x. ମନ୍ତ୍ରୀଙ୍କୁ ଫାୟାରିଂ ବେଳେ ୨ରୁ୩ ରାଉଣ୍ଡ ଗୁଳିର ଶବ୍ଦ ଶୁଣିବାକୁ ମିଳିଛି x. ମନ୍ତ୍ରୀଙ୍କ ପାଖରେ ଥିବା ଆଉ ଜଣେ ବ୍ୟକ୍ତି ଆହତ ସୂଚନା

୨୯ ଜାନୁଆରୀ,ରବିବାର,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଝାରସୁଗୁଡ଼ା/ଭୁବନେଶ୍ୱର :- ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କୁ ଗୁଳି ମାଡ ହୋଇଛି । ଗୁଳି ମାଡରେ ଗୁରୁତର ଆହତ ହୋଇଥିବା ମନ୍ତ୍ରୀ ନବ ଦାସଙ୍କୁ ହସପିଟାଲରେର ଭର୍ତ୍ତି କରାଯାଇଛି । ଝାରସୁଗୁଡାରେ ପ୍ରାଥମିକ ଚିକିତ୍ସା ପରେ ଗୁରୁତର ଅବସ୍ଥାରେ ତାଙ୍କୁ ଏୟାର ଆମ୍ବୁଲାନ୍ସ ଜରିଆରେ ଝାରସୁଗୁଡ଼ା ରୁ ଭୁବନେଶ୍ୱର ଅପ୍ପୋଲୋ ଘରୋଇ ହସ୍ପିଟାଲ କୁ ସ୍ଥାନାନ୍ତରଣ କରାଯାଇଥିଲା । ଗାନ୍ଧିଛକ ଏଏସଆଇ ଗୋପାଳ ଦାସ ସ୍ୱାସ୍ଥ୍ୟ ମନ୍ତ୍ରୀ ଶ୍ରୀ ନବ ଦାସଙ୍କୁ ଗୁଳି କରିଥିବା ବ୍ରଜରାଜନଗର ଏସଡିପିଓ ଗୁପ୍ତେଶ୍ଵର ଭୋଇ କହିଛନ୍ତି । ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଗୁଳି ସୂଚନା ଅନୁସାରେ, ଆଜି ପୂର୍ବାହ୍ଣରେ ମନ୍ତ୍ରୀ ନବ ଦାସ ଝାରସୁଗୁଡା ବ୍ରଜରାଜ ନଗର ଗାନ୍ଧିଛକ ନିକଟରେ ଆୟୋଜିତ ଏକ ଦଳୀୟ କାର୍ୟ୍ୟକ୍ରମରେ ଯୋଗ ଦେବାକୁ ଯାଉଥିଲେ । ଗାନ୍ଧିଛକ ନିକଟରେ ସେ ଗାଡିରେ ଓହ୍ଲାଇବା ପରେ କର୍ମୀମାନେ ତାଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଏହି ସମୟରେ ହଠାତ ଜଣେ ପୋଲିସ କର୍ମଚାରୀ 'ଏଏସଆଇ ଗୋପାଳ ଦାସ' ଅତିନିକଟରୁ ତାଙ୍କ ଉପରକୁ ଗୁଳିମାଡ କରିଥିଲେ । ଫଳରେ ତାଙ୍କ ଛାତିରେ ଗୁଳି ବାଜିଥିଲା । ରକ୍ତ ଜୁଡୁବୁଡୁ ଅବସ୍ଥାରେ ତାଙ୍କୁ ତୁରନ୍ତ ଉଦ୍ଧାର କରି ସ୍ଥାନୀୟ ହସପିଟାଲରେ ଭର୍ତ୍ତି କରାଯାଇଛି ।ଏହି ଘଟଣା ପରେ ଲୋକେ ଗୁଳିମାଡ କରିଥିବା ପୋଲିସ କର୍ମଚାରୀଙ୍କୁ କାବୁ କରିନେଇଥିଲେ । କାବୁ ହୋଇଥିବା ପୋଲିସ କର୍ମଚାରୀ ଜଣକ ଗାନ୍ଧିଛକ ଫାଣ୍ଡିରେ କାର୍ୟ୍ୟରତ ଗାପାଳ ଦାସ ବୋଲି ଜଣାପଡିଛି । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ଏସପି ଓ ଡିଆଇଜି ଘଟଣାସ୍ଥଳରେ ପହଁଞ୍ଚି ଅନୁଧ୍ୟାନ ଆରମ୍ଭ କରିଛି । ଗାନ୍ଧିଛକ ଏଏସଆଇ ଗୋପାଳ ଦାସ ସ୍ୱାସ୍ଥ୍ୟ ମନ୍ତ୍ରୀ ଶ୍ରୀ ନବ ଦାସଙ୍କୁ ଗୁଳି କରିଥିବା ବ୍ରଜରାଜନଗର ଏସଡିପିଓ ଗୁପ୍ତେଶ୍ଵର ଭୋଇ କହିଛନ୍ତି ।