ଭଲିବଲ୍ ଟୁଣ୍ଣାମେଷ୍ଟ ଉଦ୍ଘାଟିତ

୨୯ ଜାନୁଆରୀ,ରବିବାର,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଆର,ଉଦୟଗିରି :- ଆର,ଉଦୟଗିରି ଗ୍ରାମର ସରଳା ସାହିରେ ମା ସାରଳା ଠାକୁରାଣୀ ଭଲିବଲ ଟୁଣ୍ଣାମେଣ୍ଟ ଉଦଘାଟିତ ହୋଇଥିଲା । ମୁଖ୍ୟ ଅତିଥୀ ଆର,ଉଦୟଗିରି ଏସଡିପିଓ ଦିଲ୍ଲୀପ କୁମାର ନାୟକ, ବ୍ଳକ ଅଧ୍ୟକ୍ଷ ଲକ୍ଷ୍ମୀ ନାରାୟଣ ଶବର , ଥାନା ଅଧିକାରୀ ପ୍ରଶାନ୍ତ ମଲ୍ଲିକ, ସରପଞ୍ଚ ଜାମେସ ରାଇକା ଓ ପଞ୍ଚାୟତ ପିଇଓ ପ୍ରମୁଖ ଅତିଥୀମାନେ ଯୋଗଦେଇ ଉଦ୍ଘାଟନ କହିଥିଲେ । ଏଥିରେ ମ୍ୟାଚ ଗଜପତି ଜିଲ୍ଲାର ରାୟଗଡା ସହ ଗୁମ୍ମା ମଧ୍ୟରେ ଅନୁଷ୍ଠିତ ହୋଇଥିଲା ।

ଟୁଣ୍ଣାମେଣ୍ଟ ୩୦ ଦିନ ଧରି ଅନୁଷ୍ଠିତ ହେବାକୁ ଥିବାବେଳେ ଏଥିରେ ଏ ଓ ବି ଦୁଇ ଗୋଷ୍ଠୀରେ ୬୬ ଦଳକୁ ନେଇ ମ୍ୟାଚ ଅନୁଷ୍ଠିତ ହେବ । ଖେଳ ମନୁଷ୍ୟର ଅଭିଛେଦ୍ୟ ଅଙ୍ଗ। ଯେମିତି ଖାଦ୍ୟ ବିନା ଆମେ ବଞ୍ଚି ପାରିବା ନାହିଁ । ଡ୍ରୀଡାଦ୍ବାରା ମନୁଷ୍ୟର ଶରୀରକୁ ଶାନ୍ତି ମିଳିଥାଏ ବୋଲି ମୁଖ୍ୟ ଅତିଥୀ କହିଥିଲେ । ସେପଟେ ପ୍ରତିଭାବାନ ଖେଳାଳିଙ୍କୁ ଜିଲ୍ଲା ଓ ରାଜ୍ୟ ସ୍ତରରେ ପହଞ୍ଚାଇବା ମୂଳ ଲକ୍ଷ୍ୟ ବୋଲି ଟୁନାମେଣ୍ଟ ଆୟୋଜନ କହିଥିଲେ .