ଓଡିଶା ତାଜା ନ୍ୟୁଜ୍ (୧୦ ଜୁନ୍ ବୁଧବାର ) ଭୁବନେଶ୍ୱର :- ରାଜ୍ୟର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ “ବିଷ୍ଣୁପ୍ରିୟା ଚାରିଟେବୁଲ ଟ୍ରଷ୍ଟ,ଓଡିଶା” ପକ୍ଷରୁ ଟ୍ରଷ୍ଟର ପ୍ରତିଷ୍ଠାତା ତଥା ସଭାପତି ବିଶିଷ୍ଟ ସମାଜସେବୀ ଇଂ.ବିମଳ ଚନ୍ଦ୍ର ଦାସଙ୍କର ୪୦ ତମ ଜନ୍ମ ବାର୍ଷିକ ଟ୍ରଷ୍ଟର ରାଜ୍ୟରେ ତଥା ରାଜ୍ୟ ବାହାରେ ଥିବା ବିଭିନ୍ନ ଶାଖା ମାନଙ୍କରେ ନିରାଡ଼ମ୍ବର ଭାବରେ ସାମାଜିକ ଦୂରତାକୁ ବଜାଇରଖି ବିଭିନ୍ନ ସେଵା କାର୍ଯ୍ୟ ଅନୁଷ୍ଠିତ ହୋଇ ପାଲିତ ହୋଇଯାଇଛି । ଏହି ମର୍ମରେ ଟ୍ରଷ୍ଟର କର୍ମକର୍ତ୍ତା, ଉପଦେଷ୍ଟା ମଣ୍ଡଳୀ,ସୁଭାକାଂକ୍ଷୀ ଵର୍ଗ ସୁଭେତ୍ସା ବାର୍ତା ପ୍ରଦାନ କରିବା ସହ ଟ୍ରଷ୍ଟ ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ, ବିଶୋଧନ କାର୍ଯ୍ୟକ୍ରମ, ବିଭିନ୍ନ ସ୍ୱାସ୍ଥ୍ୟକେନ୍ଦ୍ର ମାନଙ୍କରେ ସ୍ୱେଚ୍ଛାସେବୀ ମନେ ସିଧାସଳଖ ଯାଇ ରକ୍ତଦାନ, ପଶୁପକ୍ଷୀ ମାନଙ୍କୁ ଖାଦ୍ୟପେୟ ଯୋଗାଇବା ସର୍ବୋପରି ଓଡ଼ିଶା ରକ୍ତ ଭଣ୍ଡାର – ଯାଜପୁର ଜିଲ୍ଲା ସ୍ୱାସ୍ଥ୍ୟକେନ୍ଦ୍ର ଠାରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର କରାଯାଇ ୪୦ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା ।
ଏହି ମହତ କାର୍ଯ୍ୟରେ ଟ୍ରଷ୍ଟ ପକ୍ଷରୁ ବରୀ ଶାଖା ପରିବାର ଏବଂ ବିଭିନ୍ନ ଶାଖାର ସ୍ୱେଚ୍ଛାସେବୀ ଵର୍ଗ ଉପସ୍ଥିତ ରହି ସେବାକାର୍ଯ୍ୟକୁ ତ୍ୱରାନ୍ୱିତ କରିଇଥିଲେ । ଟ୍ରଷ୍ଟର ଉପଦେଷ୍ଟା ମଣ୍ଡଳୀର ସଦସ୍ୟ କଥାକାର ଶରତ କୁମାର ଜେନା, ସାମ୍ବାଦିକ ମକୁନ୍ଦ ଚରଣ ନାୟକ, ଆଡ଼ଭୋକେଟ ସୌମ୍ୟ ଶଙ୍କର ରାଜ,କବି ଅମୀୟ ପରିଡା, ପବିତ୍ର ମୋହନ ଜେନା,ଜଟଣୀ ଶାଖା ସଂଯୋଜକ ବାଳକୃଷ୍ଣ ମଣ୍ଡଳ,ଟ୍ରଷ୍ଟର ଭୁବନେଶ୍ୱର ଶାଖା ସଂଯୋଜକ ଯୁବସମାଜସେବୀ ଶତ୍ରୁଜିତ ପାଣି ଶ୍ରୀଯୁକ୍ତ ଦାସଙ୍କୁ ଜନ୍ମ ଦିନର ଅଭିନନ୍ଦନ ଜଣାଇବା ସହ ଏହି ମହତ କାମ କରୁଥିବା ସ୍ୱେଚ୍ଛାସେବୀ ମାନଙ୍କୁ ଉଚ୍ଚ ପ୍ରଶଂସା କରି ତାଙ୍କ ମନୋବଳ ବଢାଇଥିଲେ ।
ଏହିପରି ସେବାକାର୍ଯ୍ୟ ଆଗକୁ ଜାରିରହିବ ଟ୍ରଷ୍ଟ ପରିବାରର ସ୍ୱେଚ୍ଛାସେବୀ ମାନଙ୍କର ଜନ୍ମ ବାର୍ଷିକ, ବିବାହ ବର୍ଷିକ ଆଦି ସମସ୍ତ ଉତ୍ସବ,ସ୍ମୃତି ସନ୍ତକ ମାନ ନିରାଡ଼ମ୍ବର ଭାବରେ ପାଳନ କରିବାକୁ ଟ୍ରଷ୍ଟର ବାର୍ତା ସମ୍ପାଦକ ଇଂ.ସେବକ ଶ୍ରୀକାନ୍ତ,ସମ୍ପାଦକ ପ୍ରିନ୍ସ ନନ୍ଦ ସମସ୍ତଙ୍କୁ ନିଵେଦନ କରିଛନ୍ତି । ସଭାପତି ଇଂ.ବିମଳ ଚନ୍ଦ୍ର ଦାସ ତାଙ୍କ ଜନ୍ମ ଦିବସରେ ଏହି ମହାନ ସେବକାର୍ଯ୍ୟରେ ତାଙ୍କୁ ସହଯୋଗ, ଶୁଭକାମନା ଜଣାଇଥିବା ଟ୍ରଷ୍ଟର କର୍ମକର୍ତ୍ତା,ଉପଦେଷ୍ଟା ମଣ୍ଡଳୀ, ସମସ୍ତ ସେଵା ଅନୁଷ୍ଠାନ ପରିବାର,ସାମ୍ବାଦିକ ବଂଧୁଗଣକୁ ସାଧୁବାଦ ଜଣାଇବା ସହ ସମସ୍ତ ସ୍ୱେଚ୍ଛାସେବୀଙ୍କୁ ଅନ୍ତରର ଗଭୀର ତମ ପ୍ରଦେଶରୁ ଶ୍ରଦ୍ଧା, ସମ୍ମାନ, ଭକ୍ତି ଜଣାଇଛନ୍ତି । ବୁଦ୍ଧିଜୀବୀ ମହଲ ତଥା ସାଧାରଣରେ ଟ୍ରଷ୍ଟର ଏପରି ମହନୀୟ ସେବାକାର୍ଯ୍ୟକୁ ତଥା ନିଆରା ଢଙ୍ଗରେ ଜନ୍ମ ବାର୍ଷିକ ପାଲନକୁ ଉଚ୍ଚ ପ୍ରସଂଶା କରାଯାଇଛି ।
odishatazanews.com, whatsApp – 9938341180,ph.7008991872, facebook – odishatazanews, ଲାଇକ୍ ଓ ସେୟାର କରନ୍ତୁ – Mail –odishatazanews1@gmail.com