No Result
View All Result
୨୭ ଜାନୁଆରୀ ଶୁକ୍ରବାର ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ପାଟଣାଗଡ଼ :- ପାଟଣାଗଡ଼ ପ୍ରଶାସନ ତରଫରୁ ସ୍ଥାନୀୟ ରମାଇଁ ହାଇସ୍କୁଲ ଠାରେ ୭୪ ସାଧାରଣ ତନ୍ତ୍ର ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ମୂଖ୍ୟ ଅତିଥି ଭାବରେ ଉପଜିଲ୍ଲାପାଳ ଡ଼ ବିଜୟାନନ୍ଦ ସେଠି ,ସମ୍ମାନିତ ଅତିଥି ଉପଖଣ୍ଡ ପୋଲିସ ଅଧିକାରୀ ଜ୍ୟୋର୍ତିମୟ ଭୁକ୍ତା ,ଥାନା ଅଧିକାରୀ ଅନନ୍ତ ପ୍ରଧାନ ,ଅତିରିକ୍ତ ଜିଲ୍ଲାପାଳ କ୍ଷିରୋଦ ଚନ୍ଦ୍ର ସାହୁ ,ତହସିଲ ଦାର ଲକ୍ଷଣ ମାଝି ପ୍ରମୁଖ ଯୋଗ ଦେଇ ଥିଲେ । ଅନ୍ୟମାନଙ୍କ ମଧ୍ୟରେ ଉପଖଣ୍ଡ ସ୍ତରୀୟ ଉପଖଣ୍ଡ ସ୍ତରୀୟ ସାମ୍ବାଦିକ ସଂଘ ,ଯୁବ ପତ୍ରକାର ସଂଘ ,ପ୍ରେସ ବ୍ଳକ ର ସାମ୍ବାଦିକ ମାନେ ଉପସ୍ଥିତ ଥିବା ବେଳେ ଉପଖଣ୍ଡ ର ପ୍ରାୟେ ସମସ୍ତ ବିଭାଗର ଅଧିକାରୀ ଓ କର୍ମଚାରୀ ଯୋଗଦେଇ ଥିଲେ । ସକାଳ ସାଢେ଼ ୮ ଟା ସମୟରେ ପତାକା ଉତ୍ତୋଳନ କରାଯାଇଥିଲା ।
ଏହି ଅବସରରେ ଉପଜିଲ୍ଲାପାଳ ଶ୍ରୀ ସେଠି ପେରଡ କୁ ଅଭିବାଦନ ଗ୍ରହଣ କରିଥିଲେ । ପୂର୍ବରୁ ଉପଖଣ୍ଡ ରେ ଥିବା ୧୦ ଟି ବିଭିନ୍ନ ସ୍କୁଲ ର ଛାତ୍ରଛାତ୍ରୀ ମାନଙ୍କୁ ନେଇ ହୋଇଥିବା ନାଚ ଗୀତ ,ବକୃତା ,ଗ୍ରୃପଡେନ୍ସ ,ଚିତ୍ରାଙ୍କନ, ଆଦି ଅନୁଷ୍ଠିତ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରି କୃତୀ ଅର୍ଜନ କରିଥିବା ୪୧ ଜଣ ଛାତ୍ରଛାତ୍ରି ମାନଙ୍କୁ ମୃଖ୍ୟ ଅତିଥି ଶ୍ରୀ ସେଠି ଙ୍କ ସମେତ ସମ୍ମାନିତ ଅତିଥି ମାନେ ମାନପତ୍ର ଓ ଟ୍ରଫି ଦେଇ ପୁରସ୍କୃତ କରିଥିଲେ । ଓମ୍ ଇଣ୍ଟର ନ୍ୟାସନାଲ ସ୍କୁଲ ର ଜଣେ ପ୍ରତିଯୋଗୀ ପୁରସ୍କୃତ ଛାତ୍ର ଙ୍କୁ ସ୍ଥାନୀୟ ପ୍ରସାଶନ ତରଫରୁ ଏହି ପୁରସ୍କୃତ ଅବସରରେ ଅଣଦେଖା କରାଯାଇଥିବା ସାଧାରଣରେ ଚର୍ଚ୍ଚା ଜୋର ଧରିଛି ।
ପାଳିତ ହୋଇଥିବା ସାଧାରଣ ତନ୍ତ୍ର ଦିବସ ରେ ଉକ୍ତ ଛାତ୍ର ଙ୍କୁ ପ୍ରଦାନ କରାଯାଇଥିବା ଟ୍ରଫି ଟି ରେ ଉକ୍ତ ସ୍କୁଲ ର ନାମ ରହିବା ସହ ସାରଣାତନ୍ତ୍ର ଦୀବସ ଅବସରରେ ପ୍ରଶାସନ ତରଫରୁ ଦିଆଯାଇଥିବା ସୂଚନା ରହିଥିବା କଥା । ହେଲେ ଏଥିରେ ବ୍ୟତିକ୍ରମ ହେଉଥିବା ସାଧାରଣ ରେ ମତ ପ୍ରକାଶ ପାଉଛି ।ପରେ ପ୍ରଶାସନ ପକ୍ଷରୁ ଜେଲ ଅନ୍ତେବାସୀ ଓ ଡାକ୍ତର ଖାନାକୁ ପରିଦର୍ଶନ କରିଥିଲେ । ଏଥିରେ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସଞ୍ଜିବ କୁମାର ମହାନ୍ତି ପରିଚଳାନା କରିଥିଲେ ।

No Result
View All Result