲ୍ଲାପ୍ରଶାସନ ଦୃଷ୍ଟି ଦେଇ ନଟବର ଙ୍କ ବ୍ରେନ ଟ୍ୟୁମର ଅସ୍ତ୍ରୋପଚାର ପାଇଁ ଆବଶ୍ୟକ ସରକାରୀ ସହୟତା ଯୋଗାଇ ଦେବାକୁ ପରିବାର ପକ୍ଷରୁ ଦାବି ହେଉଛି ।

No Result
View All Result