No Result
View All Result
୨୭ ଜାନୁଆରୀ ଶୁକ୍ରବାର ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଭୁବନ :- ଭୁବନ ବିଜ୍ଞାପିତ ଅଂଚଳ ପରିଷଦ ତରଫରୁ ନୂଆବଜାର (ବସଷ୍ଟାଣ୍ଡ) ଠାରେ ୭୪ ତମ ସାଧାରଣତନ୍ତ୍ର ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ନଗରପାଳ ଶୁଭେନ୍ଦୁ କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତୋଳନ କରିଥିଲେ ଓ ସମ୍ମିଳିତ ପ୍ୟାରେଡରେ ଅଭିବାଦନ ଗ୍ରହଣ କରିଥିଲେ । ଦେଶର ଏକତା , ଅଖଣ୍ଡତା ଓ ସୁରକ୍ଷା ପାଇଁ ବଳିଦାନ ଦେଇଥିବା ଅମର ସହିଦ ମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରି କହିଥିଲେ ଯେ, ବିଭିନ୍ନତା ମଧ୍ୟରେ ଏକତା ହେଉଛି ଆମ ଦେଶର ମୂଳମନ୍ତ୍ର । ଅମ ସମ୍ବିଧାନ ଏକ ଆଦର୍ଶ ସମ୍ବିଧାନ ଏବଂ ଗଣତନ୍ତ୍ରର ଆତ୍ମା ।
ନିଜର କର୍ତବ୍ୟ କୁ ନିଷ୍ଠାର ସହ ପାଳନ କରି ଆମ ସମ୍ବିଧାନର ଗରିମା ବଜାୟ ରଖିବା ଆମ ସମସ୍ତଙ୍କର କର୍ତବ୍ୟ ହେଉ ବୋଲି ନଗରପାଳ ଶୁଭେନ୍ଦୁ ସାହୁ ମତବ୍ୟକ୍ତ କରିଥିଲେ । ଭୁବନ ଏନଏସି ବିକାଶ ପଥରେ ଆଗେଇ ଚାଲିଛି ,ସମସ୍ତଙ୍କର ସହଯୋଗ ରହିଲେ ଆଗାମୀ ଦିନରେ ନିଶ୍ଚିତ ଭାବେ ସମଗ୍ର ରାଜ୍ୟରେ ୧ ନମ୍ବର ଏନଏସି ମାନ୍ୟତା ପାଇବ ବୋଲି କହିଥିଲେ ।
ଏନଏସି ପରିସରରେ ଥିବା ସମସ୍ତ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ଅଂଶଗ୍ରହଣ କରିଥିଲେ । ସମସ୍ତ ବଣିକ ସଂଘ ସଭାପତି ,ଏନଏସି ନିର୍ବାହୀ ଅଧିକାରୀ , ଥାନାଧିକାରୀ , ଅଗ୍ନିଶମ ଅଧିକାରୀ ,କାଉନସିଲର ଙ୍କ ସମେତ ବହୁ ମାନ୍ୟଗଣ୍ୟ ଉପସ୍ଥିତ ଥିଲେ । ପ୍ରାରମ୍ଭରେ ନଗରପାଳ କାଳିବଜାରସ୍ଥିତ ସହିଦ ବାଜି ରାଉତ ଙ୍କ ପ୍ରତିମୂର୍ତୀରେ ମାଲ୍ୟାର୍ପଣ କରିବା ସହ ଡାକ୍ତରଖାନାରେ ରୋଗୀଙ୍କୁ ଫଳ ବଣ୍ଟନ କରିଥିଲେ ।
No Result
View All Result