୧୮ ମେ , ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) କଟକ :-> କଟକ ସଦର ନିର୍ବାଚନ ମଣ୍ଡଳୀର ବିଜେଡି ବିଧାୟକ ପ୍ରାର୍ଥୀ ଚନ୍ଦ୍ର ସାରଥୀ ବେହେରା ଏବଂ କଟକ ଲୋକସଭା ପ୍ରାର୍ଥୀ ସଂତୃପ୍ତ ମିଶ୍ରଙ୍କ ପାଇଁ ସିଏମସି ୫୮ ନମ୍ବର ୱ।ର୍ଡ଼ର ଭାଣପୁର ଗ୍ରାମର ବିଭିନ୍ନ ସାହିରେ ବିଜେଡି ମହିଳା କର୍ମୀ ଏବଂ ପୁରୁଷ ମାନେ ଘରକୁ ଘର ବୁଲି ଶଙ୍ଖ ଚିହ୍ନ ଷ୍ଟିକର, ପୋଷ୍ଟର ଲଗାଇବା ସହ ଭୋଟର ମାନଙ୍କୁ ଶଙ୍ଖ ଚିହ୍ନ ପ୍ରାର୍ଥୀଙ୍କୁ ଦୁଇ ଥର ଶଙ୍ଖ ଚିହ୍ନରେ ବଟମ ଦବାଇବା ପାଇଁ କହିଥିଲେ ।
ଏହା ସହିତ ମୁଖ୍ୟମନ୍ତ୍ରୀ ନବୀ ପଟ୍ଟନାୟକଙ୍କ ପାଇଁ ଜନସାଧାରଣ ପିଲା ଜନ୍ମ ଠାରୁ ମୃତ୍ୟୁ ପର୍ଯ୍ୟନ୍ତ ବିଭିନ୍ନ ଯୋଜନାର ସୁଫଳ ପାଇ ପାରୁଛ ବୋଲି ସଚେତନ କରାଇଥିଲେ । ଆସନ୍ତା ୨୫ ତାରିଖରେ ହେବାକୁ ଥିବା ସାଧାରଣ ନିର୍ବାଚନରେ ବିଜେଡି ବିଧାୟକ ପ୍ରାର୍ଥୀ ଚନ୍ଦ୍ର ସାରଥୀ ବେହେରା ( ବାବୁନୀ ଭାଇ ) ଏବଂ ଲୋକସଭା ପ୍ରାର୍ଥୀ ସଂତୃପ୍ତ ମିଶ୍ରଙ୍କୁ ଶଙ୍ଖ ଚିହ୍ନରେ ଭୋଟ ଦେବା ପାଇଁ ପ୍ରବର୍ତ୍ତାଇ ଥିଲେ ।