ବୁଢା ବାପା ମା ମାନେ ପୁଅ ବୋହୁ ଙ୍କ ଦ୍ୱାରା ନିର୍ଯ୍ୟାତନା ଭୋଗୁଥିବା ଦୈନିକ ସମ୍ବାଦ ପ୍ରକାଶ ପାଉଛି । ଏଥିପାଇଁ ଆମ୍ଭେ ତୁମ ମାନଙ୍କୁ ଗୋଟିଏ ଶିକ୍ଷା ଦେଉଛୁ ଯେ , ତୁମେ ମାନେ ତୁମ ପିତା ମାତା ଙ୍କ ସେବା କର ବୋଲି ଗୁରୁ ଶ୍ରୀଯୁକ୍ତ ମିଶ୍ର ପରାମର୍ଶ ଦେଇଥିଲେ । ୧୯୯୧ ବ୍ୟାଚର ସଦସ୍ୟ ଭୁବନ ନଗରପାଳ ଶୁଭେନ୍ଦୁ କୁମାର ସାହୁ ଓ ଗଁନ୍ଦିଆ ବ୍ଲକର ପୂର୍ବତନ ଅଧ୍ୟକ୍ଷ ମଳୟ କୁମାର ସିଂହ ଅତିଥି ଭାବେ ଯୋଗଦେଇଥିଲେ ।
ସନ୍ତୋଷ କୁମାର ସାହୁ , ଦେବେନ୍ଦ୍ର ସାହୁ , ପବିତ୍ର ସାହୁ , ଗୌତମ ପଟ୍ଟନାୟକ , ଅଶେଷ ପୃଷ୍ଟି , ପବିତ୍ର ବେହେରା , ମନମୋହନ ସେନ , ହିତେନ୍ଦ୍ର ଗୁରୁ , ଦୟାନିଧି ବେହେରା , କୃପାସିନ୍ଧୁ ବେହେରା , ସୁଶାନ୍ତ କୁମାର ପୋଥାଳ ପ୍ରମୁଖ ସକ୍ରିୟ ଅଂଶଗ୍ରହଣ କରିଥିଲେ । ପ୍ରାୟ ୪୦ ଜଣ ବ୍ୟାଚମେଟ ସପରିବାରେ ଯୋଗଦେଇ କାର୍ଯ୍ୟକ୍ରମକୁ ସରସ ସୁନ୍ଦର କରିଥିଲେ । କାର୍ଯ୍ୟକ୍ରମ ଆରମ୍ଭରେ ଦିବଙ୍ଗତ ସଦସ୍ୟ ସିରାଜ ଉଦ୍ଦିନ ଖାଁ (ଗରିବ) ଙ୍କ ଅମରଆତ୍ମା ସଦଗତି ନିମନ୍ତେ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା

© 2023 Odisha Taza News.