No Result
View All Result
୨୭ ଜାନୁଆରୀ ଶୁକ୍ରବାର ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ପାଟଣାଗଡ :- ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ବ୍ଲକ ଅନ୍ତର୍ଗତ ଜ୍ୟୋତି ବିକାଶ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଭଇଁଷାରେ ଆତ୍ମ ସୁରକ୍ଷା ତାଲିମ ଶିବିର ଉଦ୍ଯାପିତ ହୋଇଯାଇଛି । ଉଦ୍ଯାପନୀ ଉତ୍ସବରେ ମୂଖ୍ୟ ଅତିଥି ଭାବେ ଅଧ୍ୟକ୍ଷ ଶ୍ରୀ ପ୍ରଫୁଲ୍ଲ ହୋତା, ସମ୍ମାନିତ ଅତିଥି ଭାବେ ଟ୍ରେନର୍ ତନୁଶ୍ରୀ ମହାପାତ୍ର, ଆତ୍ମ ସୁରକ୍ଷା ତାଲିମ ଦାୟିତ୍ଵରେ ଥିବା ଅଧ୍ୟାପିକା ସମାପିକା ପଣ୍ଡା, ତଥା ବିଦ୍ୟାଳୟର ଅଧ୍ୟାପକ ଅଧ୍ୟାପିକା ଓ କର୍ମଚାରୀ ମାନେ ଯୋଗ ଦେଇଥିଲେ। ମନୋଜ କୁମାର ମହାପାତ୍ରଙ୍କ ପରିଚାଳନାରେ କାର୍ଯ୍ୟକ୍ରମଟି ଅନୁଷ୍ଠିତ ହୋଇଥିଲା । ମୂଖ୍ୟ ଅତିଥି ତଥା ଅଧ୍ଯକ୍ଷ ଶ୍ରୀ ପ୍ରଫୁଲ୍ଲ ହୋତା ତାଙ୍କ ବକ୍ତବ୍ୟରେ କହିଥିଲେ ଯେ ସରକାରଙ୍କ ପକ୍ଷରୁ ପ୍ରଯୋଜିତ ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ ହେଲା ନାରୀମାନଙ୍କୁ ସଚେତନ କରିବା ।
ପୁରୁଷ ପ୍ରଧାନ ସମାଜରେ ଯଦି କେବେ ଆବଶ୍ୟକ ପଡେ ଝିଅ ମାନେ ଯାହା ଶିଖିଲେ ତାର ସଦୁପଯୋଗ କରିବା ଉପରେ ସେ ଜୋର ଦେଇଥିଲେ । ସମ୍ମାନିତ ଅତିଥି ତଥା ଟ୍ରେନର ତନୁଶ୍ରୀ ମହାପାତ୍ର ନିଜ ବକ୍ତବ୍ୟରେ କହିଥିଲେ ଯେ ଆଠ ଦିନ ଧରି ତାଲିମରୁ ତୁମେ ଯାହା ବି ଶିଖିଲ ତାକୁ ଖରାପ୍ କାମରେ ବ୍ୟବହାର ନ କରି ଭଲ କାମରେ ବ୍ୟବହାର କରିବାକୁ ପରାମର୍ଶ ଦେଇଥିଲେ। ଏହି ଅବସରରେ ଛାତ୍ରୀ ମାନଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା । ପ୍ରକାଶ ଥାଉ କି ମାଷ୍ଟର ଟ୍ରେନର୍ ତନୁଶ୍ରୀ ମହାପାତ୍ରଙ୍କ ତତ୍ତ୍ଵାବଧାନରେ ୧୫୪ ଜଣ ଛାତ୍ରୀଙ୍କୁ ନେଇ ଆତ୍ମ ସୁରକ୍ଷା ତାଲିମ ଶିବିରଟି ୧୮ ରୁ ୨୭ ତାରିଖ ପର୍ଯ୍ୟନ୍ତ ଏହା ଆଠ ଦିନ ଧରି ଅନୁଷ୍ଠିତ ହୋଇଯାଇଛି ।

No Result
View All Result