ତାବରଡ଼ା ଉନିତ ଉଚ୍ଚ ବିଦ୍ୟାଳୟ ରେ 74ତମ ସାଧାରଣ ତନ୍ତ୍ର ଦିବସ ଓ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ପାଳିତ

୨୬ ଜାନୁଆରୀ, ଗୁରୁବାର,୨୦୨୩ (ଓଡ଼ିଶା ତାଜାନ୍ୟୁଜ )ଆର, ଉଦୟଗିରି  :- ସ୍ଥାନୀୟ ସରକାରୀ ଉନିତ ଉଚ୍ଚ ବିଦ୍ୟାଳୟ ତାବରଡା ଠାରେ 74ତମ ସାଧାରଣ ତନ୍ତ୍ର ଦିବସ ଓ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ପାଳିତ ହୋଇ ଯାଇଛି ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସାତତ୍ମିକ କୁମାର ପଟନାୟକ ପତାକା ଉତ୍ତଳୋନ କରିଥିବା ବେଳେ ଏସ. ଏମ. ସି ସଭାପତି ନିମିଆଁ ପାଣି ଓ ବରିଷ୍ଠ ଶିକ୍ଷକ ରବୀନ୍ଦ୍ର କୁମାର ରଇତ ସମ୍ମାନିତ ଅତିଥି ଭାବେ ଯୋଗଦେଇ ସାଧାରଣ ତନ୍ତ୍ର ଦିବସ ପାଳନ ର ଉଦ୍ଦେଶ୍ୟ ଜ୍ଞାପନ କରିବା ସଙ୍ଗେ ସଙ୍ଗେ ଛାତ୍ର /ଛାତ୍ରୀ ମାନଙ୍କୁ ସୁନାଗରିକ ଭାବେ ଗଠନ ପାଇଁ ଶୁଭ କାମନା କରିଥିଲେ ଏହି ଅବସରରେ ବାର୍ଷିକ ପୁରସ୍କାର ବିତରଣ ଉଚ୍ଚଭ ପାଳନ କରାଯାଇ ବାର୍ଷିକ କ୍ରୀଡା ପ୍ରତିଯୋଗିତା ର କୃତି ଛାତ୍ର /ଛାତ୍ରୀ ମାନଂକୁ ପୁରସ୍କାର ପ୍ରଦାନ କରାଯାଇଥିଲା ଅନ୍ୟ ମାନଙ୍କ ମଧ୍ୟରେ ବିଦ୍ୟାଳୟ ର ବରିଷ୍ଟ ଶିକ୍ଷୟତ୍ରୀ ଲୋପାମୁଦ୍ରା ଭୋଇ, ଶ୍ରଦ୍ଧାଞ୍ଜଳି ଭୂୟାଁ, ନିଶାମାନୀ ସାହୁ, ପ୍ରଣତି ପାଲାକା, ପ୍ରିୟଙ୍କା ଦେବି,ସୋନିଆ ମଂଡଲ, ଶିକ୍ଷକ ସୁପ୍ରିତ ସୁବ୍ରମନ୍ୟୁ, ଦେବ ଲୋହରା, ଆର. ଵାଲାକ୍ରିଷ୍ଣା, ହର୍ଷ ଲୋହରା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ବିଦ୍ୟାଳୟ ରେ ସରସ୍ବତୀ ପୂଜା ମଧ୍ୟ ଆୟୋଜନ କରାଯାଇଥିଲା ।