୨୯ ଜାନୁଆରୀ,ରବିବାର,୨୦୨୩ (ଓଡ଼ିଶା ତାଜାନ୍ୟୁଜ )ବାଲୁଗାଁ :- ବହୁ ଚର୍ଚ୍ଚିତ ବାଣପୁର କଲେଜ ଛାତ୍ର ଆଶୁତୋଷ ମହାପାତ୍ର ଙ୍କୁ ଅପହରଣ ଓ ପରେ ହତ୍ୟା ଘଟଣାରେ ଅଭିଯୁକ୍ତ ଆଶୀର୍ବାଦ ପ୍ରଧାନଙ୍କୁ ପୋଲିସ ରିମାଣ୍ଡରେ ଆଣି ତଦନ୍ତ କୁ ଜୋରଦାର କରିଛି l ଶୁକ୍ରବାର ଅଭିଯୁକ୍ତ ଆଶୀର୍ବାଦକୁ ନେଇ ସିନ ରିକ୍ରିଏ ସନ କରି ଏକ ପରିତ୍ୟକ୍ତ କୂଅରୁ ମୃତ ଆଶୁତୋଷର ମୋବାଇଲ ଫୋନ କୁ ପୋଲିସ ଉଦ୍ଧାର କରିଛି l ଉକ୍ତ ମୋବାଇଲ ଫୋନରୁ ଅନେକ ଗୁରୁତ୍ୱ ପୂର୍ଣ୍ଣ ତଥ୍ୟ ମିଳିପାରିବ ବୋଲି ପୋଲିସ ଆଶା ରଖିଛି l ଏହି ଘଟଣାର ଅଧିକ ତଦନ୍ତ ପାଇଁ ଅଧିକ ଅlଵ୍ୟଶ୍ୟକଥିବାରୁ ବାଣପୁର ପୋଲିସ ଅଭିଯୁକ୍ତକୁ ଦୁଇ ଦିନ ରିମାଣ୍ଡରେ ଆଣିଥିଲା l ଗତ କାଲି ପର୍ଯ୍ୟନ୍ତ କହୁଥିଲେ ଆଶୁତୋଷ ତାଙ୍କୁ ବ୍ଲାକ ମେଲିଙ୍ଗ କରୁଥିଲେ କହି ପ୍ରତିଶୋଧ ପରାୟଣ ହୋଇ ତାଙ୍କୁ ଆଶୀର୍ବାଦ ପ୍ରଧାନ ଓରଫ କାହ୍ନl ଭୋଜି କରିବା ଆଳରେ ନିଜର ଏକ ପରୀତକ୍ତ ଘରକୁ ଡାକି ପ୍ରଚୁର ମଦ୍ୟ ପାନ କରାଇ ଅତି ନିର୍ମମ ଭାବରେ ଏକ ରସିରେ ବେକକୁ ଚିପି ମାରିଦେବା ପରେ ଘୋଷାରି ଘୋଷାରି ଘର ପଛରେ ଥିବା କୂଅରେ ପକାଇ ଦେଇଥିଲେ l ଗତକାଲି ଚବିଶ ଘଣ୍ଟା ହୋଇଯାଇଥିବାରୁ ବାଣପୁର ପୋଲିସ ଅଭିଯୁକ୍ତ କୁ କୋର୍ଟ ପଠାଇଦେଇଥିଲେ l ଆଜି ବାଣପୁର ପୋଲିସ ଅଭିଯୁକ୍ତକୁ ରିମାଣ୍ଡରେ ଆଣି ଜେରା କରିବା ପରେ ଆସାମୀ ଆହୁରି କିଛି ନୂଆଁ କଥା କହିଥିଲା l ଅଭିଯୁକ୍ତ କହିବା ଆଧାରରେ ପୁଣି ଥରେ ସିନରିକ୍ରିଏସନ କରାଯାଇଥିଲା l ଆଶୀର୍ବାଦ ପ୍ରଧାନ ସେହି ପରୀତକ୍ତ ଘର ପଛପଟେ ସାଙ୍ଗ ଆଶୁତୋଷକୁ ମାରି ପକାଇଥିବା ବେଳେ ନିଜ ପରିବାର ସହ ରହୁଥିବା କୂଅରେ ପ୍ରମାଣ ନଷ୍ଟ କରିବା ପାଇଁ କୂଅରେ ପକାଇଥିଲା l ଯାହା ସେ ମାନିବାପରେ ପୋଲିସ ଦମକଳ ବାହିନୀର ସହଯୋଗ ରେ କୂଅକୁ ଶୁଖାଇ ରହସ୍ୟ ରେ ରହିଥିବା ସେହି ମୋବାଇଲଟିକୁ ଜବତ କରିଛି l ଗତ ଦୁଇ ଦିନ ହେବ ମୋବାଇଲ ଟି ପାଣିରେ ରହିଥିବାରୁ ସୁଇଚ ଅଫ ହୋଇ ରହିଥିବାରୁ ମୋବାଇଲଟିକୁ ଫରେନସିକ ଟିମ କୁ ପଠାଯାଇଛି l ରିପୋର୍ଟ ଆସିଲା ପରେ ଏହି ମୋବାଇଲ ଖୋଲିବ ଅନେକ ରହସ୍ୟ l